ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ

ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଗୁମା ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁମା ପଞ୍ଚାୟତ ଅଞ୍ଚଳର ଜଣେ ୨୨ ବର୍ଷୀୟା ମାନସିକ ବିକାରଗସ୍ତ ଯୁବତୀ ଗର୍ଭବତୀ ଥିବା ନେଇ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ସୁପରଭାଇଜର ନିରୁପମା ଶତପଥୀ ଓ ଅଙ୍ଗନଓ୍ବାଡ଼ି କର୍ମୀ ନାମିତ ବଡ଼ସେଠ ଖବର ପାଇ ତାଙ୍କୁ ଗତ ଜୁନ ୯ରେ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରକୁ ଆଣି ଛାଡିଥିଲେ। ସେଠାରେ ସେ ଅନ୍ୟମାନଙ୍କୁ କାମୁଡା କାମୁଡ଼ି କରୁଛନ୍ତି, ତାଙ୍କୁ ଫେରାଇ ନେବାକୁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଫୋନ ଦ୍ୱାରା ଖବର ଆସିଥିଲା। ଯୁବତୀଙ୍କ ପରିବାର ଲୋକଙ୍କ ସହ ଅଙ୍ଗନଓ୍ବାଡ଼ି କର୍ମୀ ସେଠାରେ ପହଞ୍ଚି ସେଠାରୁ ତାଙ୍କୁ ସକ୍ଷୀ ଗାଡ଼ିରେ ନିଜ ଗାଁକୁ ନେଉଥିଲେ। ତେବେ ବାଟରେ ଗୁଚୁକା ଛକଠାରେ ପରିସ୍ରା ଯିବି କହି ଯୁବତୀ ଜଣକ ଗାଡ଼ି ଅଟକାଇଥିଲେ। ଗାଡ଼ିରୁ ଓହ୍ଲାଇ ତଳକୁ ଆସିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ସେହି ସ୍ଥାନରେ ସଖୀ ଗାଡିଟି ମା’ ଓ ଶିଶୁକୁ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଫୁଲବାଣୀ ଚାଲିଯାଇଥିଲା। ପରେ ସଙ୍ଗେସଙ୍ଗେ ଅଙ୍ଗନଓ୍ବାଡି କର୍ମୀ ନମିତା ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ୍‌ଙ୍କୁ ଫୋନ କରି ଜଣାଇଥିଲେ। ସିଡିପିଓ ଦିଗାଲ ଏନେଇ ବେଲଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇବା ସହିତ ନିଜେ ସେଠାରେ ପହଞ୍ଚତ୍ଥିଲେ। ଖବର ପାଇ ଡାକ୍ତର ବିଜୟ ଭୋଇ ଓ ସ୍ବାସ୍ଥ୍ୟ ସେବିକା କରିସ୍ମା ନାୟକ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ତାଙ୍କ ଶିଶୁକନ୍ୟାଙ୍କ ପ୍ରାଥମିକ ଚିକିତ୍ସା କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟ ମା’ ଓ ଶିଶୁ ସୁସ୍ଥ ଓ ସୁରକ୍ଷିତ ଥିବା ସିଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri