କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ: ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ ଅଫିସ,୫ା୧୦: ସ୍ବର୍ଗଦ୍ୱାରରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନ କରିଛନ୍ତି ବୋଲି ଶ୍ରୀ ଜଗନ୍ନାଥ ସେନା ଏବଂ ପୁରୀ ଜିଲା ଭାଜପା ଯୁବମଞ୍ଚ ପକ୍ଷରୁ ସୋମବାର ଅଭିଯୋଗ କରାଯାଇଛି। ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି। ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍‌ ଥାଇ କିଭଳି ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ବୋଲି ପ୍ରଶ୍ନ ଉଠିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜଗନ୍ନାଥ ସେନା ଏବଂ ଜିଲା ଭାଜପା ଯୁବମଞ୍ଚ ଦାବି କରିଛି।
ଏ ସମ୍ପର୍କରେ ମନ୍ତ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ, ସେପ୍ଟେମ୍ବର ୧୪ରେ ତାଙ୍କର କରୋନା ପଜିଟିଭ୍‌ ଆସିଥିଲା। ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୧ ତାରିଖରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ରବିବାର ତାଙ୍କର ୨୧ ଦିନ ପୂରଣ ହୋଇଥିବାରୁ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ତେବେ କୌଣସି ପ୍ରକାର କୋଭିଡ୍‌ କଟକଣା ଉଲ୍ଲଂଘନ କରିନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ସାମନ୍ତରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍‌.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ...

ଲକ୍‌ଡାଉନ୍‌ର ୩ୟ ଦିନ, ରାଜଧାନୀ ଜନଶୂନ୍ୟ

ଭୁବନେଶ୍ୱର,୨୪।୩ (ବ୍ୟୁରୋ)-ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜଧାନୀ ରାଜରାସ୍ତା ଶୂନଶାନ ଦେଖିବାକୁ ମିଳିଛି। ପୋଲିସ ଏବଂ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଦେଖିବାକୁ ମିଳି...

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

କଟକର ପ୍ରଥମ କରୋନା ସଂକ୍ରମିତଙ୍କ ଅଞ୍ଚଳରେ ବିଶୋଧନ

କଟକ ଅଫିସ,୪। ୪- କଟକ ସହରରେ ପ୍ରଥମ କରୋନା ସଂକ୍ରମିତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ସେ ରହୁଥିବା ସଂପୂର୍ଣ୍ଣ ଅଞ୍ଚଳକୁ କଟକ ମହାନଗର ନିଗମ ପକ୍ଷରୁ...

କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ, ୨୯।୭-କରୋନାରେ ପ୍ରାଣ ହରାଇଥିବା ଗଜପତି ଜିଲାର ଅତିରିକ୍ତ ଜିଲାପାଳ କରୁଣାକର ରାଇକାଙ୍କୁ ସୋମବାର ବାଲେଶ୍ୱର ଜିଲା ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ପକ୍ଷରୁ...

ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର

ବଅଁରପାଳ, ୧୯ା୬(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ଟାଉନଶିପ୍‌ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର...

ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ

ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା...

Advertisement


Archives

Model This Week

Why Dharitri