କମରାଘାଟ ଗ୍ରାମରେ ମନରେଗା ଦୁର୍ନୀତି: ରାସ୍ତା କାମ ଶୂନ, କାଗଜପତ୍ରରେ ବିଲ୍ ପାସ୍‌; ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ !

ଥୁଆମୂଳ ରାମପୁର, ୨ା୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବାଗଡ଼ିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ କମରାଘାଟ ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟାନ୍ୱୟନରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସାମ୍ନାକୁ ଆସିଛି। ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ଏବଂ ଅଞ୍ଚଳର କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ମିଶି ସରକାରୀ ନିୟମକୁ ବେଖାତିର କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି। କାଗଜପତ୍ର ଓ ସରକାରୀ ପୋର୍ଟାଲରେ ପ୍ରକଳ୍ପ ସଫଳତାର ସହ ଚାଲିଥିବା ଦର୍ଶାଯାଇଥିବା ବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ରହିଛି।

ସୂଚନା ଅନୁଯାୟୀ, କମରାଘାଟ ଗ୍ରାମର “ଖଣ୍ଡୁଆଳ ମନ୍ଦିରରୁ ନୂଆପଡ଼ା ମୁରୁମ ମେଟାଲ ରାସ୍ତା ନିର୍ମାଣ” (ପ୍ରକଳ୍ପ ସଂକେତ: ୨୪୧୦୦୦୭୦୨୦/ଆର୍ସି/୧୦୬୦୭୨୦୫ ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ରେ ସରକାରଙ୍କ ତରଫରୁ ମୋଟ ୯ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସରକାରୀ ୱେବସାଇଟ୍‌ର ତଥ୍ୟ ମୁତାବକ, ଏହି ପ୍ରକଳ୍ପ ବାବଦକୁ ଏପର୍ଯ୍ୟନ୍ତ ମୋଟ ୨,୯୦,୫୧୮.୨ ଟଙ୍କା ଖର୍ଚ୍ଚ ସରିଛି। ନଥିପତ୍ର ଅନୁସାରେ ୧୧୮ ଜଣ ଶ୍ରମିକଙ୍କୁ ମୋଟ ୭୭ ଶ୍ରମ ଦିବସର କାମ ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି। କିନ୍ତୁ କାଗଜପତ୍ର ଅନୁସାରେ ରାସ୍ତା ନିର୍ମାଣ କାର୍ଯ୍ୟ ବେଶ୍ ଆଗେଇ ଚାଲିଥିବା ଏବଂ ଲକ୍ଷାଧିକ ଟଙ୍କାର ବ୍ୟୟ ହୋଇସାରିଥିବା ଦର୍ଶାଯାଇଥିଲେ ହେଁ ବାସ୍ତବ ଜମି ବା ରାସ୍ତାରେ କୌଣସି ସୁଚାରୁ କାମର ଚିହ୍ନବର୍ଣ୍ଣ ନାହିଁ। କେବଳ କିଛି ମେଟାଲ (ପଥର ଖଣ୍ଡ) ରାସ୍ତା କଡ଼ରେ କାଁ ଭାଁ ପକାଇ ଦେଇ ପ୍ରଶାସନ ନିଜ କର୍ତ୍ତବ୍ୟ ଶେଷ କରିଦେଇଛି। ନା ମୁରୁମର ସଠିକ୍ ଆସ୍ତରଣ ଦିଆଯାଇଛି, ନା ରାସ୍ତାର ସମ୍ପ୍ରସାରଣ କରାଯାଇଛି। କ୍ଷେତ୍ରସ୍ତରରେ ଶ୍ରମିକଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଶୂନ ଥିବା ବେଳେ ଜାଲ୍ ମଷ୍ଟର ରୋଲ୍ ସାହାଯ୍ୟରେ ଗରିବ ଶ୍ରମିକଙ୍କ ହକ୍‌ର ପଇସା ହରିଲୁଟ୍ କରାଯାଇଥିବା ସ୍ପଷ୍ଟ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ନିୟମ ଅନୁଯାୟୀ ପ୍ରକଳ୍ପ ସ୍ଥଳର କୌଣସି ଜିଓ-ଟ୍ୟାଗ୍ ଫଟୋ ସରକାରୀ ପୋର୍ଟାଲରେ ଉପଲବ୍ଧ ନାହିଁ ଏବଂ ଅଫିସିଆଲ୍ ପୃଷ୍ଠାରେ ‘ଫଟୋ ଉପଲବ୍ଧ ନାହିଁ’ ବୋଲି ସ୍ପଷ୍ଟ ଦେଖାଯାଉଛି। ଏହି ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଅପରପକ୍ଷରେ ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, “ଆମେ ଦେଖୁଛୁ କଣ ହୋଇଛି, ତଦାରଖ କଲାପରେ ଯାହା ଜଣାପଡ଼ିବ। ବର୍ତ୍ତମାନ ଏସଆଇଆର ପାଇଁ ଆମ ଉପରେ ଅଧିକ କାର୍ଯ୍ୟଭାର ଅଛି। କଣ ହୋଇଛି ମୁଁ ଜେଇ ମାନଙ୍କଠାରୁ ବୁଝୁଛି।” ଏଠାରେ ପ୍ରକାଶ ଯୋଗ୍ୟ ଯେ, ବାଗଡ଼ିଆଣି ଗ୍ରାମପଞ୍ଚାୟତରେ କେବଳ ମନରେଗା ନୁହେଁ, ବରଂ ଆଇଟିଡିଏ, ଏସଏଫସି ଏବଂ ସିଏଫସି ଭଳି ଅନେକ ସରକାରୀ ଯୋଜନାର କାର୍ଯ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଓ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହେଉଛି, ଯେଉଁଥିରେ ଏହି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଆଉ କିଛି ଯନ୍ତ୍ରୀ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଜଣେ କନିଷ୍ଠ ଯନ୍ତ୍ରୀ କେମିତି ବିନା କାମରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ବିଲ୍ ପାସ୍ କରୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ଅର୍ଥକୁ ବେଧଡ଼କ ଭାବେ ହେରଫେର କରୁଥିବା ଏହି ଅସାଧୁ ଯନ୍ତ୍ରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ଅଛି, ଏଭଳି ଯନ୍ତ୍ରୀ ଙ୍କ ବିରୋଧରେ ଅନେକ ସମୟରେ ଲିଖିତ ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ପରେ ମଧ୍ୟ କାହିଁକି ଭିଜିଲାନ୍ସ ବିଭାଗ ଚୁପ୍ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହେବ ସହ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଦୋଷୀ ଅଧିକାରୀ ଓ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆତଙ୍କ: କୁକୁରକୁ ମାରି ଖାଇଲା ବାଘ, ସିସିଟିଭିରେ କଏଦ ଦୃଶ୍ୟରୁ…

ବରଗଡ଼,୨ା୯(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଦେଖାଯାଇଛି। ମଙ୍ଗଳବାର ସିସିଟିଭିରେ ବାଘ ବୁଲୁଥିବାର ଚିତ୍ର କଏଦ ହେବା ଏବଂ ସେଠାରେ ଏକ…

ନୂଆ ପ୍ରଧାନଶିକ୍ଷୟିତ୍ରୀ ଭାବେ ଯୋଗଦେଲେ ମାଳତୀ ମହାନ୍ତି, କହିଲେ ବିଦ୍ୟାଳୟର ବିକାଶ ସହ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଳତୀ ମହାନ୍ତି ନୂତନ ଭାବେ ଲେଭଲ-୩ରୁ ପଦୋନ୍ନତି ପାଇ ପ୍ରଧାନଶିକ୍ଷୟିତ୍ରୀ ଭାବେ…

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

କାର୍‌ ଓଲଟି ଭିତରେ ପଶିଗଲା ପାଣି, ଅଣନିଶ୍ୱାସୀ ହୋଇ ଚାଲିଗଲା…

ପାରାଦୀପ, ୨।୯ (ଶରତ ରାଉତ): ପାରାଦୀପ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥ ତଥା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ ଗେଟ୍‌ ବଜାର ନିକଟରେ ବୁଧବାର ସକାଳେ…

ସରପଞ୍ଚଙ୍କ ଗାଁ ରାସ୍ତା ଶୋଚନୀୟ: ପାଦ ଚଲା ରାସ୍ତା ପାଇଁ ବି ନୁହେଁ ଉପଯୋଗୀ

ଗଞ୍ଜାମ,୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡିକ ଅବହେଳିତ ଅବସ୍ଥାରେ ଥିବାବେଳେ ଖୋଦ ସରପଞ୍ଚଙ୍କ ଗାଁ ନୀଳାଦ୍ରିପୁର ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଅଭିଯୋଗ ହୋଇଛି…

ଫାଇନ୍‌ରେ ଟ୍ରାଫିକ ନିୟନ୍ତ୍ରଣ, ହେଉନି ସ୍ଥାୟୀ ପ୍ରତିକାର

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ସମେତ ଜିଲାରେ ଟ୍ରାଫିକ ସମସ୍ୟା ଚରମସୀମାରେ ପହଞ୍ଚତ୍ଛି। ସହରସ୍ଥିତ ଯେଉଁ ରାସ୍ତାକୁ ଦେଖିଲେ ଏହା ଜଳଜଳ ହୋଇ ଦିଶୁଛି। କେଉଁଠି ବେଆଇନ ପାର୍କିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri