ଋତୁସ୍ରାବ ଛୁଟି

ସମ୍ପ୍ରତି କେରଳ ସରକାର ମହିଳାଙ୍କୁ ମାସିକ କିଛି ଦିନ ପାଉଣାଯୁକ୍ତ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ନାରୀକୁ ଅବଳା, ଦୁର୍ବଳା ବୋଲି ସମ୍ବୋଧନ କରାଗଲେ ମଧ୍ୟ ସେ ଯେଉଁ କାର୍ଯ୍ୟ କରିପାରେ ସେୟା ପୁରୁଷ ଏବଂ ତୃତୀୟ ଲିଙ୍ଗୀ ବ୍ୟକ୍ତି କରିପାରନ୍ତି ନାହିଁ। ନାରୀ କଷ୍ଟ ସହ ଜନ୍ମଦିଏ ଜୀବନକୁ, ଯିଏ ସାଜେ ଦେଶର ମାନବ ସମ୍ବଳ। ଆଉ ଏହି ସୃଜନ କର୍ମ ନିମନ୍ତେ ମାସିକ ଋତୁସ୍ରାବ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହା ନାରୀକୁ ଗର୍ଭଧାରଣ ନିମନ୍ତେ ପ୍ରସ୍ତୁତ କରାଏ। ଋତୁସ୍ରାବ ସମୟରେ ଶାରୀରିକ ସୁସ୍ଥତା ତଥା ଅନ୍ୟ ବିଷୟ ସବୁର ସ୍ବତନ୍ତ୍ର ଯତ୍ନ ନେବାକୁ ହୁଏ। ତେବେ ଓଡି଼ଶା ସରକାରଙ୍କ ଖୁସି ଯୋଜନା ଏହି ଦିଗରେ ଅନେକଙ୍କୁ ସହାୟତା କରୁଛି, କିନ୍ତୁ ଏଥିରୁ ପାଦେ ଆଗକୁ ବଢ଼ି କେରଳ ସରକାର ଦେୟଯୁକ୍ତ ଛୁଟି ପ୍ରଦାନ କରୁଛନ୍ତି। ବିଶ୍ୱର ଅନେକ ସ୍ଥାନରେ ଏହିଭଳି ଅବକାଶ ପ୍ରଦାନ କରାଯାଏ। ତେବେ ଏହି ଯୋଜନା କେତେଦୂର ଆବଶ୍ୟକ ତଥା ଏହାର ପ୍ରଭାବ କାର୍ଯ୍ୟକ୍ଷେତ୍ରରେ କିଭଳି ପଡ଼ିବ ତାହାକୁ ନେଇ ଆଜିର ନିବନ୍ଧ।
ଋତୁସ୍ରାବ ଛୁଟି ଏକ ଯୋଜନା, ଯାହାଦ୍ୱାରା ମହିଳାଗଣ ନିଜର ସାଧାରଣ ଆକସ୍ମିକ ଛୁଟି ସହ କିଛି ଦିନ ପାଆନ୍ତି। ଏୟା ସାଧାରଣ ଅବଧାରଣା ଯେ, ଯେଉଁମାନେ ଭୀଷଣ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି, ସେହିମାନେ ଛୁଟି ନିଅନ୍ତି। କିନ୍ତୁ ଏହି ପ୍ରକ୍ରିୟାରେ କିଛି ନିର୍ଦ୍ଦିିଷ୍ଟ ନିର୍ଦ୍ଦେଶିତ ଦିବସ ନ ଥାଏ, ଯେଉଁ ନିମନ୍ତେ ଅବକାଶ ମିଳେ। କେତେକ ସ୍ଥାନରେ ଏହା ଦେୟଯୁକ୍ତ ହୋଇଥିବା ସ୍ଥଳେ କିଛି ସ୍ଥାନରେ ଦେୟବିହୀନ। କିଛି ସ୍ଥାନରେ କଟକଣା ସେତେଦୂର ପ୍ରଭାବୀ ନ ହୋଇ, ସେମାନଙ୍କୁ ଘରେ ରହି କାର୍ଯ୍ୟ କରିବାର ଅନୁମତି ମିଳେ। ବହୁ ଦଶନ୍ଧି ପୂର୍ବରୁ ରୁଷିଆ ଓ ଚାଇନାରେ ଉତ୍ପାଦନ କ୍ଷମତାକୁ ସଂରକ୍ଷିତ ରଖିବା ନିମନ୍ତେ ଏହା ଅନୁସୃତ ହୋଇଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏଥି ନିମନ୍ତେ ଆନ୍ଦୋଳନ ହେବା ସହ ଜଣେ କର୍ମଚାରୀ କିଭଳି ଏହାଦ୍ୱାରା ପ୍ରଭାବିତ ହେବେ ନାହିଁ ସେଥିପାଇଁ ଯୋଜନା କରାଯାଉଛି। ଜାପାନ, ଇଣ୍ତୋନେସିଆ, ମେକ୍ସିକୋରେ ଏହି ବ୍ୟବସ୍ଥା ପରିପାଳନ ହେଉଥିବା ସ୍ଥଳେ ଆମେରିକାର କେତେକ ସ୍ଥାନରେ ଏହା ଦେଖିବାକୁ ମିଳେ। କିଛି ସ୍ଥାନରେ ଏଥିନିମନ୍ତେ ଜାତୀୟ ନିୟମ ନ ଥିବା ସ୍ଥଳେ, ସେମାନେ ନିଜ ନିଜ ମଧ୍ୟରେ ସଂକଳ୍ପ ନେଇ ଏହି ବ୍ୟବସ୍ଥାର ପ୍ରାରମ୍ଭ କରିଛନ୍ତି। ଜଣେ ପରିଚାଳକଙ୍କ ସ୍ବାକ୍ଷର ସହ ଏହା କିଛି ସ୍ଥାନରେ ମାସିକ ଦିନଟିଏ ଦିଆଯାଏ। କିଛି ସ୍ଥାନରେ ଘରୁ କାମ କରିବାକୁ ଅନୁମତି ଦେବା ବଦଳରେ କାର୍ଯ୍ୟାଳୟରେ ସ୍ବତନ୍ତ୍ର ପ୍ରକୋଷ୍ଠମାନ ଏହି ଦିନମାନଙ୍କ ନିମନ୍ତେ ଖୋଲାଯାଇଥାଏ। ଗର୍ଭାଶୟ ଯୁକ୍ତ ମହିଳାଙ୍କୁ କେତେକ ଦେଶ ଏଥିନିମନ୍ତେ ବାର୍ଷିକ ଅଗଣିତ ଅବକାଶ ପ୍ରଦାନ କରନ୍ତି, ଯାହା ଦେୟଯୁକ୍ତ। ୨୦୦୯ରେ ଆମେରିକାରେ ୬୦୦ କର୍ମଚାରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା, ଯେଉଁଥିରେ ୪୫ ପ୍ରତିଶତ ଅବକାଶ ସପକ୍ଷରେ ମତ ବାଢ଼ିଥିଲେ।
କୋଚିନସ୍ଥିତ ବିଜ୍ଞାନ ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଭାରତରେ ପ୍ରଥମେ ଋତୁସ୍ରାବ ଛୁଟି ପ୍ରାରମ୍ଭ କରାଯାଇଥିଲା। ଛାତ୍ରସଂଘର ଦାବି ଫଳରେ ବାର୍ଷିକ ୨୪ ଦିନ ଅଧିକ ଛୁଟିର ବ୍ୟବସ୍ଥା କରାଯାଇଥିଲା। ଆନୁଷ୍ଠାନିକ ଭାବେ ଭାରତ ସରକାରଙ୍କ କୌଣସି ଘୋଷିତ ନୀତି ନାହିଁ ଯାହା ଋତୁସ୍ରାବ ଛୁଟିକୁ ପ୍ରଶ୍ରୟ ଦିଏ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ବୈଶ୍ୱିକ ପ୍ରତିଷ୍ଠାନ ଯଥା- ସ୍ବିଗି, ମାଗଟେର, ଗୁଜୁପ, ଜମାଟୋ ଆଦି ସେମାନଙ୍କ ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରନ୍ତି। ୨୦୧୬ରେ ସ୍ପେନରେ ଏହି ପ୍ରଥା ପ୍ରାରମ୍ଭ ହୋଇଥିବା ସ୍ଥଳେ ଆଜି ବି ଅନେକ ୟରୋପୀୟ ରାଷ୍ଟ୍ର ଏଥିରେ ମୋହର ଲଗେଇ ନାହାନ୍ତି।
ବର୍ତ୍ତମାନ ସମୟରେ କେରଳ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଝିଅମାନଙ୍କ ପାଇଁ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ଏହି ନିଷ୍ପତ୍ତି କ୍ରମେ ୧୮ ବର୍ଷରୁ ଅଧିକ ମହିଳା ଗଣ ବାର୍ଷିକ ୬୦ଟି ଛୁଟି ନେଇପାରିବେ। କେନ୍ଦ୍ର ସରକାର ନତୁବା ରାଜ୍ୟ ସରକାର ଏହି କ୍ଷେତ୍ରରେ ସମୁଚିତ ବ୍ୟବସ୍ଥା କରିବା ବିଧେୟ। ଭାରତରେ ମହିଳାଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ସୁବିଧା ପ୍ରଦାନ କରାଗଲେ ଅନେକେ କର୍ମକ୍ଷେତ୍ରରେ ଯୋଗଦେବେ। ବର୍ତ୍ତମାନ ଭାରତୀୟ ଅର୍ଥନୀତି ବିକଶିତ ହୋଇ ନ ଥିବାର ଏକ ପ୍ରମୁଖ କାରଣ ହେଉଛି, ଅର୍ଦ୍ଧାଧିକ ମହିଳା କର୍ମକ୍ଷେତ୍ରରେ ଉପସ୍ଥିତ ନାହାନ୍ତି। ଦୀର୍ଘକାଳରେ ସେୟା ସମ୍ଭବ କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୋଜନାକାରୀ ଏଥିନିମନ୍ତେ ସଚେତନ ହେବା ବିଧେୟ।

  • ରୋଜାଲିନ ମହାପାତ୍ର
    ଜୁନିୟର୍‌ ଟାଇପିଷ୍ଟ, ଝାରସୁଗୁଡ଼ା କୋର୍ଟ
    ମୋ:୯୭୭୬୭୩୦୦୨୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri