ଗଞ୍ଜାମରେ ପୋଡ଼ିଲାଣି ତଳି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଚଳିତବର୍ଷ ବର୍ଷା ଅଭାବରୁ ଗଞ୍ଜାମ ଜିଲାର ଅଧିକାଂଶ ବ୍ଲକରେ ଧାନଫସଲର ଗଜା ମରୁଡ଼ି ଓ ତଳିପୋଡ଼ି ଗଲାଣି। କେତେକ ବ୍ଲକ୍‌ରେ ଧାନରୁଆ ହୋଇଥିବା ଜମି ମଧ୍ୟ ଫାଟି ଗଲାଣି। ଏପରି ପରିସ୍ଥିତିରେ ଧାନତଳିକୁ କିପରି ବଞ୍ଚାଇବେ। ସେଥିପାଇଁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏହାର ପ୍ରତିକାର ଦାବି ନେଇ ଋଷିକୂଲ୍ୟା ରୟତ ମହାସଭା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଜିଲାର ସମସ୍ତ ଉଠାଜଳସେଚନ କାର୍ଯ୍ୟକ୍ଷମ କରିବା ସଙ୍ଗେ ସଙ୍ଗେ କେନାଲରେ ପାଣି ଛାଡ଼ିବା ଲାଗି ନିର୍ଦ୍ଦେଶ ଦେବା,ଚାଷୀଙ୍କ ପାଖରେ ଆଉ ବିହନ ନ ଥିବାରୁ ସୋସାଇଟି ଜରିଆରେ ବିହନ, ଜୈବିକ ସାର ରିହାତି ଦରରେ ଯୋଗାଇଲା, କୃଷି ନିର୍ଦ୍ଧାରଣ କମିଟିରେ ଚାଷୀ ସଂଗଠନକୁ ସାମିଲ କରି କୃଷି ଓ କୃଷକର ବିକାଶ ନିମନ୍ତେ ବିଧିବଦ୍ଧ ଯୋଜନା କରିବା, ଜଳ ଭଣ୍ଡାର, ଉଠାଜଳସେଚନ ପ୍ରକଳ୍ପ,ବର୍ଷାଜଳ ସଂରକ୍ଷଣ ସ୍ଥିତି ସମୀକ୍ଷା କରିବା, ପ୍ରତି ପଞ୍ଚାୟତରେ କୃଷି ସହାୟକ କେନ୍ଦ୍ର ଖୋଲିବା, ବାର୍‌ହା, ମାଙ୍କଡ଼ ଆଦି ବନ୍ୟଜନ୍ତୁ ପ୍ରାଦୁର୍ଭାବ ଯୋଗୁ ଫସଲ ନଷ୍ଟ ହେବା ସଙ୍ଗେ ସଙ୍ଗେ ଚାଷୀଙ୍କୁ ଆକ୍ରମଣ କରୁଥିବାରୁ ଏମାନଙ୍କୁ କ୍ଷତିକାରକ ପଶୁ ରୂପେ ଘୋଷଣା କରିବା, ଗ୍ରାମ କମିଟିର ଅନୁମୋଦନ କ୍ରମେ ଭାଗଚାଷୀଙ୍କ ନାମ ଧାନ ବିକିବା ପାଇଁ ପଞ୍ଜୀକରଣ କରିବା ଆଦି ରହିଛି। ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଚାଷୀନେତା ଭାଗିରଥୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର୍‌ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଷ୍ଟାର୍ମରଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ…

ବୈଭବ ସୂର୍ଯ୍ୟବଂଶୀ ପହଞ୍ଚିବା ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଥିଲେ ତାଙ୍କ ବାପା, ବିଶ୍ୱର ପ୍ରମୁଖ ବ୍ୟବସାୟୀଙ୍କଠାରୁ ଶୁଣିଲେ ପୁଅର ପ୍ରଶଂସା

ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟକୁ ଝଡ଼ରେ ପରିଣତ କରିଥିବା ବିହାରର ସମସ୍ତିପୁରର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଖବର ଶିରୋନାମାରେ ଅଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଯିବା…

ନିଜ ବଡିଗାର୍ଡଙ୍କୁ ଧକ୍କା ଦେଲେ ରୋହିତ ଶର୍ମା: କାରଣ ଜାଣିଲେ ପ୍ରଶଂସକ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୩।୬: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ସାଧାରଣତଃ ତାଙ୍କର ମଜାଳିଆ ଏବଂ ଶାନ୍ତ ଆଚରଣ ପାଇଁ ଜଣାଶୁଣା। ପଡ଼ିଆ ଭିତରେ ହେଉ କିମ୍ବା ବାହାରେ,…

ହଠାତ୍‌ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ: ମୋଦି ସରକାରରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୬: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ ଇସ୍ତଫା ଦେଇଛନ୍ତି। ସେ ମୋଦି ସରକାରରେ ମତ୍ସ୍ୟପାଳନ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହରୁଖଙ୍କୁ ନେଇ ପଙ୍କଜ କପୁର କଲେ ବଡ଼ ଖୁଲାସା: ଦର୍ଶକ ସ୍ତବ୍ଧ

ବଲିଉଡ୍‌ କିଙ୍ଗ କହିଲେ ଶାହରୁଖ ଖାନ୍‌ଙ୍କୁ ବୁଝାଏ। ଥିଏଟରରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଅନେକ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର କାରଣ ପାଲଟିଛି। ସେ ଅନେକ ବ୍ଲକବଷ୍ଟର…

ହର୍ମୁଜରେ ସ୍ଥାପନ ହେବ ହଟଲାଇନ; ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକାକୁ ଇରାନର ସ୍ପଷ୍ଟ ବାର୍ତ୍ତା

ତେହରାନ,୨୩।୬: ଯଦିଓ ଆମେରିକା ଏବଂ ଇରାନ ସ୍ବିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଅନେକ ପ୍ରସଙ୍ଗରେ ଏକ ସହମତିରେ ପହଞ୍ଚିଥିଲେ, ତଥାପି ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର…

ଜିତୁ ମୁଣ୍ଡାଙ୍କୁ ମିଳିଲା ନ୍ୟାୟ: ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ, ନବୀନଙ୍କ ହସ୍ତକ୍ଷେପ ପରେ…

ପାଟଣା,୨୩।୬(ବୀର କିଶୋର ଦାଶ): କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କେସ୍‌ରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ ହୋଇଛନ୍ତି। କେନ୍ଦୁଝର ଜିଲା ମଲ୍ଲୀପଶି ସ୍ଥିତ ଓଡ଼ିଶା…

ପାକିସ୍ତାନକୁ କଡ଼ା ଟାର୍ଗେଟ କଲେ ୟୁକେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ନାଇଜେଲ ଫାରେଜ, ଜାଣନ୍ତୁ ଭାରତ ପ୍ରତି ତାଙ୍କର ମତ କ’ଣ

ଲଣ୍ଡନ,୨୩।୬: କିର ଷ୍ଟାର୍ମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡ଼ରେ ନାଇଜେଲ ଫାରେଜ ଜଣେ ଦୃଢ଼ ଦାବିଦାର ଭାବରେ ଉଭା ହୋଇଛନ୍ତି। ରିଫର୍ମ ୟୁକେର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri