ଆଶ୍ରୟ ଆଶାରେ ସୀମାରେ ପ୍ରବାସୀ

ଓ୍ବାଶିଂଟନ/ମେକ୍ସିକୋ ସିଟି,୧୩ା୫: ୨୦୨୦ ମାର୍ଚ୍ଚରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ‘ଟାଇଟଲ ୪୨’ ନୀତି ଆରମ୍ଭ କରିଥିଲେ। ଫଳରେ ଆମେରିକାକୁ ପ୍ରବେଶ ଆଶାରେ ଥିବା ୨.୮ ନିୟୁତ ଶରଣାର୍ଥୀ ମେକ୍ସିକୋ ସୀମା ଅତିକ୍ରମ କରିପାରି ନ ଥିଲେ। ମହାମାରୀ ମୁକାବିଲା କେବଳ ଏକ ବାହାନା, ପ୍ରବାସୀଙ୍କ ଅନୁପ୍ରବେଶ ଉପରେ କଟକଣା ଜାରି କରିବା ଟ୍ରମ୍ପ୍‌ଙ୍କ ଅସଲ ଉଦ୍ଦେଶ୍ୟ ବୋଲି ଅଧିକାର ଗୋଷ୍ଠୀଗୁଡ଼ିକ ପକ୍ଷରୁ ସେତେବେଳେ ସମାଲୋଚନା କରାଯାଇଥିଲା। ଏହି ବିବାଦୀୟ ଜନସ୍ବାସ୍ଥ୍ୟ ନୀତିର ଅବଧି ଗୁରୁବାର ମଧ୍ୟରାତ୍ରିରେ ଶେଷ ହୋଇଛି। ଫଳରେ ପ୍ରବାସୀଙ୍କ ମନରେ ଆଶାର ନୂଆ କିରଣ ଜାଗ୍ରତ ହୋଇଛି। ମେକ୍ସିକୋର ପ୍ରବାସୀମାନେ ଉନ୍ନତ ଜୀବନ ଆଶାରେ ଆମେରିକାରେ ବସବାସ ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି। ତେବେ ସୀମାର ଉଭୟ ପାର୍ଶ୍ୱରେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କାରଣ ବାଇଡେନ୍‌ ପ୍ରଶାସନ ‘ଟାଇଟଲ ୪୨’କୁ ରଦ୍ଦ କରିବା ସହ ‘ଟାଇଟଲ ୮’ ନାମରେ ଏକ ନୂଆ ନୀତି ଆରମ୍ଭ କରଛନ୍ତି। ବେଆଇନ ଭାବେ ଅନୁପ୍ରବେଶ କଲେ ପ୍ରବାସୀଙ୍କ ବିରୋଧରେ ୫ ବର୍ଷ ପ୍ରବେଶ କଟକଣା ସହ ଆପରାଧିକ ମାମଲା ଚାଲିବ ବୋଲି ଶୁକ୍ରବାର ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ପ୍ରବାସୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଆମ ସୀମା ଉନ୍ମୁକ୍ତ ନୁହେଁ ବୋଲି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଆଲେଜାଣ୍ଡ୍ରୋ ମାୟୋର୍କାସ୍‌ ଶରଣାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ପକ୍ଷରୁ କୋଭିଡ୍‌-୧୯କୁ ଜନସ୍ବାସ୍ଥ୍ୟ ବିପତ୍ତି ଭାବେ ବିବେଚନା ନ କରିବାକୁ ମେ’ ୧୧ରେ ଘୋଷଣା କରାଯିବା ସହ ଟ୍ରମ୍ପ୍‌ଙ୍କ ଟାଇଟଲ ୪୨ର ଅବଧି ଗୁରୁବାର ସ୍ଥାନୀୟ ସମୟ ରାତି ୧୧ଟା ୫୯ ମିନିଟରେ ଶେଷ ହୋଇଛି। ଏଭଳି ସମୟରେ ଶରଣାର୍ଥୀଙ୍କ ଅନୁପ୍ରବେଶ ରୋକିବା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରୂପେ ଉଭା ହୋଇଛି। ୩,୨୦୦ କି.ମି. ବିଶିଷ୍ଟ ୟୁଏସ୍‌-ମେକ୍ସିକୋ ସୀମାରେ ପୂର୍ବରୁ ୨୪,୦୦୦ ସୁରକ୍ଷା ବଳ ମୁତୟନ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ବାଇଡେନ୍‌ ପ୍ରଶାସନ ପାଟ୍ରୋଲିଂ ପାଇଁ ଅତିରିକ୍ତ ୧,୫୦୦ ସୈନ୍ୟ ପ୍ରେରଣ କରିଛି। ଓ୍ବାଶିଂଟନ୍‌ ମଧ୍ୟ ଚଳିତ ସପ୍ତାହରେ ‘ଟାଇଟଲ ୮’ ଶୀର୍ଷକ ଏକ ନୂଆ ନୀତି ଚୂଡ଼ାନ୍ତ କରିଛି। ଏହାଦ୍ୱାରା ଆମେରିକାର ଦକ୍ଷିଣାଞ୍ଚଳ ସଂଲଗ୍ନ ମେକ୍ସିକୋ ସୀମାରେ ପହଞ୍ଚୁଥିବା ଅଧିକାଂଶ ପ୍ରବାସୀ ଓ ଶରଣାର୍ଥୀ ଶରଣ ମାଗିବାକୁ ଅଯୋଗ୍ୟ ସାବ୍ୟସ୍ତ ହେବେ। ‘ଟାଇଟଲ ୪୨’ର ଅବଧି ଶେଷ ହେବା ମାତ୍ରେ ତତ୍କାଳ ଏହି ନୂଆ ନୀତି ଲାଗୁ ହୋଇଛି।
ଟ୍ରମ୍ପ୍‌ଙ୍କ ଅମଳର କଟକଣା ହଟିବା ପୂର୍ବରୁ ଆମେରିକାରେ ରହିବା ପାଇଁ ଚାହୁଁଥିବା ଲୋକେ ସୀମାରେ ରୁଣ୍ଡ ହୋଇଛନ୍ତି, ନୂଆ ନୀତି ବଳରେ ପ୍ରବେଶ ଆହୁରି କାଠିକର ପାଠ ହୋଇଯିବା ଆଶଙ୍କାରେ। ଟେକ୍ସାସ୍‌ର ବ୍ରାଉନ୍ସଭିଲେ ଅପରପାର୍ଶ୍ୱରେ ଥିବା ମେକ୍ସିକାନ୍‌ ଟାଉନ୍‌ ମାଟାମୋରୋସ୍‌ରେ ବୁଧବାରଠାରୁ ଲୋକେ ନିଜ ପୋଷାକ ଭର୍ତ୍ତି ବ୍ୟାଗ୍‌ ଓ ଜରୁରୀ ଆସବାବପତ୍ର ଧରି ଭିଡ଼ ଜମାଇବା ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଧୀରେ ଧୀରେ ରିଓ ଗ୍ରାଣ୍ଡେ ନଦୀର ପାଣିରେ ପାଦ ଥାପିଛନ୍ତି। ଜଣେ ବ୍ୟକ୍ତି ନିଜ ଶିଶୁକୁ ଏକ ଖୋଲା ସୁଟ୍‌କେଶରେ ରଖି ମୁଣ୍ଡରେ ଧରି ନଦୀ ପାର ହୋଇଛନ୍ତି। ଆମେରିକା ପଟେ ସେମାନେ ଶୁଖିଲା ବସ୍ତ୍ର ପିନ୍ଧି ଅଫିସରଙ୍କ ନିକଟରେ ପାସ୍‌ପୋର୍ଟ ଦାଖଲ ପୂର୍ବକ ଆମତ୍ସମର୍ପଣ କରୁଛନ୍ତି ମୁକ୍ତ ହୋଇ ଆଇନତଃ ଆଶ୍ରୟ ମିଳିବା ଆଶାରେ। କିନ୍ତୁ ଏଥିପାଇଁ ପ୍ରବାସୀଙ୍କୁ ଇମିଗ୍ରେଶନ୍‌ କୋର୍ଟକୁ ଅନେକ ବର୍ଷ ଧରି ଧାଇଁବାକୁ ପଡ଼ିବ।
ଆସିଥିବା ଶତାଧିକ ଲୋକ କାଲିଫର୍ନିଆର ସାନ୍‌ ୟସିଡ୍ରୋରେ ଥିବା ସୀମାନ୍ତ ପ୍ରାଚୀର ଅତିକ୍ରମ କରି ଆମେରିକୀୟ କର୍ତ୍ତୃପକ୍ଷଙ୍କ ଯାଞ୍ଚକୁ ଅପେକ୍ଷା କରିଛନ୍ତି। ଶରଣାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଭେନିଜୁଏଲା, କ୍ୟୁବା, ହାଇତି, କଲମ୍ବିଆ, ବ୍ରାଜିଲ, ଆଫଗାନିସ୍ତାନ ଓ ତୁର୍କୀ ବାସିନ୍ଦା। ଏପରି କି କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା, ଚାଇନା ଓ ରୁଷିଆର ମଧ୍ୟ ଅନେକ ପ୍ରବାସୀ ନିଜ ଦେଶରେ ରାଜନୈତିକ ତଥା ସାମାଜିକ-ଆର୍ଥିକ ସଙ୍କଟଜନିତ ବ୍ୟାପକ ହିଂସା ଯୋଗୁ ଏଠାକୁ ପଳାୟନ କରି ଆସିଛନ୍ତି। ଆମେରିକାନ୍‌ ଫ୍ରେଣ୍ଡ୍ସ ସର୍ଭିସ୍‌ କମିଟି ସଦସ୍ୟମାନେ ସେମାନଙ୍କୁ ରାତିର ହାଡ଼ଭଙ୍ଗା ଶୀତରେ ଉଷ୍ମତାର ଅନୁଭବ ଦେବା ପାଇଁ କମ୍ବଳ ପ୍ରଦାନ କରିଛନ୍ତି। କେତେଜଣ ଶରଣାର୍ଥୀ ନିଜ ଶିବିରରେ ନିଅଁା ଜାଳି ତାପ ପାଉଛନ୍ତି। କେତେକ ଅଧିକାର ଗୋଷ୍ଠୀ ‘ଟାଇଟଲ ୪୨’କୁ ଅମାନୀବୟ ଦର୍ଶାଇ ଏହାର ଉଚ୍ଛେଦ ଦାବି କରିଥିବାବେଳେ ସେମାନେ ଶରଣାର୍ଥୀଙ୍କୁ ପ୍ରବେଶ ଉପରେ କଟକଣା ନେଇ ବାଇଡେନ୍‌ ପ୍ରଶାସନର ‘ଟାଇଟଲ ୮’କୁ ମଧ୍ୟ ସମାଲୋଚନା କରିଛନ୍ତି। ଆପ୍ରବାସନ ସପକ୍ଷବାଦୀ ଆଇନଜୀବୀମାନେ ନୂଆ ନୀତି ଆମେରିକୀୟ ଆଇନ ଓ ଅନ୍ତର୍ଜାତୀୟ ଚୁକ୍ତିନାମାର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଅନ୍ୟପକ୍ଷେ ବାଇଡେନ୍‌ ପ୍ରଶାସନ ନିଜ ନୀତିକୁ ଯଥାର୍ଥ ଦର୍ଶାଇଛି। ପ୍ରବର୍ତ୍ତନ, ନିବାରଣ ଓ କୂଟନୀତି ଜରିଆରେ ଅନେକ ଏଜେନ୍ସିକୁ ନେଇ ଆମେ ଏକ ଦୃଢ଼ ମାନବୀୟ ଯୋଜନା କରିଛୁ ବୋଲି ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କ୍ୟାରିନ୍‌ ଜିନ୍‌-ପିଏରେ ଗଣମାଧ୍ୟମକୁ କହିଛନ୍ତି। ଆମେରିକାକୁ ପ୍ରବେଶ ଲାଗି ଓ୍ବାଶିଂଟନ୍‌ ସମ୍ଭାବ୍ୟ ଶରଣାର୍ଥୀମାନଙ୍କୁ ଆଇନଗତ ଉପାୟ ଆପଣାଇବାକୁ ପରାମର୍ଶ ଦେଇଛି। ଏହାକୁ ସୁଗମ କରିବା ପାଇଁ ସିବିପି ଓ୍ବାନ୍‌ ନାମରେ ଏକ ଆପ୍‌ ବିକଶିତ କରାଯାଇଛି। ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରୁଥିବା ସୀମିତ ପ୍ରବାସୀଙ୍କୁ ଏହା ଜରିଆରେ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri