Posted inଖେଳ

ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍‌, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ

ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍‌ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍‌ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ ଅନେକ ବଡ଼ ଖେଳାଳି ଏଥିରୁ ବାଦ୍‌ ପଡ଼ିଛନ୍ତି। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଦିନିକିଆ ଏବଂ ଟି୨୦ ଟିମ୍‌ର ଅଧିନାୟକ ଆରୋନ ଫିଞ୍ଚ। କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ଥିଲା, ହେଲେ କୌଣସି ଫ୍ରାଞ୍ଚାଇଜ୍‌ ତାଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଗତ ସିଜନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପକ୍ଷରୁ ଖେଳିଥିଲେ। ଏହାସତ୍ତ୍ୱେ ଚଳିତ ସିଜନ୍‌ରେ ବିକ୍ରି ନ ହେବାକୁ ନେଇ ବର୍ଷିଛନ୍ତି ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ମାଇକେଲ କ୍ଲାର୍କ।

ବିଗ୍‌ ସ୍ପୋଟର୍‌ସ ବ୍ରେକ୍‌ଫାଷ୍ଟ କାର୍ଯ୍ୟକ୍ରମରେ କ୍ଲାର୍କ କହିଛନ୍ତି, ଫିଞ୍ଚଙ୍କୁ ଟି୨୦ ଅଧିନାୟକ ଦାୟିତ୍ୱ ଦିଆଯିବାରେ ଅଷ୍ଟ୍ରେଲିଆ ଚୟନକର୍ତ୍ତାମାନେ ଭୁଲ କରିଛନ୍ତି ନା ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ଭୁଲ କରିଛନ୍ତି? ଅଧିନାୟକଙ୍କୁ କେହି କିଣିଲେ ନାହିଁ କଥାକୁ ବିଶ୍ୱାସ କରିହେଉନାହିଁ। ଭୁଲ କାହାର ନିଶ୍ଚିତ ହୋଇଥିବ। ଆଇପିଏଲ୍‌ ଟିମ୍‌ ପକ୍ଷରୁ ଖେଳିବା ପାଇଁ ଫିଞ୍ଚଙ୍କର କ’ଣ ଯୋଗ୍ୟତା ନାହିଁ। ସେ ନିଶ୍ଚିତ ଭାବେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଅଧିକ ଦାମ୍‌ ନ ମିଳିବା ନେଇ ମଧ୍ୟ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସ୍ମିଥ୍‌ଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ୨.୨ କୋଟିରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ବିରାଟ କୋହଲି ପ୍ରଥମ ସ୍ଥାନରେ ଅଛନ୍ତି, ମାତ୍ର ସ୍ମିଥ୍‌ ଶ୍ରେଷ୍ଠ ତିନିଜଣଙ୍କ ମଧ୍ୟରେ ଅଛନ୍ତି। ଗତ ଥର ଆଇପିଏଲ୍‌ରେ ସେ ଭଲ ପ୍ରଦର୍ଶନ କରି ନ ଥିଲେ ହେଁ ତାଙ୍କୁ ଯେଉଁ ଟଙ୍କା ମିଳିଛି ତାହା ବହୁତ କମ୍‌ ବୋଲି କ୍ଲାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

ଯୋଗ ଦିବସରେ ସାମିଲ ହେଲେ ମହିଳା ସରପଞ୍ଚ, କହିଲେ ନିଜକୁ ସୁସ୍ଥ ରଖିବାକୁ ହେଲେ…

ଗଞ୍ଜାମ,୨୧ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗରେ ମହିଳା ସରପଞ୍ଚ ମମତା ବେହେରାଙ୍କ ସମେତ…

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri