ଏଭର୍‌ଗ୍ରୀନ କଣ୍ଠଶିଳ୍ପୀଙ୍କ ସୁପରହିଟ୍‌ ପ୍ରଦର୍ଶନ

୯୦ଦଶକର ଗୀତ ଆଜିବି ସୁପରିହିଟ୍‌ ହୋଇ ରହିଛି। ଏସବୁ ଗୀତକୁ ନେଇ ଡଟ୍‌ଫେଷ୍ଟର ସପ୍ତମ ସନ୍ଧ୍ୟାରୁ ରାତି ମତୁଆଲା ହୋଇଉଠିଥିଲା। ବଲିଉଡ୍‌ର ଦୁଇ ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ଓ ଅଲ୍‌କା ୟାଗ୍‌ନିକ୍‌ଙ୍କ ଉପସ୍ଥିତି ଭୁବନେଶ୍ୱର ଲାଇଭ୍‌କୁ ଆହୁରି ରଙ୍ଗିନ କରିଦେଇଥିଲା। ସେମାନଙ୍କ କଣ୍ଠର ଯାଦୁରେ ଝୁମି ଉଠିଥିଲା ପୂରା ରାଜଧାନୀ। ଶୋ’ ସରିଥିଲେ ମଧ୍ୟ ଦର୍ଶକ ଓ ଶ୍ରୋତାଙ୍କ ମୁହଁରେ ଗୁଞ୍ଜରିତ ହେଉଥିଲା ଉଦିତ୍‌-ଅଲ୍‌କାଙ୍କ କିଛି ଅଭୁଲା, ସ୍ମୃତିଭରା ଗୀତର ଝଙ୍କାର। ଏଥିସହ ଓଲିଉଡ ଗାୟକ ସତ୍ୟଜିତ୍‌ ଜେନା ଓ ଉଦିତ୍‌ ନାରାୟଣଙ୍କ ସ୍ତ୍ରୀ ଦୀପା ନାରାୟଣ ଝା ମଧ୍ୟ ମଞ୍ଚରେ ସଙ୍ଗୀତ ପରିବେଷଣ କରିଥିଲେ। ୯୦ଦଶକର ଏଭରଗ୍ରୀନ୍‌ ଗୀତ ଓ କଣ୍ଠଶିଳ୍ପୀଙ୍କ ସହ ଦର୍ଶକଙ୍କ ଉତ୍ସାହରେ ରୋମାଞ୍ଚତ୍ତ ହୋଇ ଉଠିଥିଲା ପ୍ରଦର୍ଶନୀ ପଡ଼ିଆ।

ଉଦିତ୍‌, ଅଲ୍‌କା ଯୋଡ଼ି ପ୍ରଦର୍ଶନ ନିଆରା ଥିଲା

ବଲିଉଡର ୨ ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କୁ ଏକା ସାଙ୍ଗରେ ଗୀତ ଗାଇବା ଦେଖିବାର ସୁଯୋଗ ପାଇଥିଲେ ଦର୍ଶକ। ମଞ୍ଚରେ ସେମାନଙ୍କୁ ଦେଖି ଦର୍ଶକ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲେ। ଗୋଟିଏ ପରେ ଗୋଟିଏ ରୋମାଣ୍ଟିକ୍‌ ଲଭ୍‌ ସଙ୍ଗୀତ ଦେଇ ଦର୍ଶକଙ୍କ ନିକଟରେ ଭଲପାଇବା ଭରି ଦେଇଥିଲେ। ଚାନ୍ଦ ଛୁପା ବାଦଲ୍‌ ମେ ..ଭଳି ପ୍ରେମ ସଙ୍ଗୀତରୁ ସେମାନେ ପରିବେଷଣ ଆରମ୍ଭ କରିଥିଲେ। ମେରେ ମେହେବୁବା ମେରେ ସନମ୍‌.., କହୋନା ପ୍ୟାର୍‌ ହେ..ଆଦି ଗୀତକୁ ଦର୍ଶକଙ୍କୁ ଭେଟି ଦେଇଥିଲେ।

ବଲିଉଡର ଲୋକପ୍ରିୟ ଗାୟିକା ଅଲ୍‌କା ୟାଗ୍‌ନିକ୍‌ଙ୍କୁ ମଞ୍ଚରେ ପାଇ ଉପସ୍ଥିତ ଦର୍ଶକ ଖୁସିରେ ନାଚି ଉଠିଥିଲେ। ସମସ୍ତଙ୍କର ପ୍ରିୟ କୁଛ୍‌ କୁଛ୍‌ ହୋତା ହେ ଗୀତରୁ ସେ ତାଙ୍କର ପ୍ରଥମ ସୁପରହିଟ୍‌ ପରିବେଷଣ ଆରମ୍ଭ କରିଥିଲେ। ପରେ ପରେ କସମ୍‌ ସେ.., କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅଜିବ୍‌ ଦାସ୍‌ତା ହେ ୟେ…ସଙ୍ଗୀତ ଉପସ୍ଥାପନ କରିଥିଲେ। ଶୀତୁଆ ସାରେ ଟିପ୍‌ ଟିପ୍‌ ବର୍‌ଷା ପାନି ଗୀତରେ ମାହୋଲକୁ ଗରମ କରିଥିଲେ।

ଲୋକପ୍ରିୟ ଗୀତରୁ ରିମିକ୍ସ…
ମେରି ଅଙ୍ଗ୍‌ନ ମେ ତୁମ୍‌ହାରା କ୍ୟା କାମ୍‌ ହେ.. ଗୀତରୁ ନିଜର ଲୋକପ୍ରିୟ ଗୀତ ସବୁକୁ ମିଶାଇ ପରିବେଷଣ ଆରମ୍ଭ କରିଥିଲେ ଅଲ୍‌କା। କୋଇ ରୋକ୍‌ ସକ୍‌ତା ହେ ତୋ ରୋକ୍‌ଲେ.., ଦେଖା ହେ ପେହେଲି ବାର୍‌ ସାଜନ୍‌ କି ଆଖୋମେ ପ୍ୟାର୍‌…, କଭି ଖୁସି କଭି ଗମ୍‌.., ସୁରଜ ହୁୁଆ ମଥମ୍‌.., ପଲ୍‌ ଭର୍‌ ଠେହେର ଯାଓ..ଭଳି ଏଭରଗ୍ରୀନ୍‌ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଝୁମାଇଥିଲେ।
ଦିଲ୍‌ବର୍‌ ଗୀତରୁ ଧମାକା
୯୦ଦଶକର କିଛି ସୁପରହିଟ୍‌ ଗୀତକୁ ଗୋଟିଏ ପରେ ଗୋଟିଏ ଭେଟି ଦେଇଥିଲେ ଅଲ୍‌କା। ଦିଲ୍‌ବର୍‌ ଦିଲ୍‌ବର୍‌..ଭଳି ଏନର୍ଜେଟିକ୍‌ ଗୀତରୁ ସେ ଦର୍ଶକଙ୍କୁ ନାଚିବାର ଖୋରାକ ଯୋଗାଇଥିଲେ। ପରେ ପରେ ଆଜା ଶାବରିୟା..ତାଲ ସେ ତାଲ ମିଲା.., ଛମ୍ମା ଛମ୍ମା.., କଭି ଡିସ୍କୋ ମେ ଯାଏ.., ଲେଜା ଲେଜା.., ଏକ ଦୋ ତିନ୍‌ ଆଦି ଗୀତରେ ଜୋସ୍‌ ଭରିଥିଲେ।
ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଅଲ୍‌କା
ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ ଅଲ୍‌କା। ଶୁଭେଚ୍ଛା ଜଣାଇ କହିଥିଲେ, ଆଗରୁ ବହୁତ ଥର ଓଡ଼ିଶା ଆସିଛି। ଏଥର ବହୁତ ବର୍ଷ ପରେ ଆସିଛି। ଯେତେଥର ଆସିଲେ ବି ପୁଣି ଆସିବାକୁ ଇଚ୍ଛା ହେବ।

ଉଦିତ୍‌ଙ୍କ କଣ୍ଠରେ ପ୍ରଥମ ପ୍ରେମର ପ୍ରଥମ ଚିଠି
ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ନିଜର କରିଥିଲେ ଉଦିତ୍‌। ଏମିତିରେ ଦର୍ଶକ ତାଙ୍କ ଉପସ୍ଥିତିରେ ହିଁ ଅନନ୍ୟ ଅନୁଭବ କରୁଥିଲେ। ପ୍ରଥମ ପ୍ରେମର ପ୍ରଥମ ଚିଠିରୁ ସେ ଓଡ଼ିଆ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଆଜି ଆକାଶେ କି ରଙ୍ଗ ଲାଗିଲା …, ତୋ ପାଇଁ ଗଲିରେ ମରି..ସଙ୍ଗୀତରେ ସେ ଉପସ୍ଥିତି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ।
ଉଦିତ୍‌ଙ୍କ ସହ ଗୀତ ଗାଇଲେ ସ୍ତ୍ରୀ ଦୀପା
ତୁ ମେରି ସାମ୍‌ନେ…ଗୀତରେ ଉଦିତ୍‌ଙ୍କ ସହ ମଞ୍ଚରେ ନଜର ଆସିଥିଲେ ତାଙ୍କ ସ୍ତ୍ରୀ ଦୀପା ନାରାୟଣ ଝା। ଉଭୟ ଗୀତ ଗାଇବା ସହ ନାଚିଥିଲେ। ବିଶେଷ କରି ଉଦିତ୍‌ ସ୍ତ୍ରୀଙ୍କ ସହ ଗୀତର ପ୍ରତିଟି ପଦକୁ ଭାବନାର ସହିତ ଉପସ୍ଥାପିତ କରିଥିଲେ। ତାଙ୍କ ଚାରିପାଖେ ବୁଲି ବୁଲି ନାଚିଥିଲେ। ପରେ ପେହେଲା ନଶା… ସଙ୍ଗୀତରେ ଉଭୟ ମଞ୍ଚରେ ଝୁମିଥିଲେ।
ପୁନର୍ଜନ୍ମ ଓଡ଼ିଶାରେ ହେଉ
ଆପଣମାନଙ୍କୁ ମୋର ପ୍ରଣାମ। ଆପଣଙ୍କ ଭଲପାଇବା ଯୋଗୁ ମୋତେ ଦୀର୍ଘ ୪୦ବର୍ଷ ଧରି ସେବା କରିବାର ସୁଯୋଗ ମିଳିଛି। ମୋ କଣ୍ଠ ସେମିତି ସତେଜ ରହିଛି। ମୁଁ ଆପଣମାନଙ୍କର ଉଦିତ୍‌ ନାରାୟଣ ବୋଲି କହିଥିଲେ ବଲିଉଡର ପ୍ରତିଷ୍ଠିତ ଗାୟକ ଉଦିତ୍‌। ସେ କହିଥିଲେ, ଆର ଜନ୍ମରେ ମୁଁ ଓଡ଼ିଶାରେ ଜନ୍ମ ନିଏ। ମୋତେ ଆପଣଙ୍କ ଭଲପାଇବା ଏମିତି ମିଳୁଥାଉ।
ସମ୍ବର୍ଦ୍ଧିତ ହେଲେ କଳାକାର
ସାର କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ, ଅଲ୍‌କା ୟାଗ୍‌ନିକ୍‌, ଦୀପା ନାରାୟଣ ଝା, ସତ୍ୟଜିତ୍‌ ଜେନାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ମୁନ୍‌ମୁନ୍‌ ସିଂହ ଓ ନିତା ବାଜପେୟୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?