ମିନି ସୁଜି ପିଜା

ଆବଶ୍ୟକ ସାମଗ୍ରୀ: ପିଜା ବେସ୍‌ ପାଇଁ-ସୁଜି- ଅଧା କପ୍‌, ଗାଉଳ ଗୁଣ୍ଡ- ୨ଚାମଚ, ଦହି- ଅଧା କପ୍‌, ଚିଲି ଫ୍ଲେକ୍‌ସ- ଅଧା ଚାମଚ, ଅଦା ଓ ରସୁଣ ପେଷ୍ଟ- ଅଧା ଚାମଚ, ଗୋଲମରିଚ ଗୁଣ୍ଡ- ଅଳ୍ପ, ବେକିଂ ପାଉଡର- ଅଧା ଛୋଟଚାମଚ, ଲୁଣ ସ୍ବାଦ ଅନୁସାରେ। ପିଜା ଟପିଂ ପାଇଁ- ପିଆଜ ୧ଟି (ମଧ୍ୟମ ଆକାର), କ୍ୟାପସିକମ୍‌- ୧ଟି ଛୋଟ, ଟମାଟୋ- ୧ଟି ଛୋଟ, ଲହୁଣି- ଅଧାକପ୍‌, ପିଜା ଶସ୍‌- ଅଧା କପ୍‌, କଞ୍ଚା ଲଙ୍କା ଓ ଚିଲି ଫ୍ଲେକ୍‌ସ- ଅଳ୍ପ, ଚାଟ ମସଲା- ୧ ଚାମଚ, ଆବଶ୍ୟକ ଅନୁସାରେ ତେଲ।
ପ୍ରଣାଳୀ: ପ୍ରଥମେ ପିଜା ବେସ୍‌ ପାଇଁ ଥିବା ସାମଗ୍ରୀ ମଧ୍ୟରୁ କେବଳ ବେକିଂ ସୋଡାକୁ ଛାଡ଼ି ଅନ୍ୟ ସବୁକୁ ମିଶାଇ ଦିଅନ୍ତୁ। ଆବଶ୍ୟକ ହେଲେ ଅଳ୍ପ ପାଣି ମିଶାଇ ଏକ ଗାଢ଼ା ଘୋଳ ତିଆରି କରନ୍ତୁ। ମିଶ୍ରଣକୁ ୨୦ ମିନିଟ ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ ସେଥିରେ ବେକିଂ ସୋଡା ପକାଇ ଭଲଭାବେ ଗୋଳାନ୍ତୁ। ନନ୍‌ଷ୍ଟିକ୍‌ ତାୱା ବସାଇ ସେଥିରେ ତେଲ ପକାନ୍ତୁ। ତାୱାରେ ଏକ ଚାମଚ ଘୋଳ ପକାଇ ଉତ୍ତପମ୍‌ ଭଳି କରନ୍ତୁ। ଦୁଇ ପଟକୁ କମ୍‌ ଆଞ୍ଚରେ ଭଲଭାବେ ସେକନ୍ତୁ। ମିନି ଉତ୍ତପମ୍‌ ଉପରେ ପିଜା ଶସ୍‌ ଲଗାଇ ତା’ପରେ ଚାଟ୍‌ ମସଲା ପକାନ୍ତୁ। ଏହାପରେ ସମସ୍ତ କଟା ହୋଇଥିବା ପରିବାକୁ ପକାଇ ତା’ ଉପରେ ଲହୁଣି ପକାନ୍ତୁ। ମିନି ପିଜାକୁ ନନ୍‌ଷ୍ଟିକ୍‌ ତାୱା ଉପରେ ଲହୁଣି ତରଳିବା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ତାୱାରୁ କାଢ଼ି ଚିଲି ଫ୍ଲେକ୍ସ ଓ ଗୋଲମରିଚ ଗୁଣ୍ଡ ପକାଇ ସର୍ଭ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେମ୍‌ ସେଲ୍‌ ଓ ମସ୍ତିଷ୍କ ଟିସୁ

ଆଜିକାଲି କେତେକ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଏହାଦ୍ୱାରା ମସ୍ତିଷ୍କର ସେଲ୍‌ (ଟିସୁ)କୁ ବିକଶିତ କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ।...

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି...

ସିଝା କଦଳୀ ସ୍ବାସ୍ଥ୍ୟପାଇଁ ଭଲ

କଦଳୀ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।  ୟୁରୋପିଆନ ଏକାଡେମୀ ଅଫ୍‌ ଆୟୁର୍ବେଦର ସୂଚନା ଅନୁଯାୟୀ, ସିଝା କଳଦୀ ରାତିରେ ଖାଇଲେ...

ଶୀତଦିନେ ଖାଆନ୍ତୁ ପାଳଙ୍ଗ

ପାଳଙ୍ଗ ଶାଗ ଶୀତଦିନେ ବହୁ ପରିମାଣରେ ମିଳୁଥିବା ବେଳେ ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ଏଥିରେ ରହିଛି ଭିଟାମିନ୍ ଏ, ବି,...

କଫି ଦୂରକରେ ଷ୍ଟ୍ରେଚ୍‌ମାର୍କ

ଗର୍ଭଧାରଣ ପରେ ଓ ମେଦବହୁଳତା ଦେଖାଯାଉଥିବା ବ୍ୟକ୍ତିଙ୍କ ପାଖରେ ଷ୍ଟ୍ରେଚ୍‌ମାର୍କ ଦେଖା ଦେଇଥାଏ। ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ବ୍ୟବହାର ପରେ ମଧ୍ୟ ଏହାର...

ନେଲ୍‌ ଆର୍ଟ କରୁଛନ୍ତି କି? ହୋଇପାରେ ଏସବୁ ରୋଗ

ଝିଅମାନେ ପାଦ ଆଉ ହାତର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ନେଲ୍‌ପଲିସ ଲଗାଇଥାନ୍ତି। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ନେଲ୍‌ପଲିସ ବି ମିଳୁଛି। ନେଲ୍‌ପଲିସ ଲଗାଇବା ସହ...

ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ...

ଡରାଉଛି କରୋନା: ଚିକେନ୍‌, ମଟନ ବଦଳରେ ପଣସ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ପ୍ରାୟ ୭୬ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ...

Advertisement
Archives

Model This Week