ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ

ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏବେ ସେ ମୋଦିଙ୍କ ସହ ଏକ ଫଟୋ ଶେୟାର କରି ଏକ ବଡ କଥା କହିଛନ୍ତି ।
ସୂଚନାଯୋଗ୍ୟ, ୟୁନିଟ ରନ ଶେଷ କରିବା ପରେ ମିଲିନ୍ଦ ସୋମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏବେ ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମୋଦିଙ୍କ ସହ ସାକ୍ଷାତକାର ସମୟର ଏକ ଫଟୋ ଶେୟାର କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ୟୁନିଟ ରନ ଶେଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟି ଖୁବ୍ ଖୁସି ଅନୁଭବ କଲି । ସାକ୍ଷାତକାର ସମୟରେ ତାଙ୍କ ସହ କଥା ହୋଇ ଜାଣିପାରିଲି ଯେ ସେ ବି ମୋ ପରି ଭାରତୀୟ ଇତିହାସ, ଖେଳ, ସ୍ୱାସ୍ଥ୍ୟ ଓ ଫିଟନେସ ଉପରେ ଖୁବ ରୁଚି ରଖନ୍ତି । ଦେଶରେ ଯୋଗ ଓ ଆୟୁର୍ବେଦକୁ ଆଗକୁ ଯିବାକୁ ସୁଯୋଗ ମିଳୁଥିବାରୁ ମୁଁ ହୃଦୟର ସହ ତାଙ୍କୁ ଧନ୍ୟବାଦ ଦେଉଛି ।
ମିଲିନ୍ଦ ସୋମନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ୫୬ ବର୍ଷ ବୟସରେ ଖୁବ୍ ଫିଟଥିବା ମିଲିନ୍ଦ ସୋମନଙ୍କୁ ଖୁବ୍ ପ୍ରଶଂସା ବି ମିଳୁଛି । ୱାର୍କ ଆଉଟ, ଯୋଗ ଅଭ୍ୟାସ କରି ଫିଟ ଥିବା ଏହି କଳାକାରଙ୍କ ପୋଷ୍ଟରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ମୋଦି ସରକାର...

୧୫ ଦିନ ବଢ଼ିଲା ନାଇଟ୍‌ କର୍ଫ୍ୟୁ

ଅହମ୍ମଦାବାଦ,୨୭।୨: କୋଭିଡ୍‌-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ଅହମ୍ମଦାବାଦ ସମେତ ରାଜ୍ୟର ୪ଟି ପ୍ରମୁଖ ସହରରେ ରାତ୍ର କର୍ଫ୍ୟୁକୁ ଆଉ ୧୫...

କମିଗଲା କ୍ରିତିଙ୍କ ଓଜନ

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ପାଇଁ ୨୦୨୦ ମସିହା ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ସେ ମ୍ୟାଲେରିଆରେ...

ଗ୍ରୀଷ୍ମାବକାଶ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ,୨୬୪ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଶୁଣାଣି ଗ୍ରୀଷ୍ମାବକାଶ ପରେ...

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର...

ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଆୟକର ଚଢ଼ାଉ…

ନୂଆଦିଲ୍ଲୀ, ୭।୯ : ମାନ୍ୟତା ପାଇନଥିବା ରାଜନୈତିକ ଦଳଙ୍କ ବିରୋଧରେ ଟିକସ ଛାଡ ମାମଲାରେ ଆୟକର ବିଭାଗ ବିଭିନ୍ନ ରାଜ୍ୟରେ ଚଢ଼ାଉ କରାଯାଇଛି। ସରକାରୀ ସୂତ୍ର...

ଚିରାଗଙ୍କୁ ହେଲିକପ୍ଟର-ପଶୁପତିଙ୍କୁ ସିଲାଇ ମେସିନ…

ନୂଆଦିଲ୍ଲୀ,୫।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପରେ ପୁରୁଣା ନିର୍ବାଚନୀ ଚିହ୍ନ ଫ୍ରିଜ୍‌ କରାଯାଇ ନିର୍ବାଚନ ମିଶନଙ୍କ ପକ୍ଷରୁ ଚିରାଗ ପାସଓ୍ବାନଙ୍କ...

Advertisement
Archives

Model This Week