Posted inଜାତୀୟ

ମିଶନ-୨୦୨୪, ଲୋକ ସଭା-ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ନେତା ନିଯୁକ୍ତ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୧୮।୫ : ଦେଶର ପ୍ରତ୍ୟେକ ଲୋକ ସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥିତି ଉପରେ ନଜର ରଖିବା ପାଇଁ କଂଗ୍ରେସ ପୂର୍ଣ୍ଣକାଳୀନ ନେତାଙ୍କ ସ୍ଥାୟୀ ନିଯୁକ୍ତି କରିବ। ମିଶନ-୨୦୨୪ ଅନ୍ତର୍ଗତ ଏଭଳି ରଣନୀତି କଂଗ୍ରେସ ପକ୍ଷରୁ ଗ୍ରହଣ କରାଯାଇଛି। ନେତା ସଂପୃକ୍ତ ଅଞ୍ଚଳର ସାମାଜିକ, ଭୌଗୋଳିକ, ରାଜନୈତିକ ସହିତ ଧାର୍ମିକ, ସମ୍ପ୍ରଦାୟ ସମୀକରଣ ଏବଂ ସ୍ଥାନୀୟ ସମସ୍ୟା ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରାଇବେ। ତେବେ ଟିକେଟ ସ୍ଥିର କରିବାରେ ସେମାନଙ୍କର କୌଣସି ଭୂମିକା ରହିବ ନାହିଁ।

ଏହି ପଦବୀଗୁଡିକରେ ପ୍ରାୟ ସାଢ଼େ ଛଅ ହଜାର କର୍ମୀଙ୍କୁ ନିଯୁକ୍ତ କରାଯିବ। ଦଳ ଏହି ପୂର୍ଣ୍ଣକାଳୀନ ଅଫିସ ଧାରକଙ୍କ ସାହାଯ୍ୟରେ ସାଂଗଠନିକ ଢାଞ୍ଚାକୁ ମଜବୁତ କରିବ। ରାଜ୍ୟଗୁଡ଼ିକର ସାଧାରଣ ସଚିବ ଏବଂ ସଚିବମାନଙ୍କ କାର୍ଯ୍ୟର ନିରନ୍ତର ସମୀକ୍ଷା ହେବ। ସମଗ୍ର ଦେଶରେ ସଂଗଠନର ସମସ୍ତ ଖାଲି ପଦଗୁଡିକ ତିନିରୁ ଛଅ ମାସ ମଧ୍ୟରେ ପୂରଣ ହେବ। ସାଧାରଣ ସଚିବ ଏବଂ ଇନ-ଚାର୍ଜର ବୈଠକ ଉଦୟପୁର ହେବା ପରେ ମହାସଚିବ ଅଜୟ ମାକେନ କହିଛନ୍ତି ଯେ ଶିବିରର ଛୋଟ ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେବ।

ରାଜନୈତିକ ଲାଭ ଏବଂ କ୍ଷତି ଆଦର୍ଶ ପ୍ରତି ପ୍ରତିବଦ୍ଧ ଦଳ ପାଇଁ ମାନଦଣ୍ଡ ନୁହେଁ। ଧନୀ-ଗରିବ ବ୍ୟବଧାନ, ଧାର୍ମିକ ଭେଦଭାବ ଦ୍ୱାରା ନକାରାତ୍ମକ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଭାରତ ଯୋଡ଼ୋ ସ୍ଲୋଗାନ ଗ୍ରହଣ କରାଯାଇଛି। ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କେହି କୌଣସି ପଦବୀରେ ରହି ପାରିବେ ନାହିଁ। ବର୍ଷରେ ଥରେ ଏଆଇସିସିର ଅଧିବେଶନ ଅନୁଷ୍ଠିତ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri