ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ବାର୍କ

ସୁଷୁମୁ କିଟାଗାଓ୍ବା ୧୯୫୧ ମସିହା ଜୁଲାଇ ୪ ତାରିଖରେ ଜାପାନର କ୍ୱିଟୋଠାରେ ଜନ୍ମଗ୍ରହଣ କରିଥିଲେ। ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରୁ ରସାୟନବିଜ୍ଞାନରେ ଡକ୍ଟରେଟ (୧୯୭୯) ପ୍ରାପ୍ତ ହେଲା ପରେ କିଣ୍ଡାଇ ବିଶ୍ୱବିଦ୍ୟାଳୟ ଏବଂ ଟୋକିଓ ମେଟ୍ରୋପଲିଟାନ୍‌ କିଣ୍ଡାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ତତ୍ପରେ ସେ କ୍ୱିଟୋ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ (୧୯୯୮) ଏବଂ ବର୍ତ୍ତମାନ ସେଠାରେ ‘ଡିଷ୍ଟିନ୍‌ଗୁଇସ୍‌ଡ ପ୍ରଫେସର’ ପଦରେ ଅଧିଷ୍ଠିତ। ରସାୟନ ବିଜ୍ଞାନକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଲାଗି କିଟାଗାଓ୍ବାଙ୍କୁ ମିଳିଛି ଚଳିତ ବର୍ଷର ନୋବେଲ ବ୍ୟତୀତ ଆହୁରି ଅନେକ ପୁରସ୍କାର ଓ ସମ୍ମାନ। ସେଗୁଡିକ ମଧ୍ୟରେ ରହିଛି-ଜାପାନ ସରକାରଙ୍କ ‘ମେଡାଲ ଉଇଥ ପରପଲ ରିବନ୍‌, ହମ୍‌ବୋଲ୍‌ଟ ରିସର୍ଚ୍ଚ ପ୍ରାଇଜ ଏବଂ ଲେଓ ଇସାକେ ପ୍ରାଇଜ। ୨୦୧୩ ମସିହାରେ ସେ ରୟାଲ ସୋସାଇଟିର ‘ଫେଲୋ’ ରୂପେ ନିର୍ବାଚିତ ହୋଇଥିଲେ।
ରିଚାର୍ଡ ରୋବସନ୍‌
ରିଚାର୍ଡ ରୋବସନ ୧୯୩୭ ମସିହା ଜୁନ୍‌ ୪ ତାରିଖରେ ଇଂଲଣ୍ଡର ଗ୍ଲୁସବର୍ଣ୍ଣଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ମସିହାରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଏବଂ ପରେ କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ଓ ଷ୍ଟନଫୋର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା କରିବା ପରେ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟରେ ୧୯୬୬ରେ ଯୋଗ ଦେଇଥିଲେ। ସେଠାରେ ସେ ଏବେ ‘ଏମିରେଟସ ପ୍ରଫେସର’ ରୂପେ କାର୍ଯ୍ୟରତ। ଏହା ପୂର୍ବରୁ ‘ବ୍ୟୁରୋ ଆଓ୍ବାର୍ଡ’ (୧୯୯୫) ଆଦି ପୁରସ୍କାର ଲାଭ କରିସାରିଥିଲେ। ତା’ସହ ଆମେରିକାନ୍‌ ଏକାଡେମୀ ଅଫ ସାଇନସେସ (୨୦୦୦) ଏବଂ ରୟାଲ ସୋସାଇଟିର ‘ଫେଲୋ’ ରୂପେ ନିର୍ବାଚିତ ହୋଇଥିଲେ।
ଓମାର ଓ୍ବାଘି
ଓମାର ଓ୍ବାଘି ୧୯୬୫ ମସିହା ଫେବୃୟାରୀ ୪ ତାରିଖରେ ଜୋର୍ଡାନର ଓମାନ୍‌ଠାରେ ଏକ ଶରଣାର୍ଥୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରେ ଆମେରିକା ଚାଲିଯାଇଥିଲେ ଏବଂ ସେଠାରେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କୁ ୧୯୯୦ ମସିହାରେ ଇଲିନଏସ୍‌ ଅର୍ବାନ-କ୍ୟାପେନ୍‌ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ମିଳିଲା ପରେ ସେ ଆରିଜୋନା ଷ୍ଟେଟ ବିଶ୍ୱବିଦ୍ୟାଳୟ (୧୯୯୨-୧୯୯୮) ଏବଂ ମିଚିଗାନ ବିଶ୍ୱବିଦ୍ୟାଳୟରେ (୧୯୯୯-୨୦୦୦) ଅଧ୍ୟାପନା କରିଥିଲେ। ତତ୍ପରେ ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ବେରକେଲେରେ ଯୋଗଦେଲେ ଏବଂ ସେଠାରେ ଏବେ ମଧ୍ୟ ପ୍ରଫେସର ରୂପେ କାର୍ଯ୍ୟରତ। ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ମନୋନୀତ ହେବା ପୂର୍ବରୁ ସେ ରସାୟନ ବିଜ୍ଞାନରେ ଉଲ୍‌ଫ ପୁରସ୍କାର (୨୦୧୮), ସାକୋନି ମେଡାଲ (୨୦୦୪) ଏବଂ ଭିନ୍‌ ଫିଉଚର ପୁରସ୍କାର (୨୦୨୨) ପାଇସାରିଥିଲେ।
ଏହି ତ୍ରୟ ବୈଜ୍ଞାନିକଙ୍କ ଗବେଷଣା ବିଷୟରେ ନୋବେଲ ପୁରସ୍କାର କମିଟିର ଅଧ୍ୟକ୍ଷ ହିନେର ଲିଙ୍କେ କହନ୍ତି, ”ଏମ୍‌ଓଏଫ୍‌ରେ ରହିଛି ଏକ ବିଶାଳ ତଥା ବିସ୍ମୟକର ଭବିଷ୍ୟତ। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ ମାନବଜାତିର ବିଭିନ୍ନ କଲ୍ୟାଣକର କାର୍ଯ୍ୟରେ ନିୟୋଜିତ ହୋଇପାରିବ।“

(ଶେଷ ଭାଗ)
-ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣରେ ଦିଲ୍ଲୀବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନ ଦାବିରେ ବାହାରିଲା ରାଲି

ନୂଆଦିଲ୍ଲୀ,୯ା୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହୋଇ ଶନିବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିଥିଲା। ଦିଲ୍ଲୀ ରେଡ୍‌ ଜୋନ୍‌ରେ ପ୍ରବେଶ...

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri