ଖଣି ଦୁର୍ନୀତି: ଘେରିଲେ ବିରୋଧୀ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ ଓ ଅଫିସର ଲକ୍ଷେ କୋଟି ଟଙ୍କା ଲୁଟି ନେଇଛନ୍ତି। ସରକାର ଜାଣିଶୁଣି କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। କରୋନା ମହାମାରୀ ବେଳେ ରାଜ୍ୟର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି ସ୍ଥଳେ ରାଜ୍ୟ ସରକାର ଖଣି ମାଫିଆମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଛାଡ଼ି ଦେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମଙ୍ଗଳବାର ଏହା ଉପରେ ମୁଲତବୀ ପ୍ରସ୍ତାବ ଆଣିବାକୁ କହିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅହେତୁକ  ଅନୁକମ୍ପା ଯୋଗୁ ଗତ ୫ ବର୍ଷରେ ରାଜ୍ୟ ରାଜକୋଷ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛି। ଯେଉଁ ସରକାରୀ ଅଧିକାରୀଙ୍କ ଷଡ଼ଯନ୍ତ୍ର ପାଇଁ ଏହି ଅର୍ଥ ଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ଚିଠି ଲେଖି ଅବଗତ କରିଛି। ମାତ୍ର କୌଣସି ଉତ୍ତର ମିଳିନି। ଯେତେ ତଥ୍ୟ, ପ୍ରମାଣ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଚିଠିର ପ୍ରାପ୍ତି ସ୍ବୀକୃତି ମଧ୍ୟ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଖଣି ଓ ଖଣିଜ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ )ସଂଶୋଧନ ଆଇନ- ୨୦୧୫ ଅନୁଯାୟୀ ରାଜ୍ୟ ସରକାର ଖଣିଗୁଡ଼ିକୁ ଉଚ୍ଚ ପ୍ରିମିୟମ୍‌ରେ ନିଲାମ କରିଥିଲେ ବହୁ ରାଜସ୍ବ ମିଳିଥାନ୍ତା। ଆଗାମୀ ବଜେଟରେ ବଳକା ୨ଲକ୍ଷ କୋଟି ଟଙ୍କା ରହିଥାନ୍ତା। ମାତ୍ର ରାଜ୍ୟ ସରକାର ଖଣି ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ଖଣି ନିଲାମ କରିବା ପରିବର୍ତ୍ତେ ଲିଜ୍‌ ଅବଧିକୁ ଆହୁରି ୫ବର୍ଷ ବୃଦ୍ଧି କରିଦେଲେ। ୨୦୧୫ରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖଣି ମିଆଦକୁ ସମ୍ପ୍ରସାରଣ କଲେ। ବର୍ଷେ ଅବଧି ବୃଦ୍ଧି କରି ନିଲାମ କରିପାରିଥାନ୍ତେ। ମାତ୍ର ସେଭଳି କଲେ ନାହିଁ। ରାଜ୍ୟ ପାଇଁ ଏହା ଏକ ଆତ୍ମଘାତୀ ନିଷ୍ପତ୍ତି। ଖଣି ମାଫିଆ ଓ ବେପାରୀଙ୍କ ସ୍ବାର୍ଥ ନିମନ୍ତେ କିଛି ମୁଷ୍ଟିମେୟ ଅଧିକାରୀ ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ଫଳରେ ଏତେ ପରିମାଣର ଅର୍ଥ ରାଜ୍ୟ ରାଜକୋଷକୁ ଆସିପାରିଲା ନାହିଁ। ସିରାଜଉଦ୍ଦିନ୍‌, ରୁଙ୍ଗ୍‌ଟା ମାଇନ୍ସ ଏବଂ ଆର୍ଯ୍ୟନ ମାଇନିଂ ଆଣ୍ଡ୍‌ ଟ୍ରେଡିଂ କୋ(ଏଏମ୍‌ ଟିସି) ଭଳି ଖଣି କମ୍ପାନୀ ନାମରେ ଭିଜିଲାନ୍ସ ମାମଲା ଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଗଲା। ନିୟମ ଅନୁଯାୟୀ ଏମାନେ ଖଣି ଲିଜ୍‌ ନେବା ପାଇଁ ଅଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଲିଜ୍‌ ଦିଆଯାଇଛି। ଲିଜ୍‌ ରଦ୍ଦ କରିବାକୁ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ସେମାନଙ୍କ ଲିଜ୍‌ ଅବଧିକୁ କ’ଣ ପାଇଁ ବଢ଼ାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ। ଏ ବିଷୟରେ ବିଶଦ ଭାବରେ ଗୃହରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
କେବଳ ଭାଜପା ନୁହେଁ, କଂଗ୍ରେସ ମଧ୍ୟ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ଖଣି ଚୋରି ରୋକିବାରେ ଭିଜିଲାନ୍ସ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖଣି ଚୋରି ଯୋଗୁ ରାଜ୍ୟ ସରକାର ଗତ ୩ ବର୍ଷରେ କେବଳ ୯ଟି ଖଣିରୁ ୩୬୦୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ଏଭଳି ବହୁତ ଖଣି କମ୍ପାନୀ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏତେବଡ଼ ଦୁର୍ନୀତି ରାଜ୍ୟ ସରକାରଙ୍କ ବିନା ଅଜାଣତରେ କେବେ ହୋଇପାରିବ ନାହିଁ ବୋଲି ନରସିଂହ କହିଥିଲେ। ସେଣ୍ଟ୍ରାଲ ଏମ୍‌ପାଓ୍ବାର କମିଟି(ସିଇସି)ର ତଦାରଖରେ ରାଜ୍ୟରେ ଖଣି ନିଲାମ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ସୁପ୍ରିମକୋର୍ଟ ସିଇସି ରିପୋର୍ଟକୁ ଖାରଜ କରିଥିବା ସେ କହିଥିଲେ।
ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସଦସ୍ୟ ପ୍ରତାପ ଦେବ କହିଥିଲେ, ଖଣି ନିଲାମ ପ୍ରକ୍ରିୟା କେନ୍ଦ୍ରର ଆଇନ ଓ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ହେଉଛି। ଏଥିରେ ରାଜ୍ୟ ସରକାରଙ୍କର କିଛି ଲୁଚାଇବାର ନାହିଁ। ଖୋଦ୍‌ କେନ୍ଦ୍ର ସରକାର ଓଡ଼ିଶାକୁ ଏଥିପାଇଁ ପ୍ରଶଂସା କରୁଛନ୍ତି। ଘଟଣାର ରାଜନୀତୀକରଣ କରି ଶସ୍ତା ମାଇଲେଜ୍‌ ନେବାର ପ୍ରୟାସ କରା ନ ଯାଉ। ୨୦୧୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋଏଲ କହିଥିଲେ, ନୂଆ ଆଇନ ବଳରେ ଖଣି ନିଲାମ ହେଲେ ରାଜ୍ୟ ଲକ୍ଷାଧିକ ଟଙ୍କା ପାଇବ। ୫ ବର୍ଷରେ ରାଜ୍ୟ କେତେ ଟଙ୍କା ପାଇଛି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ...

ଖୋଲୁନି ଓ୍ବାଚ୍‌ ଟାଓ୍ବାର, ପର୍ଯ୍ୟଟକ ନିରାଶ

କେନ୍ଦୁଝର, ୨୯ା୧ (ସ୍ବ.ପ୍ର.)-ପାଖାପାଖି ୧କୋଟି ଟଙ୍କାରେ ପାଟଣା ବ୍ଲକ ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ହୋଇଛି। ତେବେ ଏହାର ଉଦ୍‌ଘାଟନ ମକରର...

ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ: ୨ ଆଇଏଏସ୍‌ ପରେ ଗଲେ ୬ ଓଏଏସ୍‌

ଭୁବନେଶ୍ୱର,୪।୭(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ ଜିଲା। ଗୋଟିଏ ପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଥିବା ବେଳେ ସେଥିରୁ ୨୦୬୬ଜଣ ଗଞ୍ଜାମର। ଏପରିକି ଦିନକୁ...

ବିରାଟ କୋହଲି ମୋ ଫେଭରାଇଟ୍‌ କ୍ରିକେଟର୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାକୁ ବାଟ ଦେଖାଏ। ସାହିତ୍ୟ ଆମକୁ ସ୍ବପ୍ନ ଦେଖାଏ। ସାହିତ୍ୟ ଆମକୁ ପରିବର୍ତ୍ତନର ଆହ୍ବାନ ଦିଏ। ଅତୀତରୁ ବର୍ତ୍ତମାନ...

ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର

ବଅଁରପାଳ, ୧୯ା୬(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ଟାଉନଶିପ୍‌ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର...

CORONAVIRUS UPDATE: ଆଜି ରାଜ୍ୟରେ ପୁଣି ୩୪୪୩ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟରେ ପୁଣି ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୨୬ଜଣ ଲୋକାଲ କେସ୍‌ ଥିବା...

ପର୍ଯ୍ୟଟନ ଶିଳ୍ପ ପାଇଁ ପୋଷ୍ଟ-ଲକ୍‌ଡାଉନ୍‌ ରୋଡ୍‌ମ୍ୟାପ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଉଭୟ ସହର ଓ...

ଜାତିଭିତ୍ତିକ ଜନଗଣନା ଉପରେ ବିଜେଡିର ଗୁରୁତ୍ୱ

ଭୁବନେଶ୍ୱର,୬ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟ ବଜେଟ ଅଧିବେଶନ ପ୍ରାରମ୍ଭରେ ବକ୍ତବ୍ୟ ରଖି ବାବା ସାହେବ ଆମ୍ବେଡ଼କରଙ୍କ ପ୍ରଦର୍ଶିତ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ।...

Play 250+ Trending Games
Archives

Model This Week

Why Dharitri