ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବେ ପୁରୁଷ

ଭୁବନେଶ୍ୱର, ୨୩।୧(ବ୍ୟୁରୋ):ରାଜ୍ୟର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ପୁରୁଷଙ୍କୁ ଏବେ ପିଏଚ୍‌ଡି କରିବାର ସୁଯୋଗ ଦିଆଯିବ। ପୁଣି ବିଶ୍ୱବିଦ୍ୟାଳୟର ପୁରୁଷ ଅଧ୍ୟାପକମାନେ ହିଁ ଗାଇଡ୍‌ କରିବେ। ଏହାକୁ ନେଇ ଏବେ ଛାତ୍ରୀ ଓ ଶିକ୍ଷାବିତ୍‌ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନାନୁସାରେ, ଗତବର୍ଷ ସେପ୍ଟେମ୍ବର ୨୮ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨୬ତମ ସିଣ୍ଡିକେଟ୍‌ ବୈଠକ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଭାବେ ନିଯୁକ୍ତ ପୁରୁଷ ଅଧ୍ୟାପକମାନେ ପିଏଚ୍‌ଡିରେ ଆଡ୍‌ମିଶନ କରିପାରିବେ ବୋଲି ଅନୁମୋଦନ ମିଳିଥିଲା। ଏହି ଆଧାରରେ ଅଧ୍ୟାପକ ସୁପ୍ରିତ ପାଣିଗ୍ରାହୀଙ୍କୁ ପିଏଚ୍‌ଡି ପାଇଁ ମନୋନୀତ କରାଯାଇଛି। ପରୀକ୍ଷା ନିୟନ୍ତ୍ରକଙ୍କ ଗତ ୧୩ତାରିଖ ଚିଠିରୁ ଏହା ଜଣାପଡ଼ିଛି। ଯଦି ପୁରୁଷ ଅଧ୍ୟାପକ ଏଠାରେ ପିଏଚ୍‌ଡି କରିପାରିବେ, ତେବେ ଅନ୍ୟମାନେ କାହିଁକି କରିପାରିବେ ନାହିଁ, ପୁରୁଷଙ୍କ ପାଇଁ ମହିଳାଙ୍କ ସିଟ୍‌ କମିବ କାହିଁକି, ନିଜ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ରମାଦେବୀରେ ପିଏଚ୍‌ଡି କଲେ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟାରେ କେତେ ସ୍ବଚ୍ଛତା ରହିବ, ଏଭଳି ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଛାତ୍ରୀ ଓ ଶିକ୍ଷାବିତ୍‌। ଛାତ୍ରୀ ସନ୍ତୋଷିନୀ ଜେନା କହିଛନ୍ତି, ଯଦି ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ଅଧ୍ୟାପକଙ୍କୁ ପିଏଚ୍‌ଡି କରିବାର ସୁଯୋଗ ମିଳିଥାନ୍ତା, ତେବେ ତାହା ଠିକ୍‌ ହୋଇଥାନ୍ତା। କିନ୍ତୁ ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ପୁରୁଷକୁ ପଢ଼ିବା ପାଇଁ ସୁଯୋଗ ଦେବା ଗ୍ରହଣୀୟ ନୁହେଁ। ଯଦି ପୁରୁଷଙ୍କୁ ଏହି ସୁଯୋଗ ଦିଆଯାଏ, ତେବେ ଛାତ୍ରୀଙ୍କ ପାଇଁ ସିଟ୍‌ ସଂଖ୍ୟା କମିବ। ତେଣୁ ଏହାର ପୁନର୍ବିଚାର କରାଯିବା ଉଚିତ। ଏ ନେଇ ମୋ କଲେଜ ଅଭିଯାନ ଗଭର୍ନିଂ ବଡି ମେମ୍ବର କମଳ ପ୍ରସାଦ ମହାପାତ୍ର କହିଛନ୍ତି, ମହିଳା ବିଶ୍ୱବିଦ୍ୟାଳୟରେ ଜଣେ ପୁରୁଷଙ୍କୁ ପିଏଚ୍‌ଡି କରିବା ପାଇଁ ସୁଯୋଗ ଦେବା ଠିକ୍‌ ନୁହେଁ। ତେବେ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri