Posted inଜାତୀୟ

ରାଜସ୍ଥାନରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପାଇଲଟ-ଗେହଲଟ ବିବାଦର ସମାଧାନ ପାଇଁ କରାଯାଉଛି ଚେଷ୍ଟା

ଜୟପୁର୬।୭: ଛତିଶଗଡରେ ଚାଲିଥିବା ଅସନ୍ତୋଷକୁ ଶାନ୍ତ କରିବା ପରେ କଂଗ୍ରେସ ହାଇକମାଣ୍ଡ ବର୍ତ୍ତମାନ ରାଜସ୍ଥାନ ଉପରେ ନଜର ରଖିଛନ୍ତି। ଯେଉଁଠାରେ ବହୁ ଦିନ ଧରି କଂଗ୍ରେସ ନେତା ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ବର୍ତ୍ତମାନ ରାଜସ୍ଥାନକୁ ନେଇ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କେସି ଭେଣୁଗୋପାଳ ଏବଂ ସଚିନ ପାଇଲଟଙ୍କ ସମେତ ମୋଟ ୩୦ନେତା ସାମିଲ ହୋଇଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଏବଂ ଖାର୍ଗେ ରାଜସ୍ଥାନରେ ପୁଣିଥରେ କଂଗ୍ରେସ ସରକାର ଗଠନ କରିବାକୁ ଦାବି କରିଥିଲେ।

ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ଏଥିସହ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ଏକ ପ୍ରୟାସ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

ଆକ୍ସନ ମୋଡ୍‌ରେ ପୋଲିସ: ବିପୁଳ ଦେଶୀମଦ ଜବତ

ଦାରିଙ୍ଗବାଡି, ୨୩।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ ଓ ତାକୁ…

ଘର କାମ କରୁଥିଲେ ଶୋଭାରାଣୀ, ଲାଗିଲା କରେଣ୍ଟ୍‌: ଆଉ ତା’ପରେ..

ଖଇରା,୨୩।୬(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମହାତିପୁର ପଞ୍ଚାୟତ ଅଧୀନ ଚକ ଗ୍ରାମର ବୈକୁଣ୍ଠ ସାମଲ (୩୫)ଙ୍କ ପତ୍ନୀ ଶୋଭାରାଣୀ ମଙ୍ଗଳବାର ବିଦ୍ୟୁତ ସଂସ୍ପର୍ଶରେ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା: ଧାନବିକ୍ରି ଟୋକନ ଦାବିରେ ଗର୍ଜିଲେ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ)- ଖରିଫ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ହେଲେ ବରଗଡ଼ ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ରବିରେ ଅମଳ ଧାନ ବିକ୍ରି କରି ପାରି ନାହାଁନ୍ତି ।…

ପୁଣି ଘୁଞ୍ଚିଲା OTET ପରୀକ୍ଷା: ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୩।୬: ପୁଣି ଘୁଞ୍ଚିଲା OTET ପରୀକ୍ଷା। ଜୁନ୍‌ ୨୮ରେ ହେବାକୁ ଥିବା OTET ପରୀକ୍ଷା ତାରିଖ ଘୁଞ୍ଚାଯାଇଛି। ଜୁନ ୨୮ ବଦଳରେ ଜୁଲାଇ ୫ରେ ହେବ ପରୀକ୍ଷା।…

ଶିକ୍ଷକଙ୍କ ପାଇଁ ବଡ଼ ଖବର: ଏଣିକି TET ପାସ ବାଧ୍ୟତାମୂଳକ

ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି…

Video: ଇଣ୍ଟରନ୍ୟାଶନାଲ ଡେବ୍ୟୁରେ କେତେ ନମ୍ବର ଜର୍ସି ପିନ୍ଧିବେ ବୈଭବ? ଦେଖୁ ଦେଖୁ ଖୁସି ହୋଇଗଲେ ବେବି ବସ

ନୂଆଦିଲ୍ଲୀ,୨୩।୬: ଜୁନିଅର କ୍ରିକେଟ ସର୍କିଟରେ ଝଡ଼ ସୃଷ୍ଟି କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ। ବୈଭବ ମଙ୍ଗଳବାର ଭାରତୀୟ…

ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri