କୋଟିପତି ଜିଆର୍‌ଏସ୍‌ ଗିରଫ, ସ୍ତ୍ରୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱର ଇଞ୍ଜଣା ଗ୍ରାମପଞ୍ଚାୟତ(ପୂର୍ବର କଳାରାହାଙ୍ଗ ପଞ୍ଚାୟତ)ର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିର୍ଭୂତ୍ତ ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠୁ ୩୮୩ ଶତକଡ଼ା ଅଧିକ। ବାବୁଲିଙ୍କ ନିକଟରୁ ଠାବ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରୁବାରୁ ଭିଜିଲାନ୍ସ ତାଙ୍କ ନାମରେ ଏକ ମାମଲା(ନଂ.୯/୨୦୨୨) ରୁଜୁ କରି ମଙ୍ଗଳବାର ଗିରଫ କରିଛି। ଏଥିସହ ତାଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଗିରଫ ପରେ ବାବୁଲିଙ୍କୁ ଭୁବନେଶ୍ୱରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବାବୁଲି ୨୦୦୮ ମାର୍ଚ୍ଚ ୧ରେ ଜିଆର୍‌ଏସ୍‌ ଭାବେ ଯୋଗ ଦେଇଥିଲେ। ଏଯାବତ୍‌ ତାଙ୍କ ଚାକିରି ନିୟମିତ ହୋଇ ନ ଥିବାବେଳେ ବାବୁଲି ସ୍ବୀକାର କରିଥିବାବେଳେ ସେ ମାସିକ ୮ ହଜାର ୫୦୦ ଟଙ୍କା ଦରମା ପାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଉଛି। ତାଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ସୋମବାର ଭୁବନେଶ୍ୱର ରଘୁନାଥପୁରସ୍ଥିତ ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କଟକ ବେଲ୍‌ଗଛିଆରେ ଗୋଟିଏ ଓ ଭୁବନେଶ୍ୱରରେ ୫୮ ପ୍ଲଟ୍‌, ଭୁବନେଶ୍ୱର ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟରେ ୧.୨୪ କୋଟିର ଗୋଟିଏ ୩ ମହଲା କୋଠା ସମେତ ଏକାଧିକ କୋଠା ଠାବ ହୋଇଥିଲା। ସେହିପରି ତାଙ୍କ ଘରୁ ୮.୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ସୁନା ଓ ରୁପା ଗହଣା, ଘରୋଇ ଆସବାବପତ୍ର, ନଗଦ ଟଙ୍କା ମିଳିଥିଲା। ଅନ୍ୟପକ୍ଷରେ ବାବୁଲି ଏନେଇ ଗଣମାଧ୍ୟମକୁ କହିଛନ୍ତି, ମୋ ରୋଜଗାର ହ୍ବାଇଟ୍‌, କିିଛି ବେଆଇନ୍‌ କାମ କରିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri