୨୦୪୭ ସୁଦ୍ଧା ସିକଲ୍‌ସେଲ୍‌ ଆନେମିଆ ମୁକ୍ତ ହେବ ଭାରତ

ନୂଆଦିଲ୍ଲୀ,୨।୨ :ଦେଶର ୧୫୭ ସହରରେ ଖୋଲିବ ସରକାରୀ ନର୍ସିଂ କଲେଜ। ବିଶେଷକରି ୨୦୧୪ ସୁଦ୍ଧା ଯେଉଁ ସହରରେ ସରକାରୀ ମେଡିକାଲ କଲେଜ ଖୋଲାଯାଇଛି, ସେଠାରେ ଏହି ନର୍ସିଂ କଲେଜ ଆରମ୍ଭ କରାଯିବ। ସେହିପରି ୨୦୪୭ ମସିହା ସୁଦ୍ଧା ଭାରତ ସିକଲ୍‌ ସେଲ୍‌ ଆନେମିଆ ରୋଗ ମୁକ୍ତ ହେବ। ଏହି ଲକ୍ଷ୍ୟ ପୂରଣ ପାଇଁ ସ୍ବତନ୍ତ୍ର ମିଶନ ଆରମ୍ଭ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଚଳିତ ବଜେଟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ୮୯,୧୫୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେଥିମଧ୍ୟରୁ ମନ୍ତ୍ରଣାଳୟ ୮୬,୧୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଥିବାବେଳେ ସ୍ବାସ୍ଥ୍ୟ ଗବେଷଣା ପାଇଁ ୨,୯୮୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛ। ମିଶନ ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବା ୪୦ ବର୍ଷ ବୟସ ଯାଏ ୭ କୋଟି ଲୋକଙ୍କୁ ଏନେଇ ସଚେତନ କରାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କର କାଉନ୍‌ସେଲିଂ କରାଯିବାକୁ ମଧ୍ୟ ସ୍ଥିର ହୋଇଛି।
ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ଆଇସିଏମ୍‌ଆର୍‌ ଲାବ୍‌ଗୁଡ଼ିକ ଗବେଷଣା ପାଇଁ ଅଧିକ ଗୁରୁତ୍ୱ ଦେବେ। ବେସରକାରୀ ମେଡିକାଲ କଲେଜ ଏବଂ ଏହାର ଲେକ୍‌ଚର ଓ ପ୍ରଫେସରଙ୍କ ସହାୟତାରେ ଗବେଷଣାକୁ ଆହୁରି ଆଗକୁ ବଢ଼ାଇବା ସହ ନୂଆ ନୂଆ ଗବେଷଣାର ଯୋଜନା କରାଯାଉଛି। ଗବେଷଣା କ୍ଷେତ୍ରରେ ନିବେଶ କରିବା ପାଇଁ ମଧ୍ୟ ବିଭିନ୍ନ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯିବ।

ଶିକ୍ଷା ୧,୧୨,୮୯୯ କୋଟିର ବ୍ୟୟବରାଦ

୨୦୨୩-୨୪ ବଜେଟ୍‌ରେ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି। ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ କ୍ରିୟାନ୍ବୟନ କରିବା ପାଇଁ ଶିକ୍ଷା ବିଭାଗକୁ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି। ଏନ୍‌ଇପିକୁ କାର୍ଯ୍ୟକାରୀ କରିବାରେ ଶିକ୍ଷକମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ। ଏଥିପାଇଁ ବଜେଟରେ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଏବଂ ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବ। ଏଥିପାଇଁ ଡାଏଟ୍‌ (ଡିଷ୍ଟ୍ରିକ୍ଟ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଏଜୁୁକେଶନ ଆଣ୍ଡ ଟ୍ରେନିଂ)କୁ ଅପଗ୍ରେଡେଶନ କରାଯାଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଦେଶର ଯୁବତୀ ଓ ଯୁବକଙ୍କୁ ଆଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ୍‌, ଡ୍ରୋନ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ୍‌ କ୍ଷେତ୍ରରେ କୁଶଳୀ କରାଯିବ। ୩୦ ସ୍କିଲ୍‌ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବତୀଯୁବକଙ୍କୁ ଦକ୍ଷ କରାଯିବ।

ଏକଲବ୍ୟ ସ୍କୁଲ: ୩୮,୮୦୦ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ

ଦେଶର ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲ ନିମନ୍ତେ ୩୮,୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯିବ। ସେହିପରି ଛାତ୍ରୀଛାତ୍ରମାନଙ୍କ ପାଇଁ ଜାତୀୟ ଲାଇବ୍ରେରି ଖୋଲାଯିବ। ସେମାନଙ୍କୁ ଉତ୍ତମ ବହି ଯୋଗାଇ ଦେବା ନିମନ୍ତେ ଡିଜିଟାଲ ଲାଇବ୍ରେରିର ବ୍ୟବସ୍ଥା କରାଯିବ। ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରି ଖୋଲି ଛାତ୍ରୀଛାତ୍ରମାନଙ୍କୁ ବହି ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର ଲୋକ ସଭାରେ ଏହି ଘୋଷଣା କରିଛନ୍ତି।

୭ ଲକ୍ଷ ଟଙ୍କା ପଯର୍ର୍‌ୟନ୍ତ ଆୟକର ଛାଡ଼

କେନ୍ଦ୍ର ସରକାର ୨୦୨୩-୨୪ ବଜେଟରେ ବହୁପ୍ରତୀକ୍ଷିତ ଆୟକର ସୀମା ବୃଦ୍ଧି କରିଛନ୍ତି। ଏଣିକି ବାର୍ଷିକ ୭ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହଁ। ପୂର୍ବରୁ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କା ଥିଲା। ତେବେ ଏଥିପାଇଁ ଏକ ସର୍ତ୍ତ ରହିଛି। ଯେଉଁମାନେ ୨୦୨୦ରେ ପ୍ରବର୍ତ୍ତିତ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଚୟନ କରିବେ, ସେମାନଙ୍କ ପାଇଁ ଏହି ପରିବର୍ତ୍ତିତ ରିହାତି ଲାଗୁ ହେବ। ନୂଆ ଟିକସ ବ୍ୟବସ୍ଥାରେ ବୀମା ପ୍ରିମିୟମ, ମ୍ୟୁଚୁଆଲ ଫଣ୍ଡ ଏବଂ ଏଭଳି ଅନ୍ୟାନ୍ୟ ପୁଞ୍ଜିନିବେଶ ଲାଗି ରିହାତି ମିଳିବ ନାହିଁ, ଯାହା ପୁରୁଣା ଟିକସ ବ୍ୟବସ୍ଥାରେ ରହିଛି। ସେହିପରି ଏଥିରେ ଟ୍ରାକ୍ସନ ମଧ୍ୟ ମିଳିବ ନାହିଁ। ଯେଉଁମାନେ ପୁରୁଣା ଟିକସ ବ୍ୟବସ୍ଥା ଚୟନ କରିବେ, ସେମାନଙ୍କୁ ବିଭିନ୍ନ ନିବେଶ ଉପରେ ଛାଡ଼ ପରେ ଚୂଡ଼ାନ୍ତ ଟିକସଯୋଗ୍ୟ ଆୟ ହିସାବ କରାଯିବ।
ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ଏଣିକି ୫ ଥାକିଆ ଢାଞ୍ଚା ଲାଗୁହେବା ସହ ନୋ-ଟ୍ୟାକ୍ସ ସ୍ଲାବ୍‌କୁ ୫୦,୦୦୦ ଟଙ୍କା ବଢ଼ାଯାଇଛି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଏହି ସୀମା ୨.୫ ଲକ୍ଷ ଟଙ୍କା ଥିଲା। ସେହିପରି ୩ରୁ ୬ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ଥିବାବେଳେ ୬ରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ ହେବ। ୯ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କ୍ଷେତ୍ରରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଲାଗିବ। ସେହିପରି ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଆୟ ଉପରେ ୩୦ ପ୍ରତିଶତ ଟିକସ ଲାଗୁ ହେବ। ସର୍ଚାର୍ଜ ପରେ ସର୍ବାଧିକ ଲାଗୁଯୋଗ୍ୟ ଟ୍ୟାକ୍ସ ହାରକୁ ଅର୍ଥମନ୍ତ୍ରୀ ୪୨.୭୪ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ କରିଛନ୍ତି। ତେବେ ପୁରୁଣା ଟିକସ ବ୍ୟବସ୍ଥାରେ ଟିକସ ହାର ଏବଂ ସ୍ଲାବ୍‌ ଅପରିବର୍ତ୍ତିତ ରହିଛି। ପୁରୁଣା ଟିକସ ବ୍ୟବସ୍ଥାରେ ଟ୍ୟାକ୍ସ ହାର ଅଧିକ ଥିବାବେଳେ ଅନେକ ଛାଡ଼ ରହିଛି। ଏହି ଟିକସ ବ୍ୟବସ୍ଥା କେବଳ ଅନୁରୋଧକ୍ରମେ ଲାଗୁ ହେବାକୁ ଥିବାବେଳେ ନୂଆ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଡିଫଲ୍ଟ ସିଷ୍ଟମ ବିବେଚିତ ହେବ।
ନୂଆ ଯୋଜନାରେ ଆଉ ଏକ ସୁବିଧା ହେଲା ବେତନଭୋଗୀମାନେ ୧୫.୫ ଲକ୍ଷ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ଆୟରେ ୫୨,୫୦୦ ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌କୁ ବାଦ୍‌ ଦେଇ ସେମାନଙ୍କ ଟିକସଯୋଗ୍ୟ ଆୟ ହିସାବ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଛନ୍ତି। ସରକାରଙ୍କ ନୂଆ ବ୍ୟବସ୍ଥାରେ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁତ୍ଥିବା ବ୍ୟକ୍ତି ୩୩,୮୦୦ ଟଙ୍କା ସଞ୍ଚୟ କରିପାରିବେ। ସେହିପରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ୨୩,୪୦୦ ଏବଂ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ୪୯,୪୦୦ ଟଙ୍କା ସଞ୍ଚୟ କରିପାରିବେ। ଉଚ୍ଚ ବେତନଭୋଗୀଙ୍କ ପାଇଁ ଅର୍ଥମନ୍ତ୍ରୀ ସର୍ଚାର୍ଜକୁ ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରିଛନ୍ତି। ଫଳରେ ଯେଉଁମାନଙ୍କର ବାର୍ଷିକ ବେତନ ବାବଦ ଆୟ ୫.୫ କୋଟି ଟଙ୍କା ସେମାନେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ।

ପାନ୍‌ କାର୍ଡ ହୋଇପାରିବ ପରିଚୟ ପତ୍ର

ପାନ୍‌ କାର୍ଡ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସରକାରୀ ଏଜେନ୍ସିଗୁଡିକ ପାନ୍‌ କାର୍ଡକୁ ପରିଚୟ ପତ୍ର ଭାବରେ ବିବେଚନା କରିବେ। ଲୋକ ସଭାରେ ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ସୂଚନା ଦେଇଛନ୍ତି। କଓ୍ବୋଇସି ପ୍ରକ୍ରିୟା ମଧ୍ୟ ସହଜ ହେବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ସରକାରୀ ଏଜେନ୍ସିର ସମସ୍ତ ଡିଜିଟାଲ ସିଷ୍ଟମ ପାଇଁ ସାଧାରଣ ପରିଚୟ ନିମନ୍ତେ ପାନ୍‌ କାର୍ଡ ବ୍ୟବହାର କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦେଶରେ ଇଜି ଅଫ୍‌ ଡୁଇଙ୍ଗ୍‌ ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରିବାରେ ସହାୟକ ହେବ। ପାନ୍‌ କାର୍ଡ ହେଉଛି ଏକ ୧୦ ଅଙ୍କ ବିଶିଷ୍ଟ ବର୍ଣ୍ଣମାଳା ଓ ସଂଖ୍ୟା ଆଧାରିତ, ଯାହା ଆୟକର ବିଭାଗ ଦ୍ୱାରା ବ୍ୟକ୍ତି, ଫାର୍ମ କିମ୍ବା ସଂସ୍ଥାକୁ ଆବଣ୍ଟିତ ହୋଇଥାଏ।

ମିଶନ ମୋଡ୍‌ରେ ପର୍ଯ୍ୟଟନକୁ ପ୍ରୋତ୍ସାହନ

ଦେଶରେ ପର୍ଯ୍ୟଟନର ଯେଉଁ ଅପାର ସମ୍ଭାବନା ରହିଛି, ତାହାର ଲାଭ ଉଠାଇ ଅଧିକରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବଜେଟରେ ଏକ ନୂଆ କାର୍ଯ୍ୟକ୍ରମ ସ୍ଥାନ ପାଇଛି। ଏହି କ୍ଷେତ୍ରରେ କର୍ମନିଯୁକ୍ତି ଓ ରୋଜଗାରର ପ୍ରଚୁର ସମ୍ଭାବନା ଥିବାରୁ ମିଶନ ମୋଡ୍‌ରେ ପର୍ଯ୍ୟଟନକୁ ପ୍ରୋତ୍ସାହନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିରେ ରାଜ୍ୟଗୁଡ଼ିକର ସକ୍ରିୟ ସହଯୋଗ ରହିବ। ପର୍ଯ୍ୟଟନର ସମ୍ପୂର୍ଣ୍ଣ ପ୍ୟାକେଜ୍‌ ଭାବରେ ଅତିକମ୍‌ରେ ୫୦ଟି ଗନ୍ତବ୍ୟସ୍ଥଳକୁ ଚୟନ କରାଯିବ ଏବଂ ତାହାକୁ ବିକଶିତ କରାଯିବ। ଅର୍ଥମନ୍ତ୍ରୀ ଏକ ‘ଆପ୍‌’ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।

୫୦ ବିମାନବନ୍ଦର, ହେଲିପୋର୍ଟ ପୁନଃବିକଶିତ ହେବ

ଦେଶର ଆଞ୍ଚଳିକ ବିମାନ ସଂଯୋଗରେ ଉନ୍ନତି ପାଇଁ ଆଉ ୫୦ଟି ବିମାନବନ୍ଦର, ହେଲିପୋର୍ଟ, ଓ୍ବାଟର ଏରୋଡ୍ରମ୍‌ ଏବଂ ଅଗ୍ରିମ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ପୁନଃବିକଶିତ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ ଭାଷଣରେ ଘୋଷଣା କରିଛନ୍ତି। ଆଞ୍ଚଳିକ ବିମାନ ସଂଯୋଗ ବଢ଼ାଇବା ପାଇଁ ସରକାର ଗତ କିଛିବର୍ଷ ମଧ୍ୟରେ ଉଡାନ୍‌ (ଉଡ଼େ ଦେଶ୍‌ କା ଆମ୍‌ ନାଗରିକ) ସମେତ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗତ ୬ ବର୍ଷରେ ଉଡାନ ବିମାନ ସେବାରେ ପାଖାପାଖି ୧.୧୫ କୋଟି ଲୋକ ଯାତାୟାତ କରିଛନ୍ତି। ୨୦୧୪ରେ ଦେଶରେ ବିମାନବନ୍ଦର ସଂଖ୍ୟା ୭୪ ଥିବାବେଳେ ଏବେ ତାହା ୧୪୭କୁ ବୃଦ୍ଧି ପାଇଛି। ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍‌ ଆଭିଏଶନ ମାର୍କେଟ ବୋଲି ସୀତାରାମନ୍‌ କହିଛନ୍ତି।

୨୦୩୦ ସୁଦ୍ଧା ୫ ନିୟୁତ ଟନ୍‌ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ ଲକ୍ଷ୍ୟ

୨୦୩୦ ସୁଦ୍ଧା ଦେଶରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ ୫ ନିୟୁତ ଟନ୍‌ରେ ପହଞ୍ଚାଇବା ଲାଗି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ଶକ୍ତି ପରିବର୍ତ୍ତନ ଏବଂ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ଲାଗି ୩୫,୦୦୦ କୋଟି ଟଙ୍କା ପ୍ରାଥମିକତା ଭିତ୍ତିରେ ପୁଞ୍ଜିନିବେଶ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ୪,୦୦୦ ମେଗାଓ୍ବାଟ୍‌ ଆଓ୍ବାର ବ୍ୟାଟେରି ଶକ୍ତି ଷ୍ଟୋରେଜ୍‌ ସ୍ଥାପନ ଲାଗି ସରକାର ସହାୟତା ଯୋଗାଇଦେବେ। ଭାରତକୁ ଶକ୍ତିରେ ଆତ୍ମନିର୍ଭର ଏବଂ କାର୍ବନମୁକ୍ତ କରିବା ପାଇଁ ଗତ ମାସ ୪ ତାରିଖରେ ନ୍ୟାଶନାଲ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନକୁ ସରକାର ଅନୁମୋଦନ କରିଥିଲେ। ଏଥିରେ ପ୍ରାଥମିକ ପର୍ଯ୍ୟାୟରେ ୧୯,୭୪୪ କୋଟି ଟଙ୍କା ବ୍ୟୟ କରାଯିବ।

ଶ୍ରୀଅନ୍ନ: ମିଲେଟ୍‌କୁ ମିଳିବ ପ୍ରୋତ୍ସାହନ

ମିଲେଟ୍‌କୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ତଦନୁଯାୟୀ ‘ଶ୍ରୀଅନ୍ନ’ ଯୋଜନା କାର୍ଯ୍ୟକାରୀ କରାଯିବ। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନମ୍ବର ୧ ଥିବା ବେଳେ ରପ୍ତାନିରେ ନମ୍ବର ୨ରେ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

ସପ୍ତଋଷି ଭଳି ୭ ଅଗ୍ରାଧିକାର

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅମୃତକାଳର ପ୍ରଥମ ବଜେଟ ସାତଟି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେବ ଏବଂ ଏହା ସପ୍ତଋଷି ସଦୃଶ। ସେଗୁଡିକ ହେଲା- ସମବେଶୀ ବିକାଶ, ଶେଷ ଲକ୍ଷ୍ୟସ୍ଥଳରେ ପହଞ୍ଚବା, ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ, ସାମର୍ଥ୍ୟର ଉପଯୋଗ, ସବୁଜ ଅଭିବୃଦ୍ଧି, ଯୁବଶକ୍ତି ଏବଂ ଆର୍ଥିକ କ୍ଷେତ୍ର ।

ରାଜସ୍ବ ନିଅଣ୍ଟ ଭରଣା ପାଇଁ ୧୫.୪ ଲକ୍ଷ କୋଟି ଋଣ କରିବେ ସରକାର

ଆର୍ଥତ୍କ ଅଭିବୃଦ୍ଧି ପାଇଁ ବ୍ୟୟ ଆବଶ୍ୟକତା ପୂରଣ କରିବା ନିମନ୍ତେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ୧୫.୪ ଲକ୍ଷ କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି। ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷର ମୋଟ ଋଣ ପରିମାଣ ଥିଲା ୧୪.୨୧ ଲକ୍ଷ କୋଟି ଟଙ୍କା। ୨୦୨୩-୨୪ ବର୍ଷର ଆର୍ଥତ୍କ ନିଅଣ୍ଟ ଭରଣା ପାଇଁ ଡେଟେଡ୍‌ ସିକ୍ୟୁରିଟିରୁ ମୋଟ ୧୧.୮ ଲକ୍ଷ କୋଟି ଟଙ୍କା ଋଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଅବଶିଷ୍ଟ ଅର୍ଥ ସ୍ବଳ୍ପ ସଞ୍ଚୟ ଓ ଅନ୍ୟାନ୍ୟ ସୂତ୍ରରୁ ଆସିବ। ଏହାକୁ ମିଶାଇ ମୋଟ ବଜାର ଋଣ ପରିମାଣ ୧୫.୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି।

ପ୍ରତିରକ୍ଷାକୁ ୫.୯୪ ଲକ୍ଷ କୋଟି

୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ପ୍ରତିରକ୍ଷା ବାବଦ ବ୍ୟୟବରାଦ ୫.୯୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେଥିରୁ ୧.୬୨ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ପାଇଁ ରଖାଯାଇଛି, ଯେଉଁଥିରେ ନୂଆ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧଜାହାଜ ଏବଂ ଅନ୍ୟାନ୍ୟ ସାମରିକ ସରଞ୍ଜାମ କିଣାଯିବ। ଗତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ବଜେଟରେ ୫.୨୫ ଲକ୍ଷ କୋଟି ଟଙ୍କା ରଖାଯାଇଥିଲା ବେଳେ ପୁଞ୍ଜି ବ୍ୟୟ ପରିମାଣ ଥିଲା ୧.୫୨ ଲକ୍ଷ କୋଟି ଥିଲା। କିନ୍ତୁ ପରେ ସଂଶୋଧିତ ଆକଳନ ଅନୁଯାୟୀ ବ୍ୟୟ ପରିମାଣ ୧.୫୦ ଲକ୍ଷ କୋଟି ହୋଇଥିଲା।
୨୦୨୩-୨୪ରେ ପ୍ରତିରକ୍ଷା ବିଭାଗର ବେତନ ପ୍ରଦାନ ଏବଂ ପ୍ରତିଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ଇତ୍ୟାଦି ବାବଦରେ ରାଜସ୍ବ ବ୍ୟୟ ବାବଦକୁ ୨,୭୦,୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୨-୨୩ରେ ଏହି ପରିମାଣ ଥିଲା ୨,୩୯,୦୦୦ କୋଟି ଟଙ୍କା। ଆସନ୍ତା ଆର୍ଥିକ ବର୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ସିଭିଲ) ପାଇଁ ପୁଞ୍ଜି ବ୍ୟୟ ବାବଦରେ ୮,୭୭୪ କୋଟି ରଖାଯାଇଛି। ସେହିପରି ପ୍ରତିରକ୍ଷା କର୍ମଚାରୀମାନଙ୍କ ପେନ୍‌ସନ ବାବଦକୁ ୧,୩୮,୨୦୫ କୋଟି ଟଙ୍କା ରଖାଯାଇଛି। ପେନ୍‌ସନ ସମେତ ମୋଟ ରାଜସ୍ବ ବ୍ୟୟ ପରିମାଣ ୪,୨୨,୧୬୨ କୋଟି ଟଙ୍କା ଆକଳନ କରାଯାଇଛି। ବଜେଟ ପେପର ଅନୁୟାୟୀ ପ୍ରତିରକ୍ଷା ବାବଦ ମୋଟ ବଜେଟ ପରିମାଣ ୫,୯୩,୫୩୭.୬୪ କୋଟି ଟଙ୍କା।

ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ହେବ ୧୦ ଲକ୍ଷ କୋଟି

ଦେଶରେ ଭିତ୍ତିଭୂମି ବିକାଶ ପାଇଁ ପୁଞ୍ଜି ବ୍ୟୟକୁ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାକି ଜିଡିପିର ୩.୩ ପ୍ରତିଶତ। ଏହା ପୂର୍ବ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ। ଭିତ୍ତିଭୂମି କ୍ଷେତ୍ରକୁ ଘରୋଇ ପୁଞ୍ଜିନିବେଶ ଆକର୍ଷଣ କରିବାରେ ଭିତ୍ତିଭୂମି ଫାଇନାନ୍ସ ସଚିବାଳୟ ସହାୟତା କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସେହିପରି ଅମୃତ କାଳକୁ ଉପଯୁକ୍ତ କରିବା ପାଇଁ ଭିତ୍ତିଭୂମି ବର୍ଗୀକରଣ ଏବଂ ଫାଇନାନ୍ସିଂ ଫ୍ରେମ୍‌ଓ୍ପାର୍କ ପ୍ରସ୍ତୁତି ଲାଗି ବିଶେଷଜ୍ଞ କମିଟି ଗଠନ ହେବ। ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ଯୋଗାଇଦେଉଥିବା ୫୦ ବର୍ଷୀୟା ସୁଧମୁକ୍ତ ଋଣ ଆଉ ବର୍ଷେ ପାଇଁ ଜାରି ରହିବ ବୋଲି ବୁଧବାର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଜମା ସୀମା ୩୦ ଲକ୍ଷକୁ ବୃଦ୍ଧି

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଜମାରାଶି ସୀମାକୁ ଦୁଇଗୁଣ ବଢ଼ାଇ ୩୦ ଲକ୍ଷ ଟଙ୍କା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଏହି ଯୋଜନାରେ ସର୍ବାଧିକ ଜମାରାଶି ସୀମା ୧୫ ଲକ୍ଷ ଟଙ୍କା ରହିଥିଲା। ସେହିପରି ମାସିକ ଆୟ ଆକାଉଣ୍ଟ ଯୋଜନାର ଜମାରାଶି ସୀମାକୁ ଏକକ ଜମାକାରୀଙ୍କ ପାଇଁ ୪.୫ ଲକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ଯୁଗ୍ମ ଆକାଉଣ୍ଟଧାରୀଙ୍କ ପାଇଁ ୯ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ସେହିପରି ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ଆଜାଦି କା ଅମୃତ ମହୋତ୍ସବ ମହିଳା ସମ୍ମାନ ବଚତ ପତ୍ର, ମହିଳା ସମ୍ମାନ ସେଭିଙ୍ଗ୍‌ସ ସାର୍ଟିଫିକେଟରେ ମହିଳାମାନେ ୨ ବର୍ଷ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ସଞ୍ଚୟ କରିପାରିବେ। ଏଥିରେ ୭.୫ ପ୍ରତିଶତ ହାରରେ ସୁଧ ମିଳିବା ସହ ଜମାକାରୀ ଯେତେବେଳେ ଚାହିଁବେ, ଏଥିରୁ ଆଂଶିକ ଜମାରାଶି ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri