ମିଗୁଏଲ୍‌ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ନୂଆ ନେତା

ହାଭାନା, ୨୦।୪: କ୍ୟୁବା କମ୍ୟୁନିଷ୍ଟ ପାର୍ଟି ନେତା ପଦରୁ ରାଉଲ କାଷ୍ଟ୍ରୋଙ୍କ ଅବସର ପରେ ସୋମବାର ଦଳ ମିଗୁଏଲ୍‌ ଡିଆଜ୍‌-କାନେଲଙ୍କୁ ନୂଆ ନେତା ବାଛିଛି। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଛି। ୬୧ ବର୍ଷୀୟ ମିଗୁଏଲ୍‌ ୨୦୧୯ରୁ କ୍ୟୁବାର ରାଷ୍ଟ୍ରପତି ରହିବା ସହ ୨୦୧୮ରୁ କ୍ୟୁବା କାଉନସିଲ୍‌ ଅଫ୍‌ ଷ୍ଟେଟ୍‌ର ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ସେ ୨୦୧୩ରୁ ୨୦୧୮ ଉପରାଷ୍ଟ୍ରପତି ଥିଲେ। ୨୦୦୩ରୁ ସେ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ସଦସ୍ୟ ରହିଛନ୍ତି। ୨୦୦୯ରୁ ୨୦୧୨ ମିଗୁଏଲ୍‌ କ୍ୟୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୫୯ରୁ କ୍ୟୁବାକୁ କାଷ୍ଟ୍ରୋ ଭ୍ରାତା ଶାସନ କରି ଆସୁଥିଲେ। ଗତ ଶନିବାର ରାଉଲଙ୍କ ଅବସର ପରେ ସେଠାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଗଲା ଜରୁରୀ ଅବତରଣ

କାଠମାଣ୍ଡୁ,୪।୯: ନେପାଳର ଏକ ଘରୋଇ ବିମାନ କମ୍ପାନୀ ସୀତା ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। କାଠମାଣ୍ଡୁରୁ ଲୁକ୍ଲା ଯାଉଥିବା ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ...

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ...

ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ...

ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି।...

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ...

ଦୁବାଇରେ ୨ ଭାରତୀୟ ଛାତ୍ର ମୃତ

ଦୁବାଇ,୨୬।୧୨: ଦୁବାଇରେ ଛୁଟି କାଟିବାକୁ ଯାଇଥିବା ୨ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କର କାର୍‌ ଦୁର୍ଘଟଣାରେ ଖ୍ରୀଷ୍ଟମାସ ଅର୍ଥାତ୍‌ ବୁଧବାର ମୃତ୍ୟୁ ହୋଇଛି। କେରଳର ମୂଳ...

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି।...

ପାକିସ୍ତାନକୁ ୫୦ ଡ୍ରୋନ୍‌ ବିକିଲା ଚାଇନା

ନୂଆଦିଲ୍ଲୀ, ୨୭ା୧୨: ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଚାଇନା ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆଗେଇଛି। ଏକ ପ୍ରତିରକ୍ଷା ଚୁକ୍ତି ଅନୁସାରେ ଚାଇନା...

Advertisement
Archives

Model This Week