ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ଲଗାଇଲେ ପ୍ରବାସୀ ଭାରତୀୟ

ରଣପୁର,୫।୮: ବୃକ୍ଷ ହିଁ ଜୀବନ ବୁକ୍ଷ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ ଏହାର ମୂଲ୍ୟ ବୋଧକୁ ହୃଦବୋଧ କରି ବିଦେଶରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବୈଜ୍ଞାନିକ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଛନ୍ତି। ଏଥିରେ ତାଙ୍କୁ ତାଙ୍କ ପରିବାର ଲୋକ ସାହାଯ୍ୟ କରିଛନ୍ତି ଏହି ପ୍ରବାସୀ ପରିବାର ନିଜ ଜନ୍ନ ମାଟିକୁ ଆସି ରବିବାର ଗ୍ରାମରେ ବୃକ୍ଷ ରୋପଣ କାଯ୍ୟ କରିଛନ୍ତି ଏହାକୁ ନେଇ ଦୁଇଟି ପଞ୍ଚାୟତ ରଙ୍କଦେଉଳି ଏବଂ ଡମସାହିରେ ଭୁରି ଭୁରି ପ୍ରସଂସାର ପାତ୍ର ପାଲିଟିଛନ୍ତି।

ଡାକ୍ତର ପ୍ରସନ୍ନ କୁମାର ସାହୁ ରବିବାର ନୟାଗଡ଼ ଜିଲା ରଣପୁର ବ୍ଲକ ଡମସାହି ପଞ୍ଚାୟତର ରଙ୍କଦେଉଳି ଗ୍ରାମର ବିଭିନ୍ନ ସ୍ଥାନରେ ଚାରା ରୋପଣ କାଯ୍ୟକ୍ରମ କରିଥିଲେ। ସାରା ବିଶ୍ୱରେ ଜଳବାୟୁରେ ବିରାଟ ପରିବର୍ତନ ଯୋଗୁ ପରିବେଶ ଦୂଷିତ ହେବା ସହ ଜନଜୀବନ ପ୍ରତି ବିପଦ ସୁଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଗାଁ’ରେ ଗଛ ଲଗାଇବାକୁ ବିଦେଶ ତାଇୱାନରୁ ପରିବାର ସହ ଧାଇଁ ଆସିଛନ୍ତି।

ତାଇୱାନର ଏୱାନ ବ୍ୟଜ୍ଞାନିକ ପ୍ରସନ୍ନ କୁମାର ସାହୁ ସ୍ତ୍ରୀ ସୌଭାଗ୍ୟ ଲକ୍ଷ୍ମୀ ସାହୁ ଏବଂ ପୁଅ ପ୍ରତିଭାନ ସାଇସ୍ୱରୂପ(୧୭) ଙ୍କ ସହ ମିଶି ଗାଁ’ରେ ଏକ ହଜାରରୁ ଅଧିକ ଗଛ ନିଜ ଖଚ୍ଚ ରେ ଲଗାଇ ଥିଲା ବେଳେ ଆଗକୁ ଆଉ ପାଞ୍ଚ ହଜାରରୁ ଅଧିକ ଗଛ ଲଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଗ୍ରାମବାସୀମାନେ ମଧ୍ୟ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। କେବଳ ଗଛ ଲଗାଇବା ନୁହେଁ ଗାଁ ଏବଂ ଆଖପାଖରେ ଗଛ ଲଗାଇବା ପାଇଁ ସଚେତନତା ସୁଷ୍ଟି କରିବା ପାଇଁ ମଧ୍ୟ୍ୟ ସେ କାଯ୍ୟକ୍ରମ କରୁଛନ୍ତି।

ରବିବାର ଡମସାହି ବିଦ୍ୟାଳୟ ପରିସରରେ ଛାତ୍ରୀ ଛାତ୍ର ଶିକ୍ଷକ ମନେ ମିଶି ବୃକ୍ଷ ରୋପଣ କରିଛନ୍ତି। ସେହିପରି ନିଜ ଗାଁ ରାଙ୍କଦେଉଳିର ବିଭିନ୍ନ ସଂଗଠନ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ବିଦ୍ୟାଳୟ ପରିସର ସହିତ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାଯ୍ୟକ୍ରମ କରିଛନ୍ତି। ରାଙ୍କଦେଉଳି ଗ୍ରାମର ଡାକ୍ତର ପ୍ରସନ୍ନ କୁମାର ସାହୁ ତାଇୱନରେ ଦୀର୍ଘ ୨୩ ବର୍ଷ ହେଲେ ପ୍ରଫେସର ଏବଂ ଏୱାନ ବୈଜ୍ଞାନିକ ଭାବେ କାଯ୍ୟ କରି ଆସୁଛନ୍ତି ସେଠାରେ ସେ ଏବଂ ତାଙ୍କ ପରିବାର ବିଭନ୍ନ ସମୟରେ ବୃକ୍ଷରୋପଣ କାଯ୍ୟକ୍ରମ କରିବା ସହ ବେଳାଭୂମି ସଫେଇ ଆଦି କାଯ୍ୟ କରିଥାନ୍ତି।

ଅବସର ମିଳିବା ମାତ୍ରେ ନିଜ ଜନ୍ମମାଟି ଗାଁ’କୁ ଆସି ସେ ଗ୍ରାମବାସୀ ଏବଂ ଛୋଟ ଛୋଟ ପିଲାଙ୍କ ସହ ମିଶି ଗଛ ଲଗାଇବା ସହ ଗ୍ରାମ ପୋଖରୀ ନାଲ ସଫା କରିଥାନ୍ତି ପ୍ରସନ୍ନ ସାହୁଙ୍କ ପୁଅ ପ୍ରତିଭାନ ସାଇସୁରୂପ ତାଇୱନର ଆଇ. ବି.ଏଚ. ଏସ ସିନୁଛୁ ହାଇସ୍କୁଲ ୧୨ ଶ୍ରେଣୀର ଛାତ୍ର ହୋଇଥିଲେ ମଧ୍ୟ୍ୟ ସେଠାରେ ସେ ତିନି ବର୍ଷ ହେବ ଇକୋ ଗ୍ରୀନ ନାମରେ ଏକ କ୍ଳବ କରି ସହପାଠୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଏବଂ ଵୁକ୍ଷ ରୋପଣ କାଯ୍ୟ କରିଆସୁଛନ୍ତି। ଏହି ଵୁକ୍ଷ ରୋପଣ କାଯ୍ୟ କ୍ରମରେ ଡମସାହି ହାଇସ୍କୁଲର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ପୃର୍ବତନ ଶିକ୍ଷକ ଘନଶ୍ୟମ ଦଳବେହେରା ସ୍ଥାନୀୟ ସମାଜସେବୀ ସୁରେଶ କୁମାର ସାହୁ ଓ ଦୁଇଟି ପଞ୍ଚାୟତ ର ଗ୍ରାମବାସୀ ମନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri