Posted inଜାତୀୟ

ଦଶମ ଶ୍ରେଣୀ ପ୍ରଶ୍ନପତ୍ରକୁ ନେଇ ଉଠିଲା ବିବାଦ: ପ୍ରଦର୍ଶନକାରୀ କୃଷକଙ୍କୁ କୁହାଗଲା ହିଂସାକାରୀ

ଚେନ୍ନାଇ,୨୦ ।୨: କୃଷକ ଆନ୍ଦୋଳନକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଚେନ୍ନାଇର ଏକ ସିବିଏସ୍‌ଇ ସ୍କୁଲର ପ୍ରଶ୍ନପତ୍ରରେ ଆସିଥିବା ପ୍ରଶ୍ନ ଏବେ ଆଲୋଚନା ପରିସରକୁ ଚାଲି ଆସିଛି । ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲିରେ ସାମିଲ ହୋଇଥିବା କୃଷକଙ୍କୁ ‘ଉପଦ୍ରବୀ’ ଓ ‘ହିଂସାକାରୀ’ ବୋଲି କୁହାଯାଇଛି । ଦଶମ ଶ୍ରେଣୀ ଇଂରାଜୀ ଭାଷା ଓ ସାହିତ୍ୟ ପେପରରେ ‘ଲେଟର ଟୁ ଏଡିଟର’ ଫର୍ମାଟରେ ଲେଖାଯାଇଥିବା ପ୍ରଶ୍ନରେ କୃଷକଙ୍କୁ ହିଂସାକାରୀ ବୋଲି କୁହାଯାଇଛି । ପେପରରେ ସାଧାରଣତନ୍ତ୍ର ଦିବସର ଘଟଣା ସମ୍ପର୍କରେ ତଥ୍ୟ ଦେବା ପରେ ଛାତ୍ରମାନଙ୍କଠାରୁ କୃଷକ ଆନ୍ଦୋଳନକୁ ନେଇ ସେମାନଙ୍କ ମତାମତ ଲୋଡାଯାଇଛି । ୧୧ ଫେବୃୟାରୀରେ ଆୟୋଜିତ ଏହି ପରୀକ୍ଷାରେ ପିଲାମାନଙ୍କୁ ଉପଦ୍ରବୀଙ୍କଠାରୁ ଦୂରେଇ ରହିବା କଥା ପଚରା ଯାଇଥିଲା । ଏହାସହ ଏମିତି ହିଂସାକାରୀଙ୍କୁ କିପରି ହରାଇ ହେବ ଯେଉଁମାନେ ବାହାର ଶକ୍ତିର ପ୍ରଭାବରେ କାମ କରୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ଏବେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ଏହାର ନିନ୍ଦା କରିବା ସହ କୃଷକଙ୍କ ବିରୋଧରେ ହିଂସା ପ୍ରସାର କରିବା ଲାଗି ସରକାରଙ୍କୁ ଦୋଷୀ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରୁ ସ୍ବଦେଶ ଫେରିଥିବା ଭାରତୀୟ କରୋନା ମୁକ୍ତ: ବହିର୍ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୬।୨: ଚାଇନାରୁ ସ୍ବଦେଶ ଫେରିଥିବା ୬୪୦ ଭାରତୀୟ କରୋନା ମୁକ୍ତ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଭାରତୀୟଙ୍କ ସହିତ ଥିବା ମାଳଦୀପର...

ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୦।୮ : ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ...

୨୪ ଘଣ୍ଟାରେ ୨୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

ଇଡି ସମନ ବିରୋଧରେ କବିତାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ,୨୭ା୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଚ୍ୟାଲେଞ୍ଜ କରି ଭାରତ ରାଷ୍ଟ୍ର ସମିତି...

‘ପାଇଲଟ୍‌ଙ୍କ ଯୋଗୁ ମୁଁ ଆଜି ଜୀବିତ ଅଛି’

କୋଲକାତା,୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିମାନ ଶୁକ୍ରବାର ବାରାଣସୀରୁ ଫେରୁଥିବା ବେଳେ ଦୁର୍ଘଟଣାରୁ ରକ୍ଷା ପାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ସେ କହିଛନ୍ତି, ହଠାତ୍‌ ତାଙ୍କ...

ମୋଦିଙ୍କୁ ସହଯୋଗ ମାଗିଲେ ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ୟୁକ୍ରେନ ରାଷ୍ଟ୍ରଦୂତ। ଭାରତରେ ଥିବା...

ତେଜସ୍ୱୀଙ୍କ ସହ ରାଲିରେ ଯୋଗ ଦେଇ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ପାଟନା,୨୩ ।୧୦: ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ବିହାର । ସବୁଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ରାଲିର ଆୟୋଜନ କରିଛନ୍ତି ।...

ସାଲାଇନ୍‌ ଗର୍ଗଲ ଆର୍‌ଟି-ପିସିଆର୍‌ ଟେଷ୍ଟ୍‌କୁ ଆଇସିଏମ୍‌ଆର୍‌ ମଞ୍ଜୁରୀ…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ଟେଷ୍ଟ୍‌ ସଂଖ୍ୟା ବୃଦ୍ଧି କରିବା ଲାଗି ଆଇସିଏମ୍‌ଆର୍‌ ପକ୍ଷରୁ ବଡ଼ ନିଷ୍ପତ୍ତି...

Advertisement
Archives

Model This Week