Posted inଜାତୀୟ

ମେହୁଲ ଚୋକସିଙ୍କୁ ଆଶ୍ୱସ୍ତି ନେଇ ସରକାରଙ୍କୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୪ : ଭାରତର ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଆଣ୍ଟିଗୁଆ-ବାରବୁଡା ହାଇକୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି। ଚୋକସିଙ୍କୁ ନିର୍ଦ୍ଦେଶ ବିନା କାରିବିଆନ ଦେଶରୁ ବାହାରକୁ ନିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ବର୍ତ୍ତମାନ କଂଗ୍ରେସ ଏନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ବିରୋଧୀ ଦଳ ଅଭିଯୋଗ କରିଛନ୍ତି, ସରକାରଙ୍କ ଅବହେଳା ଯୋଗୁଁ ଏହା ଘଟିଛି।

କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି, ବାରମ୍ବାର ଅବହେଳା ଦର୍ଶାଉଛି ଯେ ଏହା ଜାଣିଶୁଣି କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଣ୍ଟିଗୁଆ ଏବଂ ବାରବୁଡାର ଏକ କୋର୍ଟ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍କାମରେ ୧୩ ହଜାର କୋଟି ଟଙ୍କାର ହେରଫେର କରିଥିବା ଚୋକସିଙ୍କୁ ସେହି ଦେଶରୁ ବାହାରକୁ ନିଆଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସ ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେହୁଲ ଭାଇ ବହୁ ବର୍ଷ ଧରି ଆମ ବ୍ୟାଙ୍କରୁ ଲୁଟ ହୋଇଥିବା ଟଙ୍କା ନେଇ ବିଦେଶରେ ଉପଭୋଗ କରୁଛନ୍ତି। ପୂର୍ବରୁ ତାଙ୍କର ରେଡ କର୍ନର ନୋଟିସ ବାତିଲ କରାଯାଇଥିଲା। ବର୍ତ୍ତମାନ କୋର୍ଟଙ୍କର ଏହି ନିଷ୍ପତ୍ତି ଆସିଛି। ସରକାର ଚୋକସିଙ୍କ ସମର୍ଥନରେ ଏଭଳି କରୁଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଚୋକସିଙ୍କ ଆବେଦନକୁ ଆଧାର କରି ଲିୟନ-ମୁଖ୍ୟାଳୟ ଏଜେନ୍ସି ରେଡ କର୍ନର ଇଣ୍ଟରପୋଲ ଡାଟାବେସରୁ ତାଙ୍କ ନାମ ହଟାଇ ଦେଇଥିଲା। ଜଣେ ପଳାତକଙ୍କୁ ଖୋଜିବା ଏବଂ ସାମୟିକ ଭାବେ ଗିରଫ କରିବା ପାଇଁ ୧୯୫ ସଦସ୍ୟ ବିଶିଷ୍ଟ ଅନ୍ତର୍ଜାତୀୟ ପୋଲିସ ସହଯୋଗ ସଂଗଠନ ଇଣ୍ଟରପୋଲ ଦ୍ୱାରା ଜାରି କରାଯାଇଥିବା ଏକ ସର୍ବୋଚ୍ଚ ସ୍ତରର ସତର୍କ ସୂଚନା।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri