Posted inଜାତୀୟ

କ୍ଷୀର ମହଙ୍ଗା: ପ୍ରତି ୧୦ରୁ ୪ ପରିବାର ବିକଳ୍ପ ଆପଣେଇଛନ୍ତି

ନୂଆଦିଲ୍ଲୀ,୮ା୨: ଗତ କିଛିବର୍ଷ ହେବ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀର ଦରଦାମ୍‌ କ୍ରମାଗତ ବଢ଼ିବାରେ ଲାଗିଛି। ଘରେ ଘରେ ବହୁଳ ବ୍ୟବହାର କରାଯାଉଥିବା କ୍ଷୀରର ଦାମ୍‌ ମଧ୍ୟ ବଢ଼ିଛି। ଲୋକାଲ୍‌ସର୍କଲ୍‌ ସଙ୍ଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ କ୍ଷୀର ଦର ବୃଦ୍ଧି ଯୋଗୁ ପ୍ରତି ୧୦ରୁ ୪ଟି ପରିବାର ପ୍ରଭାବିତ ହେବା ଯୋଗୁ ବିକଳ୍ପ ପନ୍ଥା ଆପଣାଇବାରେ ଲାଗିଛନ୍ତି। କେତେକ ପରିବାର ଆବଶ୍ୟକତାଠାରୁ କମ୍‌ କ୍ଷୀର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ କିଛି ପରିବାର କମ୍‌ ମୂଲ୍ୟର କ୍ଷୀର କିଣୁଥିବାବେଳେ ଆଉ କେତେକ ପରିବାର କ୍ଷୀର କିଣିବା ବନ୍ଦ କରି ଦେଇଛନ୍ତି।
ଦେଶର ୩୦୩ ଜିଲାର ୧୦,୦୦୦ ଘରକୁ ନେଇ ଲୋକାଲସର୍କଲ୍‌ ପକ୍ଷରୁ ଏହି ସର୍ଭେ କରାଯାଇଛି। ଗୁଜରାଟ କୋଅପରେଟିଭ୍‌ ମିଲ୍କ ମାର୍କେଟିଂ ଫେଡେରେଶନ୍‌ ଚଳିତ ମାସରେ ଅମୂଲ କମ୍ପାନୀକୁ ଲିଟର ପିଛା ୩ ଟଙ୍କା ବର୍ଦ୍ଧିତ ଦରରେ କ୍ଷୀର ବିକ୍ରି କରିଛି। ଗତବର୍ଷ ଅକ୍ଟୋବରରେ ଅମୂଲ କ୍ଷୀର ଲିଟର ପିଛା ଦର ୨ଟଙ୍କା ବଢ଼ାଇଥିଲା। କ୍ଷୀର ମୂଲ୍ୟ ବଢ଼ିବା ଯୋଗୁ ଗତ ଅଗଷ୍ଟରେ ୪% ପରିବାର କମ୍‌ ମୂଲ୍ୟରେ ବିକ୍ରି ହେଉଥିବା କ୍ଷୀର କିଣିବା ଆରମ୍ଭ କରିଥିବାବେଳେ ଚଳିତ ମାସରେ ୧୬% ପରିବାର ଏହି ଧାରାକୁ ଆପଣାଇଛନ୍ତି। ୧୯% ପରିବାର ଆବଶ୍ୟକତାଠାରୁ କମ୍‌ କ୍ଷୀର କିଣୁଛନ୍ତି। ଅନ୍ୟପକ୍ଷେ ୩% କ୍ଷୀର କିଣିବା ବନ୍ଦ କରିଦେଇଛନ୍ତି। ୫୬% ପରିବାର (ପ୍ରତି ୧୦ ମଧ୍ୟରୁ ୬) ଦାମ୍‌ ବଢ଼ିବା ସତ୍ତ୍ୱେ ନିୟମିତ ଭାବେ ବ୍ୟବହାର କରୁଥିବା ବ୍ରାଣ୍ଡର କ୍ଷୀର ହିଁ କିଣୁଛନ୍ତି। କମ୍ପାନୀଗୁଡ଼ିକ ପ୍ରତିବର୍ଷ ନିଜ ଉତ୍ପାଦିତ ପ୍ରଡକ୍ଟର
ମୂଲ୍ୟ ଥରକରୁ ୫ଥର ବୃଦ୍ଧି କରୁଛନ୍ତି, ଯେଉଁଥିରେ ସେମାନେ ୧ରୁ ୩ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବଢ଼ାଉଥିବା ସର୍ଭେରୁ ଜଣାପଡ଼ିଛି। ଅମୂଲ ଲିଟର ପିଛା ଦର ସର୍ବାଧିକ ୩ ଟଙ୍କା ବଢ଼ାଇଥିବାବେଳେ ଗୋବର୍ଦ୍ଧନ ଏବଂ ଅନ୍ୟ ବ୍ରାଣ୍ଡର କ୍ଷୀର କମ୍‌ ମୂଲ୍ୟରେ ମିଳୁଥିବା କାରଣରୁ ସେମାନଙ୍କ ଚାହିଦା ଏବେ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri