Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌ର ପ୍ରଥମ ବିଜୟ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ରେଡ୍‌ ୮ ଉଇକେଟରେ ୟେଲୋକୁ ପରାସ୍ତ କରିଛି। ପୂର୍ବରୁ ୨ଟି ମ୍ୟାଚରେ ହାରିଥିବା ରେଡ୍‌ର ୩ ମ୍ୟାଚରୁ ଏହା ପ୍ରଥମ ବିଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟେଲୋ ୨୦ ଓଭରରେ ୭ ଉଇକେଟ ହରାଇ ୯୭ ରନ କରି ପାରିଥିଲା। ଦଳ ପକ୍ଷରୁ ସଙ୍ଗୀତା ଖାଡ଼ିଆ ସର୍ବାଧିକ ୩୧ ଓ କୁସୁମ ତିରିୟା ୨୮ ରନ କରିଥିଲେ। ପ୍ରତିପକ୍ଷ ଦଳର ସୋନାଲି ହେମ୍ବ୍ରମ, ସ୍ବର୍ଣ୍ଣଲତା ନାୟକ, ଏସ୍‌.ବି.ଲରେନ୍ସ, ପ୍ରୀତି ପ୍ରିୟଦର୍ଶିନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୩ ଜଣ ବ୍ୟାଟ୍ସଓମ୍ୟାନ ରନ୍‌ଆଉଟ ହୋଇଥିଲେ। ୯୮ ରନର ବିଜୟ ଲକ୍ଷ୍ୟକୁ ରେଡ୍‌ ୧୭.୪ ଓଭରରେ ମାତ୍ର ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଧିନାୟିକା ମାଧୁରୀ ମେହେଟା ୩୮ ବଲ୍‌ରୁ ୪୨(୪ ଚୌକା) ରନ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। କାଜଲ ଜେନା ୩୫ ରନ କରିଥିଲେ। ପରାଜିତ ଦଳର ବୋଲରଙ୍କ ମଧ୍ୟରେ ଲକ୍ଷ୍ମୀପ୍ରିୟା ନାଏକ ଓ ସଙ୍ଗୀତା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ମାଧୁରୀ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଓସିଏର ଆପେକ୍ସ କାଉନ୍‌ସିଲ ସଦସ୍ୟ ରଶ୍ମିତା ମହାନ୍ତି ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରେଡ୍‌ ଏହାର ପ୍ରଥମ ମ୍ୟାଚରେ ପର୍ପଲଠାରୁ ୫୭ ରନରେ ଏବଂ ଦ୍ୱିତୀୟ ମ୍ୟାଚରେ ଭାଓଲେଟଠାରୁ ୩୪ ରନରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ର଼୍ୟାମ୍ପରେ ଚାଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ, ୨୨।୮- ଭାରତୀୟ କ୍ରିକେଟ୍‌ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାରେ ବ୍ୟସ୍ତ ରହିଛି। କିନ୍ତୁ ଏହି...

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ...

ବର୍ଷା ପାଇଁ ଅଡ଼ୁଆରେ ଟିମ୍‌ ଇଣ୍ଡିଆ

ଓ୍ବେଲିଂଟନ,୨୪।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ବର୍ଷାରେ ଧୋଇ ଯାଇଛି। ମ୍ୟାଚ୍‌ ବାତିଲ ହେବା...

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ

ଲଣ୍ଡନ,୨୮।୪: ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ନୂତନ ଟେଷ୍ଟ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଜୋ ରୁଟଙ୍କ ଇସ୍ତଫା ପରେ ଷ୍ଟୋକ୍ସ ଏବଂ ଜନି...

ରଗ୍‌ବୀ ବିଶ୍ୱକପ: ଜାପାନ ଯିବେ ଓଡ଼ିଶାର ମନ୍ଦୁଇ

ଭୁବନେଶ୍ୱର, ୨୧।୧୦(କ୍ରୀଡ଼ା ପ୍ରତିନିଧି)- ଜାପାନରେ ହେବାକୁ ଯାଉଥିବା ରଗ୍‌ବୀ ବିଶ୍ୱକପକୁ ନିକଟରୁ ଦେଖିବା ପାଇଁ ଓଡ଼ିଶାର ପ୍ରତିଭା ସମ୍ପନ୍ନ ଖେଳାଳି ମନ୍ଦୁଇ ସଏଙ୍କ ପାଇଁ ସୁଯୋଗ...

ଐତିହାସିକ ମୁକାବିଲାରେ ଭାରତକୁ ସମର୍ଥନ କରିବା ଲାଗି ସାଉଥାମ୍ପଟନ ପହଞ୍ଚିଲେ ଏହି ବଲିଉଡ୍‌ ଷ୍ଟାର; ଫଟୋ ଶେୟାର କରି..

ସାଉଥମ୍ପାଟନ,୧୯।୬: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମୁକାବିଲାକୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିବାରେ ଲାଗିଛି। ମହାମାରୀ କରୋନା କାରଣରୁ ଏଜେସ ବାଉଲ...

ସଚିନଙ୍କ ଉଇକେଟ୍‌ ନେଇ କ’ଣ ସ୍ପେଶାଲ ଗିଫ୍ଟ ପାଇଥିଲେ ପ୍ରଜ୍ଞାନ

ହାଇଦ୍ରାବାଦ, ୨୮।୬- ଭାରତୀୟ ଦଳର ପ୍ରାକ୍ତନ ସ୍ପିନର ତଥା ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ୨୦୦୯ରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ...

ଫିଫା ର଼୍ୟାଙ୍କିଙ୍ଗ୍‌: ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଲା ବେଲଜିୟମ

ଜୁରିଚ୍‌,୨୮ା୧୧(ଏପି)-ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ତରଫରୁ ୨୦୨୦ ବର୍ଷର ଫାଇନାଲ ର଼୍ୟାଙ୍କିଙ୍ଗ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ବେଲଜିୟମ ନମ୍ବର ଓ୍ବାନ ସ୍ଥାନ ବଜାୟ...

Advertisement
Archives

Model This Week