ଜମି ବିବାଦରୁ ଗଡିଲା ମୁଣ୍ଡ: ଆଳୁ କିଆରୀରେ ପୁଅ ଆଗରେ ବାପାକୁ ହତ୍ୟା

ଢେଙ୍କାନାଳ,୮।୧୨: ଢେଙ୍କାନାଳ ଜିଲାରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଆଖି ଆଗରେ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲା ସଦର ପୋଲିସ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ କୃଷ୍ଣପ୍ରସାଦର ଚତୁର୍ଭୁଜ ଜେନା ବୋଲି ଜଣାପଡିଛି। ତାଙ୍କ ପୁଅ ଗୁରୁତର ଆହତ ହୋଇ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଖବର ଅନୁଯାୟୀ ଏବଂ ତାଙ୍କ ପୁଅଙ୍କୁ କୃଷ୍ଣପ୍ରସାଦ ଗାଁରେ ୧୦ ରୁ ଅଧିକ ଲୋକଙ୍କୁ ନେଇ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ଆଳୁ କ୍ଷେତରେ ଅମଳ କରୁଥିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଇଥିଲା।

ଏଥିରେ ଚତୁର୍ଭୁଜ ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଥିବା ଡାକ୍ତରମାନେ ଚତୁର୍ଭୁଜ ଜେନାଙ୍କୁ ମୃତ ଘୋଷଣା କରିଥିଲେ।

ଗୁରୁତର ଆହତ ଓମ ପ୍ରକାଶଙ୍କୁ ଚିକିତ୍ସା ପାଇଁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜମି ବିବାଦକୁ ନେଇ ଏହି ଆକ୍ରମଣ ଓ ହତ୍ୟା କରାଯାଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

ପାରମ୍ପରିକ ବ୍ରହ୍ମପୁର ପାଟବସ୍ତ୍ର ପ୍ରଦର୍ଶନ ଉତ୍ସବର ସ୍ମରଣିକା ‘ଲାବଣ୍ୟ’ ଉନ୍ମୋଚିତ

ଛତ୍ରପୁର, ୩୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁର ପାଟବୁଣାକାରଙ୍କୁ ସମର୍ପିତ ତଥା ପାରମ୍ପରିକ ପାଟବସ୍ତ୍ରରେ ନିର୍ମିତ ବିଭିନ୍ନ ପୋଷାକର ପ୍ରଦର୍ଶନୀ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri