Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ: ଓଡ଼ିଶା ଭାଓଲେଟ, ଗ୍ରୀନ ବିଜୟୀ

ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଇଡ଼ିଶା ଭାଓଲେଟ୍‌ ୩୪ ରନରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ଗ୍ରୀନ୍‌ ୪ଟି ବଲ୍‌ ବାକି ରଖି ୩ ଉଇକେଟରେ ଓଡ଼ିଶା ୟେଲୋକୁ ପରାସ୍ତ କରିଛି।
ଟୁର୍ନାମେଣ୍ଟର ଏହି ତୃତୀୟ ମ୍ୟାଚ୍‌ରେ ଭାଓଲେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୫ ଓଭରରେ ୯୬ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଅଦ୍ୱିତୀ ଏସ୍‌ ଦେଓ ୧୮, ରଶ୍ମିତା ଚିନ୍ନାରା ୧୫, କୁନି ବଦରା ୧୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ରେଡ୍‌ ତରଫରୁ ତନ୍ମୟୀ ବେହେରା, ରାଜଶ୍ରୀ ସ୍ବାଇଁ ଓ ସୋନାଲି ହେମ୍ବ୍ରମ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ରେଡ୍‌ ୨୦ ଓଭରରେ ୮ ଉଇକେଟ ହରାଇ ୬୨ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦଳ ତରଫରୁ ଶିଳ୍ପା ସ୍ବାଇଁ ୧୬ ଓ ମାଧୁରୀ ମେହେଟା ୧୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାଓଲେଟ ତରଫରୁ ଅଞ୍ଜଳି ସିଂ ୩ , କଳ୍ପନା ନାୟକ ୨ ଓ ସୁଶ୍ରୀ ଦିବ୍ୟଦର୍ଶନୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଓସିଏ ସଦସ୍ୟ ସୌମିତ୍ର ଚୌଧୁରୀ ଅଞ୍ଜଳୀ ସିଂଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଥିଲେ। ଅଞ୍ଜଳୀ ୪ ଓଭର ବୋଲିଂ କରି ଗୋଟିଏ ମେଡେନ ନେବା ସହ ୧୦ ରନ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରିଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ଟସ୍‌ ଜିତି ୟେଲୋ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲା। ଜବାବରେ ଗ୍ରୀନ୍‌ ୧୯.୨ ଓଭରରେ ୭ ଉଇକେଟ ହରାଇ ୧୧୧ ରନ କରି ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଡିସିପି, କହିଲେ…

କଟକ,୮।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ କଟକ ଡିସିପି ଖିଲାରୀ ରିଷିକେଶ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଡିସିପି କହିଛନ୍ତି, ଚନ୍ଦ୍ରିକା ବ୍ରିଜ ନିକଟକୁ…

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

କଳିଯୁଗର ସାବିତ୍ରୀ: ବ୍ରେନ୍ ଷ୍ଟ୍ରୋକ୍ ସ୍ୱାମୀଙ୍କୁ ପିଠିରେ ବୋହି ମେଡିକାଲ୍ ଆଣିଲେ ପତ୍ନୀ, ଭାଇରାଲ୍ ହେଉଛି କରୁଣ ଚିତ୍ର

ମୁମ୍ବାଇ,୮ା୬: ମହାରାଷ୍ଟ୍ରର ଆକୋଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ନେଇଥିଲେ । ସ୍ୱାମୀଙ୍କୁ ବ୍ରେନ୍…

ଓପିଏସସି ପରୀକ୍ଷାରେ ଫିଲ୍ମ ଷ୍ଟାଇଲ୍‌ରେ କପି କରୁଥିଲେ ପରୀକ୍ଷାର୍ଥୀ; ପ୍ୟାଣ୍ଟରେ ଫୋନ, କାନରେ ଇୟରବଡ ଲଗାଇ…

କଟକ,୮ା୬(ପ୍ରଭୁ କଲ୍ୟାଣ ପାଲ୍): ଓପିଏସସି ପରୀକ୍ଷାରେ କପି କରିବାର ନିଆରା ଅନ୍ଦାଜ ।ଓପିଏସ୍‌ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ । ଫିଲ୍ମ ଷ୍ଟାଇଲ୍‌ରେ କପି…

ଆଗକୁ ପଞ୍ଚାୟତ ନିର୍ବାଚନ: ଏବେଠୁ ଅଣ୍ଟାଭିଡ଼ିଲାଣି ଭାଜପା ଯୁବମୋର୍ଚ୍ଚା

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ସୋମବାର ସରାପଶି ଲକ୍ଷ୍ମୀ ମଣ୍ଡପ ପରିସରରେ ଭାଜପା ପାଟଣା ମଣ୍ଡଳ ଯୁବମୋର୍ଚ୍ଚାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri