Posted inଖେଳ

ବିପର୍ଯ୍ୟୟ ଘଟାଇଲେ ମୀରା ଆଣ୍ଡ୍ରିଭା

ମେଲବୋର୍ନ,୧୮ା୧(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନରେ ଦେଖିବାକୁ ମିଳିଛି ଦୁଇଟି ବଡ଼ ବିପର୍ଯ୍ୟୟ। ଓନ୍ସ ଜାବେର ଓ କାରୋଲିନ୍‌ ଓଜ୍‌ନିଆକିଙ୍କ ପରି ଖେଳାଳି ବିଦାୟ ନେଇଛନ୍ତି। ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା ବିପର୍ଯ୍ୟୟ ଘଟାଇବା ସହ ୩ ଥର ଗ୍ରାଣ୍ଡସ୍ଲାମ ରନର୍‌ଅପ୍‌ ଓନ୍ସ ଜାବେରଙ୍କୁ ପରାସ୍ତ କରିଛନ୍ତି। ବୁଧବାର ମୀରା ମାତ୍ର ୫୪ ମିନିଟ ସମୟ ନେଇ ୬-୦, ୬-୨ରେ ମ୍ୟାଚ୍‌କୁ ଜିତି ନେଇଥିଲେ। ପ୍ରଥମ ସେଟ୍‌କୁ ମାତ୍ର ୨୦ ମିନିଟ ସମୟରେ ଜିତି ସେ ଜାବେରଙ୍କୁ ସ୍ତବ୍ଧ କରି ଦେଇଥିଲେ। ପରବର୍ତ୍ତୀ ରାଉଣ୍ଡରେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବା ଜାବେର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ଆଣ୍ଡ୍ରିଭା ଚମତ୍କାର ପ୍ରଦର୍ଶନ ବଳରେ ଜିତି ନେଇଥିଲେ। ଓ୍ବିମ୍ବେଲଡନ୍‌ ୨୦୨୩ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିବା ମୀରାଙ୍କର ଏହା ଅଷ୍ଟ୍ରେଲିଆନ୍‌ ଓପନରେ ଶ୍ରେଷ୍ଠ ପ୍ରଦର୍ଶନ। ଜାବେର ମ୍ୟାଚ୍‌ର ପରାଜୟ ପରେ ଆଣ୍ଡ୍ରିଭାଙ୍କ ପ୍ରଦର୍ଶନକୁ ବେଶ୍‌ ପ୍ରଶଂସା କରିଥିଲେ। ପୂର୍ବତନ ଅଷ୍ଟ୍ରେଲିଆନ୍‌ ଓପନ୍‌ ଚାମ୍ପିୟନ କାରୋଲିନ୍‌ ଓଜ୍‌ନିଆକି ଅଣସିଡେଡ୍‌ ମାରିଆ ଟିମୋଫିଭାଙ୍କ ନିକଟରୁ ୧-୬, ୬-୪ ଓ ୬-୧ରେ ପରାଜିତ ହୋଇଛନ୍ତି। ଅନ୍ୟ ସିଡେଡ୍‌ ଖେଳାଳିଙ୍କ ମଧ୍ୟରେ କୋକୋ ଗଫ୍‌ ୭-୬(୭) ଓ ୬-୨ରେ କାରୋଲିନ୍‌ ଡୋଲହିଡେଙ୍କୁ, ବାର୍ବୋରା କ୍ରେଜିକୋଭା ୬-୨, ୬-୨ରେ ଟାମାରା କୋର୍ପାଶ୍ଚଙ୍କୁ, ବିଟ୍ରିଜ୍‌ ହଦାଦ ମାଇଆ ୬-୨, ୬-୧ରେ ଆଲିନା କୋର୍ଣ୍ଣିଭାଙ୍କୁ, ମାଗଡାଲେନା ଫ୍ରେଚ୍‌ ୬-୪, ୭-୬(୭)ରେ କାରୋଲିନା ଗାର୍ସିଆଙ୍କୁ, ୟୁକ୍ରେନର ମାର୍ଟା କୋଷ୍ଟ୍ୟୁକ ୭-୫, ୧-୬ ଓ ୭-୬ରେ ଏଲେନ ମର୍ଟେନ୍ସଙ୍କୁ ଓ ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ୬-୩, ୬-୨ରେ ବ୍ରେଣ୍ଡା ଫୃଭିର୍ତୋଭାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଏକ ନମ୍ବର ସିଡ୍‌ ନୋଭାକ୍‌ ଜୋକୋଭିଚ୍‌ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସ୍ଥାନୀୟ ଖେଳାଳି ଆଲେକ୍ସି ପପିରିନ୍‌ଙ୍କୁ ୬-୩, ୪-୬, ୭-୬(୭) ଓ ୬-୩ ସେଟରେ ପରାସ୍ତ କରି ଜୋକୋଭିଚ୍‌ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ୫ ନମ୍ବର ସିଡ୍‌ ଆଣ୍ଡି ରୁବଲେଭ ୬-୪, ୬-୪ ଓ ୬-୪ ସେଟରେ କ୍ରିଷ୍ଟୋଫର ୟୁବ୍ୟାଙ୍କସଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ସିଡେଡ ଖେଳାଳିଙ୍କ ମଧ୍ୟରେ ଷ୍ଟିଫାନୋସ୍‌ ସିଟ୍‌ସିପାସ୍‌ ୪-୬, ୭-୬(୮), ୬-୨, ୭-୬(୭)ସେଟରେ ଜୋର୍ଡାନ୍‌ ଥମ୍ପସନଙ୍କୁ, ଜାନିକ୍‌ ସିନ୍ନର ୬-୨, ୬-୨, ୬-୨ ସେଟରେ ଜାସ୍ପର ଡି ଜଙ୍ଗଙ୍କୁ, ଆଲେକ୍ସ ଡି ମିନାଉର ୬-୩, ୬-୦, ୬-୩ ସେଟ୍‌ରେ ମାଟ୍ଟେଓ ଆରଲିଣ୍ଡିଙ୍କୁ, କାରେନ୍‌ ଖାଚାନୋଭ୍‌ ୬-୪, ୬-୩, ୪-୬ ଓ ୬-୩ ସେଟରେ ଆଲେକଜାଣ୍ଡର କୋଭାସେଭିକଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଲେ ଦାବି

ଭୁବନେଶ୍ବର,୧୫।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିଲିମିଟେସନ ପ୍ରସଙ୍ଗ ଉଠାଇ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଟ୍ରମ୍ପ ଖେଳିଲେ ବଡ଼ ଗେମ୍! ୪୮ ଘଣ୍ଟା ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି, “ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri