Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ ଆୟୋଜିତ କୁଇଜର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୦ଟି ଟିମ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୧ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫିନାଲେ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ ମନୋନୀତ ହୋଇଛନ୍ତି। ତେବେ ଏହି କୁଇଜ୍‌ ମହାକୁମ୍ଭର ଆଜି ଗ୍ରାଣ୍ଡ ଫିନାଲେ।

 

 

କୁଇଜ୍‌ର ମହାକୁମ୍ଭ ଆରମ୍ଭ। ୮ଟି ଜୁନିୟର ଫାଇନାଲିଷ୍ଟ ଟିମ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ନିଜର ବୌଦ୍ଧିକ ଶକ୍ତି ପ୍ରଦର୍ଶନ କରି ଟାଇଟଲ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

 

ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଓ ସିଇଓ ଆଦ୍ୟାଶା ସତପଥୀଙ୍କ ଦ୍ୱାରା କ୍ୱିଜ୍‌ମାଷ୍ଟର ଅଜୟ ପୁନିଆ ସମ୍ବର୍ଦ୍ଧିତ

 

‘ଓଡ଼ିଶା ପୋଷ୍ଟ’ ଏବଂ ‘ଧରିତ୍ରୀ’ର ସିଇଓ ଆଦ୍ୟାଶା ସତପଥୀ କହିଛନ୍ତି, ଏକ ଜନଗହଳିପୂର୍ଣ୍ଣ ହଲ୍‌ ଦେଖିବା ଅତ୍ୟନ୍ତ ଉତ୍ସାହଜନକ, ଯାହା ଓଡ଼ିଶାର ଛାତ୍ରୀଛାତ୍ର, ଅଭିଭାବକ ଏବଂ କ୍ୱିଜ ପ୍ରେମୀଙ୍କ ମଧ୍ୟରେ କ୍ୱିଜର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଛନ୍ତି ଯେ ‘ମେଟଲ ମିଟ’ ନିଜର ଏକ ଦଶନ୍ଧି ପୂରଣ କରିସାରିଛି ଏବଂ ଏବେ ଦ୍ୱିତୀୟ ଦଶନ୍ଧିରେ ପାଦ ଥାପୁଛି।

ଏହି କାର୍ଯ୍ୟକ୍ରମର ଆରମ୍ଭ ବିଷୟରେ ମନେ ପକାଇ କହିଛନ୍ତି, ୨୦୧୬ ମସିହାରେ ଯେତେବେଳେ କ୍ୱିଜ ସଂସ୍କୃତି ନିଜର ଗତି ହରାଉଥିବା ପରି ମନେହେଉଥିଲା, ସେତେବେଳେ ‘ମେଟଲ ମିଟ’ର ଶୁଭାରମ୍ଭ କରାଯାଇଥିଲା। ବୌଦ୍ଧିକ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ଏବଂ କ୍ୱିଜ ମାଧ୍ୟମରେ ଯୁବପ୍ରତିଭାମାନଙ୍କୁ ନିଜର ପ୍ରତିଭା ଦେଖାଇବାର ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ କରାଯାଇଥିଲା। ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମର ଲୋକପ୍ରିୟତାରେ ଖୁସି ବ୍ୟକ୍ତ କରିଛନ୍ତି

 

ମେଟଲ ମିଟ୍‌ ୨୦୨୬ର ଗ୍ରାଣ୍ଡ ଫାଇନାଲ ଆରମ୍ଭ ହେବା ସହ, ଓଡ଼ିଶା ପୋଷ୍ଟ ଓ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ସମସ୍ତ ପ୍ରତିଯୋଗୀ ୧୬ଟି ଫାଇନାଲିଷ୍ଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ‘ପାଠକମାନଙ୍କ ନିରନ୍ତର ଉତ୍ସାହ ଏବଂ ସହଯୋଗ ‘ଓଡ଼ିଶା ପୋଷ୍ଟ’ର ପ୍ରଗତି ପଛର ମୁଖ୍ୟ ଶକ୍ତି ହୋଇରହିଛି। ସେ ଉଲ୍ଲେଖ କରିଥିଲେ ଯେ ଏହି ଖବରକାଗଜ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଏହାର ସଫଳତା ପାଇଁ ସିଇଓ ଆଦ୍ୟାଶା ସତପଥୀ ଓ ପୂରା ଟିମକୁ ଶ୍ରେୟ ଦେଇଛନ୍ତି।ପ୍ରତିଯୋଗୀମାନଙ୍କ ବିଷୟରେ କହିବାକୁ ଯାଇ ସେ କ୍ୱିଜରମାନଙ୍କୁ ସମାଜର ସବୁଠାରୁ ମେଧାବୀ ବ୍ୟକ୍ତିବିଶେଷ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସେମାନେ କେବଳ ନିଜ ଜ୍ଞାନ ନୁହେଁ, ବରଂ ନିଜର ଚିନ୍ତାଧାରା, ଜିଜ୍ଞାସା ଏବଂ ପ୍ରଗତି ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ ସମାଜକୁ ଯୋଗଦାନ ଦେଇଥାନ୍ତି। ଏହି ପ୍ରତିଯୋଗିତା ଯୁବପିଢ଼ିର ବୌଦ୍ଧିକ ସାମର୍ଥ୍ୟ ଏବଂ ଏକ ଉତ୍ତମ ଭବିଷ୍ୟତ ଗଢ଼ିବାରେ ସେମାନଙ୍କ ଭୂମିକାକୁ ପ୍ରତିଫଳିତ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।’

କ୍ୱିଜ ମହାକୁମ୍ଭର ୧୦ମ ସଂସ୍କରଣକୁ ପାଳନ କରିବା ଅବସରରେ, ସେ ଆଶା ପ୍ରକାଶ କରିଛନ୍ତି ଯେ ଏହି ହଲ୍‌ରେ ଉପସ୍ଥିତ ଥିବା ମେଧାବୀ ଯୁବପ୍ରତିଭାମାନେ ଆଗାମୀ ଦିନରେ ସମାଜ ପାଇଁ ସର୍ୱୋତ୍ତମ ଯୋଗଦାନକାରୀ ଭାବେ ଗଢ଼ିଉଠିବେ।

 

ଆରମ୍ଭ ହୋଇଛି ମେଟଲ ମିଟ ୨୦୨୬ର ଗ୍ରାଣ୍ଡ ଫିନାଲେ। ଟାଇଟଲ ଜିତିବା ପାଇଁ ସିନିୟର-ଜୁନିୟର ଭିତରେ ହେବ କଡ଼ା ମୁକାବିଲା। ଦେଖନ୍ତୁ ଲାଇଭ:

 

ତେବେ ଏହି କୁଇଜ୍‌ ମହାକୁମ୍ଭର ଆଜି ଗ୍ରାଣ୍ଡ ଫିନାଲେ। ଏହାର ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି ସିନିୟର ଓ ଜୁନିୟର ଫାଇନାଲିଷ୍ଟ ମଧ୍ୟରେ କଡ଼ା ଟକ୍କର ହେବା ସହିତ ବିଜେତା ଚୟନ କରାଯିବା

 


Enter your email to get our daily news in your inbox.

All Right Reserved By Dharitri.Com

ଡିଲିମିଟେସନ ବିଲ୍‌କୁ ନେଇ ବଡ଼ କଥା କହିଲେ ପ୍ରସନ୍ନ ଆଚାର୍ଯ୍ୟ: ନବୀନଙ୍କ …

ଭୁବନେଶ୍ୱର୨୮।୧୧: ଡିଲିମିଟେସନ ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିବ କି ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରସଙ୍ଗରେ…

କଟକଣାକୁ ମାନୁନାହାନ୍ତି ମତ୍ସ୍ୟଜୀବୀ, ଅଲିଭ ରିଡ୍‌ଲେଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦ୍ରାପଡ଼ା,୨୮ା୧୧(ଜଗନ୍ନାଥ ଧଳ): ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୭ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ…

ଘରୁ ବାହାରିଥିଲେ ସନ୍ତୋଷ, ବାରଙ୍ଗରେ ଜଳିଗଲା ଜୀବନ: ଏସିପି କହିଲେ….

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଗୋଡ଼ିସାହି ଅଞ୍ଚଳରେ ଏକ କାର୍‌ ନିକଟରୁ ଉଦ୍ଧାର ହୋଇଥିବା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି କଟକ କଲ୍ୟାଣ…

ରୋହିତ ଶର୍ମା MIର ଅଧିନାୟକ ହେବା ଉପରେ ଏମିତି ପ୍ରତିକ୍ରିୟା ଦେଲେ ଚହଲ, ଯାହା ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଛନ୍ତି। ତିନି ସିଜିନର ବ୍ୟବଧାନ ପରେ, ରୋହିତଙ୍କୁ ପୁଣିଥରେ ‘ଅଧିନାୟକ’ ଭାବେ ଦେଖିବାକୁ ମିଳିବ। ଦଳର ପୂର୍ବତନ…

ରାଜଧାନୀରେ ଦିନ ଦ୍ୱିପ୍ରହରରେ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର, ୨୮ । ୧୧ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ…

ସୀମା ନିର୍ଦ୍ଧାରଣ ବିଲ ଉପରେ କେନ୍ଦ୍ରକୁ ସମର୍ଥନ ଘୋଷଣା କରିଛି DMK; ଷ୍ଟାଲିନ କହିଲେ ଏହା ତାମିଲନାଡୁ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ,୨୮।୧୧: ଶନିବାର ଡିଏମକେ (DMK) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ବିଲକୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛି। ଦଳର ମୁଖ୍ୟ ଏମ. କେ. ଷ୍ଟାଲିନ…

IND vs NZ: ଛୋଟ ଇନିଂସରେ ବଡ଼ ସଫଳତା ହାସଲ କରିଛନ୍ତି ଋଷଭ ପନ୍ତ, ନିରାଶ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଏକ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ,…

ଆକାଶ ଅମ୍ବାନୀଙ୍କ ଗୋଟିଏ ଫୋନ କଲ୍‌ରେ ବଦଳିଗଲା ରୋହିତ ଶର୍ମାଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ଘଟିଲା

ମୁମ୍ବାଇ,୨୮।୧୧: ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବାକୁ ରାଜି ହୋଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚାମ୍ପିୟନ କରାଇଥିବା ରୋହିତ ଆଗାମୀ ଆଇପିଏଲ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?