ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ ପ୍ରାୟ ୨.୫ କୋଟି ଆମେରିକୀୟ ଡଲାର ବା ୨ ଅରବରୁ ଅଧିକ ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ଆମେରିକା ଇତିହାସରେ ରାଜନୈତିକ ପ୍ରଚାର ଅଭିଯାନରେ ଜଡିତ ସବୁଠାରୁ ବଡ ଆର୍ଥିକ ଦଣ୍ଡ ବୋଲି କୁହାଯାଉଛି ।

କିଙ୍ଗ କାଉଣ୍ଟି ସୁପରିୟର କୋର୍ଟର ବିଚାରପତି ଡଗଲସ ନର୍ଥ ୱାଶିଂଟନର ଫେୟାର କ୍ୟାମ୍ପେନ ପ୍ରୋକ୍ଟିସ ଆକ୍ଟ ଆଧାରରେ ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ପ୍ରକାଶ ନ କରିବା ଅଭିଯୋଗରେ ଏହି ଜରିମାନା କରିଛନ୍ତି । ଏ ସମସ୍ତ ଘଟଣାକୁ ନେଇ ମେଟା କୌଣସି ଜବାବ ଦେଇ ନାହିଁ । ୱାଶିଂଟନର ପାରଦର୍ଶିତା ଆଇନ ଅନୁଯାୟୀ, ମେଟାକୁ ରାଜନୈତିକ ବିଜ୍ଞାପନଦାତାଙ୍କ ନାମ ଠିକଣା ଜଣାଇବା ଜରୁରୀ ।
କମ୍ପାନୀ ଯେ କୌଣସି ୟୁଜର୍ସଙ୍କ ଦାବି ମୁତାବକ ବିଜ୍ଞାପନଦାତାଙ୍କ ନାମ ଓ ଠିକଣା ଦେବାକୁ ହୋଇଥାଏ । ହେଲେ ମେଟା ବାରମ୍ବାର ଏହାକୁ ନେଇ କୋର୍ଟରେ ଆପତ୍ତି ଉଠାଇଥିଲା । ଫେସବୁକ ରାଜନୈତିକ ବିଜ୍ଞାପନର ଆର୍କାଇଭ ରଖିଛି, ଯାହାକୁ ଏହା ପ୍ରସାରିତ କରିଥାଏ, ହେଲେ ଏହି ଆଇନ ଆଧାରରେ ସୂଚନାକୁ ଜରୁରୀ ସମୟରେ ସାର୍ବଜନିକ କରିବା ନିୟମକୁ ପାଳନ କରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ

ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି।...

ବିଶ୍ୱ ମହାସାଗର ଦିବସ: ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୮।୬: ବୃଦ୍ଧି ପାଉଥିବା ପ୍ରଦୂଷଣର ପ୍ରଭାବ ମହାସାଗର ଉପରେ ପଡ଼ିବାରେ ଲାଗିଛି। ଏଥିଯୋଗୁ ପ୍ରତିବର୍ଷ ୧୦ ଲକ୍ଷ ପକ୍ଷୀ ଏବଂ ଏକ ଲକ୍ଷ ସାମୁଦ୍ରିକ ଜୀବଙ୍କ...

ଗ୍ରୀନ୍‌ କାର୍ଡ ପାଇବା ପୂର୍ବରୁ ୪ ଲକ୍ଷ ଭାରତୀୟଙ୍କ ହୋଇସାରିଥିବ ମୃତ୍ୟୁ

ଓ୍ବାଶିଂଟନ,୬ା୯: ଆମେରିକାରେ ଗ୍ରୀନ୍‌ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ୧୦.୫ ଲକ୍ଷରୁ ଅଧିକ...

ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା ମହଙ୍ଗା ପଡ଼ିବ

କଲମ୍ବୋ,୨୯ା୫: ସୋସିଆଲ ମିଡିଆରେ ଧର୍ମକୁ ନିନ୍ଦା କରାଯାଉଥିବା ଘଟଣାକୁ ରୋକିବା ପାଇଁ ଶ୍ରୀଲଙ୍କାରେ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଉଛି। ଏଥିରେ...

ୟୁକ୍ରେନ ଉପରେ ରୁଷିଆର ଏୟାର ଷ୍ଟ୍ରାଇକ…

କିଭ,୧୦।୯: ରୁଷିଆ ରବିବାର ଭୋର ସମୟରେ ୟୁକ୍ରେନ ରାଜଧାନୀ କିଭ ଉପରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନାହିଁ।...

ଗର୍ଭାଶୟରେ ଶିଶୁର ବ୍ରେନ୍‌ ସର୍ଜରି

ଓ୍ବାଶିଂଟନ୍‌, ୬।୫: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ପାଇଁ ବିଶ୍ୱରେ ଜଣେ ଗର୍ଭସ୍ଥ ଶିଶୁର ମସ୍ତିଷ୍କରେ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି।...

ବାଇଡେନ୍‌ଙ୍କ ଖୋଲା ଧମକ, ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସୈନ୍ୟ ଚାଇନାକୁ ଦେବେ ଜବାବ…

ଓ୍ବାଶିଂଟନ/ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନର ଟୋକିଓରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ଖୋଲା ଧମକ ଦେଇଛନ୍ତି। ବାଇଡେନ୍‌...

ନାଟୋରେ ସାମିଲ ହେବନି ଜାପାନ…

ଟୋକିଓ,୨୪।୫ : ଏକ ଅଧିକାରୀକ କିମ୍ବା ଅର୍ଦ୍ଧ ଅଫିସିଆଲ ସଦସ୍ୟ ଭାବରେ ନାଟୋରେ ଯୋଗଦେବାକୁ ଜାପାନର କୌଣସି ଯୋଜନା ନାହିଁ। ଏହି ସୂଚନା ଜାପାନର ପ୍ରଧାନମନ୍ତ୍ରୀ...

Advertisement
Archives

Model This Week