Milk Production Odisha: ଦୁଗ୍ଧ ଉତ୍ପାଦନ: ରାଜ୍ୟରେ ବଢ଼ିଛି, ୧୩ ଜିଲାରେ କମିଛି

ଦେଶର ଅର୍ଥନୀତି ସୁଦୃଢ଼ କରିବାରେ ପ୍ରାଣିସମ୍ପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଗ୍ରାମାଞ୍ଚଳର ଅନେକ ପରିବାର ଦୁଗ୍ଧ ଉତ୍ପାଦନ କରି ଗୁଜରାଣ ମେଣ୍ଟାଉଛନ୍ତି। ଏହି କ୍ରମରେ ଭାରତ ବିଶ୍ୱର ସର୍ବୋଚ୍ଚ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଦେଶରେ ୨୦୨୩-୨୪ ଆର୍ଥିକବର୍ଷରେ ୨୩୯.୩୦ ନିୟୁତ ମେଟ୍ରିକ୍‌ ଟନ୍‌ (ଏମ୍‌ଏମ୍‌ଟି) ଦୁଗ୍ଧ ଉତ୍ପାଦନ ହୋଇଥିବା ମତ୍ସ୍ୟଚାଷ, ଦୁଗ୍ଧ ଓ ପଶୁପାଳନ ମନ୍ତ୍ରଣାଳୟ ପକ୍ଷରୁ ଗତ ୧୨ ତାରିଖରେ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ଏ କ୍ଷେତ୍ରରେ ଓଡ଼ିଶାର ଅବଦାନ ୧.୧% ରହିବା ସହ ଦେଶରେ ଆମ ରାଜ୍ୟ ୧୬ ନମ୍ବର ସ୍ଥାନରେ ରହିଛି। ୨୦୦୯-୧୦ରୁ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ କ୍ରମାଗତ ଭାବେ ବଢ଼ିଚାଲିଥିଲାବେଳେ ସଦ୍ୟତମ ତଥ୍ୟ ଅନୁଯାୟୀ ୨୦୨୩-୨୪ରେ ଏହା ୨୦୨୨-୨୩ ତୁଳନାରେ ୧୩ ଜିଲାରେ କମିଛି। ରାଜ୍ୟର ୪୩% ଜିଲାରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇବା ଗ୍ରାମୀଣ ଅର୍ଥନୀତିର ରୁଗ୍‌ଣ ଅବସ୍ଥାକୁ ଦର୍ଶାଉଛି। ନିକଟରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ କରିଥିବାରୁ ସ୍ଥିତିରେ ସୁଧାର ଆସିପାରେ ବୋଲି କୁହାଯାଉଛି।

ଭୁବନେଶ୍ୱର,୧୭ା୪(ଅନୁରାଧା ମହାରଣା):ଦେଶରେ ୨୦୨୩-୨୪ରେ ସର୍ବାଧିକ ଉତ୍ତରପ୍ରଦେଶରେ ୩୮,୭୮୦ ହଜାର ମେଟ୍ରିକ ଟନ୍‌ (ଟିଏମ୍‌ଟି) ଦୁଗ୍ଧ ଉତ୍ପାଦନ ହେଉଥିବାବେଳେ ଓଡ଼ିଶାରେ ଏହାର ପରିମାଣ ରହିଛି ୨,୬୩୬ ଟିଏମ୍‌ଟି। ଦେଶର ମୋଟ ଉତ୍ପାଦନରେ ଏହି ଦୁଇ ରାଜ୍ୟର ଅବଦାନ ଯଥାକ୍ରମେ ୧୬.୨୧% ଏବଂ ୧.୧% ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୪୭୬.୪୨ ଟିଏମ୍‌ଟି ମେଟ୍ରିକ୍‌ ଟନ୍‌ ଦୁଗ୍ଧ ଉପତ୍ାଦନ ହୋଇଥିବାବେଳେ ୨୦୨୩-୨୪ରେ ୧୫୯.୫୮ ଟିଏମ୍‌ଟି ବୃଦ୍ଧି ପାଇଛି। ମାତ୍ର ୧୩ ଜିଲା ତଥା ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରେ ଦୁଗ୍ଧ ଉତ୍ପାଦନ ହ୍ରାସ ପାଇଛି। କଟକ ଜିଲାରେ ୧୪,୦୩,୨୦୪ କ୍ଷୀର ଦେଉଥିବା ପ୍ରାଣୀଙ୍କଠାରୁ ସର୍ବାଧିକ ୩୯୧ ଟିଏମ୍‌ଟି ଦୁଗ୍ଧ ଉପତ୍ାଦନ ହୋଇଛି। କନ୍ଧମାଳରେ ୪,୭୩,୧୯୯ ପ୍ରାଣୀଙ୍କଠାରୁ ସର୍ବନିମ୍ନ ୧୧.୧୧ ଟିଏମ୍‌ଟି କ୍ଷୀର ଉପତ୍ାଦନ ହୋଇଛି। ମୟୂରଭଞ୍ଜରେ କ୍ଷୀର ଦେଉଥିବା ପ୍ରାଣୀଙ୍କ ସଂଖ୍ୟା ସର୍ବାଧିକ ୩୭,୬୧,୧୨୮ ରହିଥିଲେ ମଧ୍ୟ ଦୁଗ୍ଧ ଉପତ୍ାଦନ ଖୁବ୍‌ କମ୍‌ ରହିଛି। ବର୍ଷକରେ ଉପତ୍ାଦିତ କ୍ଷୀର ପରିମାଣ ୭୨.୮୭ରୁ ୬୨.୭୮ ଟିଏମ୍‌ଟିକୁ ହ୍ରାସ ପାଇଛି। ଏହି ୧୩ ଜିଲାରେ ଦେଶୀ ଗାଈଙ୍କ ସଂଖ୍ୟା ଅଧିକ ରହିଛି। ଏହି ବର୍ଗର ଗାଈ କମ୍‌ କ୍ଷୀର ଦେଉଥିବାରୁୁ ସାମଗ୍ରିକ ଭାବେ ଏହି ସବୁ ଜିଲାରେ ଦୁଗ୍ଧ ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାରୀ ଭାବେ କୁହାଯାଉଛି।
ରାଜ୍ୟ ପଶୁପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଏବେ ଓମ୍‌ଫେଡ୍‌ ଦୈନିକ ୫ ଲକ୍ଷ ୧୪ ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଛି। ସେଥିରେ ଦେଶୀ ବା ବିଞ୍ଝାରପୁରୀ ଗାଈ କ୍ଷୀର ହେଉଛି ୨୫୦୦ ଲିଟର। ଅନ୍ୟାନ୍ୟ ଘରୋଇ କମ୍ପାନୀଗୁଡ଼ିକ ରାଜ୍ୟରୁ ଦୈନିକ ୨ ଲକ୍ଷ ୭୪ ହଜାର ଲିଟର ଦୁଗ୍ଧ ଦୈନିକ ସଂଗ୍ରହ କରୁଛନ୍ତି। ବର୍ଷ ସାରା ଓମଫେଡ୍‌ର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ମୁଣ୍ଡ ପିଛା କ୍ଷୀର ଆବଶ୍ୟକତା ପୂରଣ ପାଇଁ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ତେବେ କୁଲାଙ୍ଗେଙ୍କ କହିବାନୁସାରେ ରାଜ୍ୟ ବାହରର ବିଭିନ୍ନ ଘରୋଇ କମ୍ପାନୀ ଓଡ଼ିଶାର ଦୁଗ୍ଧଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରୁ ନ ଥିଲେ ମଧ୍ୟ ରାଜ୍ୟରେ ବିକ୍ରି କରିଛନ୍ତି। ସେହିପରି ଓମ୍‌ଫେଡ୍‌ ଦୁଗ୍ଧ ଓ ଦୁଗ୍ଧଜାତଦ୍ରବ୍ୟ ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ସହ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ କିଛି ମାତ୍ରାରେ ଯାଉଥିବା କୁଲାଙ୍ଗେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?