ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ସୁଷୁମୁ କିଟାଗାଓ୍ବା ୧୯୫୧ ମସିହା ଜୁଲାଇ ୪ ତାରିଖରେ ଜାପାନର କ୍ୱିଟୋଠାରେ ଜନ୍ମଗ୍ରହଣ କରିଥିଲେ। ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରୁ ରସାୟନବିଜ୍ଞାନରେ ଡକ୍ଟରେଟ (୧୯୭୯) ପ୍ରାପ୍ତ ହେଲା ପରେ କିଣ୍ଡାଇ ବିଶ୍ୱବିଦ୍ୟାଳୟ ଏବଂ ଟୋକିଓ ମେଟ୍ରୋପଲିଟାନ୍‌ କିଣ୍ଡାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ତତ୍ପରେ ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ (୧୯୯୮) ଏବଂ ବର୍ତ୍ତମାନ ସେଠାରେ ‘ଡିଷ୍ଟିନ୍‌ଗୁଇସ୍‌ଡ ପ୍ରଫେସର’ ପଦରେ ଅଧିଷ୍ଠିତ। ରସାୟନ ବିଜ୍ଞାନକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି କିଟାଗାଓ୍ବାଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ ବ୍ୟତୀତ ଆହୁରି ଅନେକ ପୁରସ୍କାର ଓ ସମ୍ମାନ। ସେଗୁଡିକ ମଧ୍ୟରେ ରହିଛି-ଜାପାନ ସରକାରଙ୍କ ‘ମେଡାଲ ଉଇଥ ପରପଲ ରିବନ୍‌, ହମ୍‌ବୋଲ୍‌ଟ ରିସର୍ଚ୍ଚ ପ୍ରାଇଜ ଏବଂ ଲେଓ ଇସାକେ ପ୍ରାଇଜ। ୨୦୧୩ ମସିହାରେ ସେ ରୟାଲ ସୋସାଇଟିର ‘ଫେଲୋ’ ରୂପେ ନିର୍ବାଚିତ ହୋଇଥିଲେ।
ରିଚାର୍ଡ ରୋବସନ୍‌
ରିଚାର୍ଡ ରୋବସନ ୧୯୩୭ ମସିହା ଜୁନ୍‌ ୪ ତାରିଖରେ ଇଂଲଣ୍ଡର ଗ୍ଲୁସବର୍ଣ୍ଣଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ମସିହାରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଏବଂ ପରେ କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ଓ ଷ୍ଟନଫୋର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା କରିବା ପରେ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟରେ ୧୯୬୬ରେ ଯୋଗ ଦେଇଥିଲେ। ସେଠାରେ ସେ ଏବେ ‘ଏମିରେଟସ ପ୍ରଫେସର’ ରୂପେ କାର୍ଯ୍ୟରତ। ଏହା ପୂର୍ବରୁ ‘ବ୍ୟୁରୋ ଆଓ୍ବାର୍ଡ’ (୧୯୯୫) ଆଦି ପୁରସ୍କାର ଲାଭ କରିସାରିଥିଲେ। ତା’ସହ ଆମେରିକାନ୍‌ ଏକାଡେମୀ ଅଫ ସାଇନସେସ (୨୦୦୦) ଏବଂ ରୟାଲ ସୋସାଇଟିର ‘ଫେଲୋ’ ରୂପେ ନିର୍ବାଚିତ ହୋଇଥିଲେ।
ଓମାର ଓ୍ବାଘି
ଓମାର ଓ୍ବାଘି ୧୯୬୫ ମସିହା ଫେବୃୟାରୀ ୪ ତାରିଖରେ ଜୋର୍ଡାନର ଓମାନ୍‌ଠାରେ ଏକ ଶରଣାର୍ଥୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ ଏବଂ ସେଠାରେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ୧୯୯୦ ମସିହାରେ ଇଲିନଏସ୍‌ ଅର୍ବାନ-କ୍ୟାପେନ୍‌ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ମିଳିଲା ପରେ ସେ ଆରିଜୋନା ଷ୍ଟେଟ ବିଶ୍ୱବିଦ୍ୟାଳୟ (୧୯୯୨-୧୯୯୮) ଏବଂ ମିଚିଗାନ ବିଶ୍ୱବିଦ୍ୟାଳୟରେ (୧୯୯୯-୨୦୦୦) ଅଧ୍ୟାପନା କରିଥିଲେ। ତତ୍ପରେ ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ବେରକେଲେରେ ଯୋଗଦେଲେ ଏବଂ ସେଠାରେ ଏବେ ମଧ୍ୟ ପ୍ରଫେସର ରୂପେ କାର୍ଯ୍ୟରତ। ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ମନୋନୀତ ହେବା ପୂର୍ବରୁ ସେ ରସାୟନ ବିଜ୍ଞାନରେ ଉଲ୍‌ଫ ପୁରସ୍କାର (୨୦୧୮), ସାକୋନି ମେଡାଲ (୨୦୦୪) ଏବଂ ଭିନ୍‌ ଫିଉଚର ପୁରସ୍କାର (୨୦୨୨) ପାଇସାରିଥିଲେ।
ଏହି ତ୍ରୟ ବୈଜ୍ଞାନିକଙ୍କ ଗବେଷଣା ବିଷୟରେ ନୋବେଲ ପୁରସ୍କାର କମିଟିର ଅଧ୍ୟକ୍ଷ ହିନେର ଲିଙ୍କେ କହନ୍ତି, ”ଏମ୍‌ଓଏଫ୍‌ରେ ରହିଛି ଏକ ବିଶାଳ ତଥା ବିସ୍ମୟକର ଭବିଷ୍ୟତ। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ ମାନବଜାତିର ବିଭିନ୍ନ କଲ୍ୟାଣକର କାର୍ଯ୍ୟରେ ନିୟୋଜିତ ହୋଇପାରିବ।“

(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?