ଅବୁଜବାହାଲ କ୍ରସର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲା ଖଣି ବିଭାଗ, ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି…

ରିଷିଡ଼ା,୫ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲସ୍ଥିତ ମିନମାନ ପାହାଡ଼ରେ ଚାଲୁଥିବା କ୍ରସର ବର୍ତ୍ତମାନ ବନ୍ଦ ରଖିବାକୁ ଖଣିବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରସର ଆରମ୍ଭ ହେବା ଦିନଠୁ ଏଠାରେ କ୍ରସର ନ ଚଳେଇବା ପାଇଁ ଗ୍ରାମବାସୀ ଦାବି କରିଆସୁଥିଲେ। ବର୍ଷ ସାରା ଗ୍ରାମବାସୀ ତହସିଲଦାରଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବାରମ୍ବାର ଧାଁ ଧଉଡ଼  କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବାରୁ ଉତ୍ତେଜନା ଲାଗିରହିଥିଲା। ଏହି କ୍ରସର ପାଖରେ ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର, ଜନବସତି ଆଦି ରହିଥିବା ବେଳେ କେଉଁ ଆଧାରରେ ଅନୁମତି ମିଲିଲା ବୋଲି ପ୍ରଶ୍ନ ଉଠୁଛି। ଏପରିକି ୩ ଏକର ଜମି ଲିଜ୍‌ ନେଇଥିବା ବେଳେ ଅଧିକ ଏରିଆକୁ ସାମିଲ କରି ବେଆଇନ ଭାବେ ବ୍ଲାଷ୍ଟିଂ ଚାଲୁଥିଲା। ଏଠାରେ ବନ ବିଭାଗ ପକ୍ଷରୁ ପୂର୍ବରୁ କରାଯାଇଥିବା ବୃକ୍ଷରୋପଣ ମଧ୍ୟ ଏବେ ସ୍ବାହା ହୋଇଯାଇଛି। ସମ୍ପୂର୍ଣ୍ଣ ଭାବରେ ୯୦ ଏକରରୁ ଅଧିକ ପରିମିତ ଏହି ପାହାଡ଼ ଅଞ୍ଚଳକୁ ଧୂଳିସାତ କରିବାର ଚକ୍ରାନ୍ତ ଚାଲିଛି। ଏହାକୁ ନେଇ ଗ୍ରାମବାସୀଅଭିଯୋଗ କରିବା ପରେ କଳାହାଣ୍ଡି ଜିଲା ଖଣି ଉପନିର୍ଦ୍ଦେଶକ ପତ୍ରାଙ୍କ ୨୧୯ ତା-୨୬.୫.୨୬ରେ ପଥରକ୍ୱାରୀ-୨କ୍ରସର ୟୁନିଟ୍‌କୁ ସସ୍‌ପେଣ୍ଡ୍‌ ଆଦେଶ ଦେଇଛନ୍ତି। ଏହାର ସିଡିଓ, ଇସି ଓ ଏକ୍ସପ୍ଲୋସିଭ କ୍ଲିୟରାନ୍ସ ନ ଥିବା ଦର୍ଶାଇ ସେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ପର୍ଯ୍ୟନ୍ତ ପୁଣି ବ୍ଲାଷ୍ଟିଂ ହେଉଥିବା ଜାଣି ପୁଣି ଅଭିଯୋଗ ହେବାରୁ ଆଜି ଭବାନୀପାଟଣା ଖଣି ବିଭାଗ ଅଧିକାରୀମାନେ ଆସି କ୍ଷେତ୍ରପରିଦର୍ଶନ କରିଥିଲେ ଓ ଏହାର ସ୍ଥିତିବସା ଉପରେ ଡିଡିଏମ୍‌ଙ୍କୁ ଦେବେ ବୋଲି କହିଥିଲେ। ତେବେ ଏଠାରେ କ୍ରସରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଦାବି କଣାଇଛନ୍ତି। ଏହାପୂର୍ବରୁ ଗ୍ରାମବାସୀ ଆଜି କର୍ଲାମୁଣ୍ଡାଠାରେ ତହସିଲଦାର ଅରୁଣ ବର୍ଗେଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ପଟେଲଙ୍କୁ ଭେଟି ଡିଡିଏମ୍‌ଙ୍କ ଚିଠି ହେବା ସତ୍ତ୍ୱେ କ୍ରସରରେ ବ୍ଲାଷ୍ଟିଂ ଚାଲୁଥିବା ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri