ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ

ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ ତ ଆଉ କିଏ ବିଳାସପୂର୍ଣ୍ଣ ଗାଡ଼ିରେ ଆଉ କିଏ ଓଟରେ ବରଯାତ୍ରୀ ଯାଉଥିବା ଦେଖିବାକୁ ମଳୁଛି। ହେଲେ ରାଜସ୍ଥାନର ଜାଲୋରର ଜଣେ ଯବକ କିଛି ନିଆରା ପନ୍ଥା ଆପଣାଇଛନ୍ତି। ରାନୀଓ୍ବାଡା ବିଧାନସଭା ଆସନର କୁଡା ଗ୍ରାମରେ ଜଣେ ବର ବଳଦ ଗାଡ଼ିରେ ବରଯାତ୍ରୀ ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କୁଡା ଗ୍ରାମର ଦଲପତ କୁମାର ଦେବାସୀଙ୍କ ସହ ସଓ୍ବୋଡା ଗ୍ରାମର ହୀନାଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ଦଲପତ ନିଜର ବିବାହକୁ ନିଆରା କରିବା ପାଇଁ ଭାବିଥିଲେ। ଏଥିପାଇଁ ସେ ବଳଦ ଗାଡ଼ିରେ ବରଯାତ୍ରୀ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବଳଦ ଗାଡ଼ିକୁ ମଧ୍ୟ ବହୁ ସୁନ୍ଦର ସଜାଯାଇଥିଲା। ଏଥିରେ ଦଲପତ ଦୀର୍ଘ ୪କିଲୋମିଟର ଯାତ୍ରା କରି କନ୍ୟାଙ୍କ ଘର ସଓ୍ବୋଡା ଗ୍ରାମରେ ପହଞ୍ଚିଥିଲେ। ଗୋଟିଏ ବଳଦ ଗାଡ଼ିରେ ବର ଓ ବାକି ଲୋକ ଅନ୍ୟ ବଳଦ ଗାଡ଼ିରେ ବସି ବରଯାତ୍ରୀ ଯାଇଥିଲେ। ଏଭଳି ନିଆରା ବରଯାତ୍ରୀକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। କନ୍ୟାଙ୍କ ପିତା ବାଲକା ରାମ ମଧ୍ୟ ବହୁ ଉତ୍ସାହର ସହ ସେମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ ରୀତିନୀତି ଅନୁଯାୟୀ ଦଳପତ ଓ ହୀନାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନ୍ୟପଟେ ବର ଦଲପତ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନିଜର ପୁରୁଣା ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ବଳଦ ଗାଡ଼ିରେ ବରଯାତ୍ରୀ ଯିବାକୁ ନିଷ୍ପତ୍ତି ନେଇଥିଲେ। ଆମର ପୂର୍ବପୁରୁଷମାନେ ମଧ୍ୟ ବଳଦ ଗାଡ଼ିରେ ବସି ବରଯାତ୍ରୀ ଯାଉଥିଲେ। ତେଣୁ ଏହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲୁ ବୋଲି ଦଲପତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri