୧୧ରୁ ମିଶନ ଇନ୍ଦ୍ରଧନୁଷ ୫.୦

ଭୁବନେଶ୍ୱର, ୯।୯(ଅସମାପିକା ସାହୁ): ରାଜ୍ୟରେ ଆସନ୍ତା ୧୧ ତାରିଖରୁ ‘ଇଣ୍ଟେନ୍ସିଫାଏଡ୍‌ ମିଶନ ଇନ୍ଦ୍ରଧନୁଷ (ଆଇଏମ୍‌ଆଇ) ୫.୦’ ଅଭିଯାନ ଆରମ୍ଭ ହେବ। ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ଏବଂ ପଞ୍ଜୀକରଣ କରି ଟିକାକରଣ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଆଇଏମ୍‌ଆଇ ୫.୦ ନଭେମ୍ବର ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ କରାଯିବ ଓ ପ୍ରତି ପର୍ଯ୍ୟାୟ ଛଅ ଦିନ ରହିବ। ପ୍ରଥମ ପର୍ଯ୍ୟାୟ ୧୧ ରୁ ୧୬, ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୯ରୁ ୧୪ ଏବଂ ତୃତୀୟ ପର୍ଯ୍ୟାୟ ନଭେମ୍ବର ୬ରୁ ୧୧ ପର୍ଯ୍ୟନ୍ତ ଚାଲିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶୁକ୍ରବାର ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡା. ପାଣିଗ୍ରାହୀ କହିଛନ୍ତି, ୩୦ଟି ଜିଲାର ୩୧୪ଟି ବ୍ଲକ୍‌ରେ ଟିକା ନେଇ ନ ଥିବା କିମ୍ବା ଆଂଶିକ ଟିକା ନେଇଥିବା ୧,୦୪,୨୬୧ ଶିଶୁ ଏବଂ ୧୯,୮୯୬ ଗର୍ଭବତୀଙ୍କ ଟିକାକରଣ ସୁନିଶ୍ଚିତ କରାଯିବ। ୟୁନିସେଫ୍‌ର ସାମାଜିକ ଓ ସ୍ବଭାବ ପରିବର୍ତ୍ତନ ବିଶେଷଜ୍ଞ ଡ. ସୁଗତ ରଏ କହିଥିଲେ, ଟିକାର ଲାଭ ବିଷୟରେ ଜ୍ଞାନ ଅଭାବ ଯୋଗୁ ଶିଶୁ ଓ ଗର୍ଭବତୀ ମା’ମାନେ ଟିକାକରଣରେ ଭାଗ ନେଇ ନ ଥାନ୍ତି। ପରିବାର ସଦସ୍ୟଙ୍କୁ ସଚେତନ କରିବା ସହ ଟିକାକରଣ ପାଇଁ ଉତ୍ସାହିତ କରିବା ଦିଗରେ ଆମେ କାର୍ଯ୍ୟ କରିବୁ ବୋଲି ସୁଗତ କହିଛନ୍ତି। ଏହି ଅଭିଯାନରେ ୟୁନିସେଫ୍‌, ଡବ୍ଲ୍ୟୁଏଚ୍‌ଓ, ୟୁଏନ୍‌ଡିପି ଏବଂ ଜେଏସ୍‌ଆଇ ଆଦି ସଂସ୍ଥା ସହଯୋଗ କରିବେ।
ସୂଚନାଯୋଗ୍ୟ, ଏନ୍‌ଏଫ୍‌ଏଚ୍‌ଏସ୍‌ ୫ ରିପୋର୍ଟ ୨୦୧୯-୨୧ ଅନୁଯାୟୀ, ଦେଶରେ ସମ୍ପୂର୍ଣ୍ଣ ଟିକାରଣରେ ଓଡ଼ିଶାର ହାର ସର୍ବାଧିକ ରହିଛି। ଏପରିକି ଏ କ୍ଷେତ୍ରରେ କ୍ରମାଗତ ଉନ୍ନତି କରି ୩୬.୧% (ଏନ୍‌ଏଫ୍‌ଏଚ୍‌ଏସ୍‌ ୧ ରିପୋର୍ଟ ୧୯୯୨-୯୩)ରୁ ୯୦.୫% (ଏନ୍‌ଏଫ୍‌ଏଚ୍‌ଏସ୍‌ ୫ ରିପୋର୍ଟ ୨୦୧୯-୨୧) ପହଞ୍ଚତ୍ପାରିଛି। ଏହାଦ୍ୱାରା ରାଜ୍ୟରେ ରୋଗ ପ୍ରତିରୋଧକ ଟିକା ହେତୁ ଶିଶୁ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?