Posted inଫୁରସତ

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ ମଧ୍ୟ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ବିଶେଷକରି ଖରାଦିନେ ଏହାର ଡିମାଣ୍ଡ ଯୁବତୀଙ୍କ ଭିତରେ ବେଶ୍‌ ରହୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମିନି ସ୍କର୍ଟକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ କଥା ଉପରେ ନଜର ଦେବା ମଧ୍ୟ ନିହାତି ଆବଶ୍ୟକ। ଯେମିତିକି:

* ଅଣ୍ଡର ଗାର୍ମେଣ୍ଟ୍ସ କ’ଣ ପିନ୍ଧିବେ: ମିନି ସ୍କର୍ଟର ନାଁ ଉଠିବା ମାତ୍ରେ ମନ ଭିତରେ ଏକ ଛୋଟ ସ୍କର୍ଟର ଛବି ଆସିଯାଏ। ସେଥିପାଇଁ ଅନେକେ ଦ୍ୱନ୍ଦ୍ୱରେ ପଡିଯାନ୍ତି ଯେ, ଏହି ସ୍କର୍ଟ ସହିତ କେଉଁ ଧରଣର ଅଣ୍ଡର୍‌ ଗାର୍ମେଣ୍ଟ୍ସ ପିନ୍ଧିବା ଆବଶ୍ୟକ! ମିନି ସ୍କର୍ଟ ତଳେ ମୁଖ୍ୟତଃ ନ୍ୟୁଡ୍‌ ଶଟର୍‌ସ ପିନ୍ଧିବା ଦରକାର। ଯୁବତୀମାନେ ଚାହିଁଲେ ନିଜ ସ୍କର୍ଟର ରଙ୍ଗକୁ ମ୍ୟାଚିଂ କଲାଭଳି ଶଟର୍‌ସ ମଧ୍ୟ ଟ୍ରାଏ କରିପାରିବେ। ଏହା ସବୁ ଦୃଷ୍ଟିରୁ ସୁରକ୍ଷିତ ହୋଇଥାଏ।

* ନର୍ମାଲ୍‌ ଟପ୍ସ ପିନ୍ଧିପାରିବେ: ଯେହେତୁ ଆପଣ ମିନି ସ୍କର୍ଟ ପିନ୍ଧୁଛନ୍ତି, ତା’ସହିତ କେବେ ବି ବଡି ଫିଟିଙ୍ଗ୍‌ ହେଲା ଭଳି ଟପ୍ସ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହା ଆଖିକୁ ସେତେ ଭଲ ଦେଖାଯାଇ ନଥାଏ। ତେଣୁ ମିନି ସ୍କର୍ଟ ପିନ୍ଧିଲା ବେଳେ ଆପଣ ଚେଷ୍ଟା କରିବେ ଯେତେ ସମ୍ଭବ ନର୍ମାଲ୍‌ ଟପ୍ସ ପିନ୍ଧିବେ।

* ଜ୍ୟାକେଟ୍‌ ବି ଟ୍ରାଏ କରିପାରିବେ: ମିନି ସ୍କର୍ଟ ସହ କେବଳ ଟି-ଶାର୍ଟ କି ଟପ୍ସ ନୁହେଁ, ଯୁବତୀମାନେ ଚାହିଁଲେ ଟପ୍ସ ଉପରେ ଜ୍ୟାକେଟ୍‌ ମଧ୍ୟ ଟ୍ରାଏ କରିପାରିବେ। ତେଣିକି ସେ ଲେଦର୍‌ ହେଉ ଅବା ଡେନିମ୍‌ କିମ୍ବା ଅନ୍ୟ ଯେ କୌଣସି ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ ହେଉନା କାହିଁକି, ଏହା ଲୁକ୍‌କୁ ବେଶ୍‌ ଷ୍ଟାଇଲିଶ୍‌ କରି ଦେଇଥାଏ।

* ସୁଜ୍‌ ବି ଲାଗିବ ଷ୍ଟାଇଲିଶ୍‌: ମିନି ସ୍କର୍ଟ ସହ ହିଲ୍‌ ପିନ୍ଧିବାର ଫ୍ୟାଶନ ଏବେ ଟିକେ ପୁରୁଣା ହୋଇଗଲାଣି। ଆପଣ ଚାହିଁଲେ ଏହା ସହିତ ମ୍ୟାଚିଂ କରି ସୁଜ୍‌ ବି ପିନ୍ଧିପାରିବେ। କାରଣ ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ମିନି ସ୍କର୍ଟର ବିଭିନ୍ନ ଭେରାଇଟି

* ଡେନିମ୍‌ ମିନି ସ୍କର୍ଟ: ଏହି ସ୍କର୍ଟ ଯୁବତୀଙ୍କୁ ୟୁଥ୍‌ ଲୁକ୍‌ ଦେଇଥାଏ। ଡେନିମ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କ୍ରପ୍‌ ଟି-ଶାର୍ଟ ଏବଂ ତା’ଉପରେ ହାଫ୍‌ ସ୍ଲିଭ୍‌ର ଡେନିମ୍‌ ଜ୍ୟାକେଟ୍‌ ମଧ୍ୟ କ୍ୟାରି କରିପାରିବେ। କେବଳ ସେତିକି ନୁହେଁ, ଏହା ସହିତ ମାଚିଂ ହେଲା ଭଳି ସୁଜ୍‌ ପିନ୍ଧିଲେ ତ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

* ଲେଦର ମିନି ସ୍କର୍ଟ: ଲେଦର୍‌ର ମିନି ସ୍କର୍ଟ ବି ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ବିଶେଷକରି ମଷ୍ଟାର୍ଡ ୟେଲୋ କଲର୍‌ର ଲେଦର୍‌ ମିନି ସ୍କର୍ଟ ସହ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା କଳା ରଙ୍ଗର କଟନ୍‌ ଟି-ଶାର୍ଟ ପିନ୍ଧିଲେ କୁଲ୍‌ ଲୁକ୍‌ ମିଳିଥାଏ। ଯୁବତୀମାନେ ଚାହିଁଲେ ନିଜ ମନ ପସନ୍ଦର ଯେ କୌଣସି ରଙ୍ଗର ମିନି ସ୍କର୍ଟ ଓ ଟପ୍ସକୁ ଏହିଭଳି ଭାବେ ପେୟାର୍‌ କରି ମଧ୍ୟ ପିନ୍ଧିପାରିବେ।

* କଟନ୍‌ ମିନି ସ୍କର୍ଟ: ଖରାଦିନେ ପିନ୍ଧିବା ପାଇଁ କଟନ୍‌ ଫ୍ୟାବ୍ରିକ୍‌ ମିନି ସ୍କର୍ଟ ଏକ ଭଲ ଅପ୍ସନ ହୋଇଥାଏ। ଏହା କମ୍ଫଟେବଲ୍‌ ଲାଗିବା ସହ ଦେହକୁ ବେଶୀ ଗରମ ମଧ୍ୟ ଲାଗି ନଥାଏ। କଟନ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କଟନ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।

*ଷ୍ଟ୍ରାଇପ୍‌ ପ୍ରିଣ୍ଟ ମିନି ସ୍କର୍ଟ: ଏହି ପ୍ରିଣ୍ଟର ମିନି ସ୍କର୍ଟ ଆଖିକୁ ସୁନ୍ଦର ଦେଖାଯିବା ସହ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ବି ଦେଇଥାଏ। ତେବେ ଏହି ପ୍ରିଣ୍ଟର ସ୍କର୍ଟ ସହ ଯେତେ ସମ୍ଭବ ପ୍ଲେନ୍‌ ଟପ୍ସ ବା ଟି-ଶାର୍ଟ ପିନ୍ଧିବେ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri