ରାଜକୁମାରୀ ଡାଏନାଙ୍କ ଉପରେ ନିର୍ମାଣ ହେବ ଫିଲ୍ମ: ନେଟଫ୍ଲିକ୍ସ ସହ ହେବ ଚୁକ୍ତି !

ଲଣ୍ଡନ,୬।୯: ପ୍ରିନ୍ସ ହ୍ୟାରି ଓ ତାଙ୍କ ସହଧର୍ମିଣୀ ମେଗନ ମାର୍କେଲ ରାଜକୁମାରୀ ଡାଏନାଙ୍କ ଜୀବନିକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି। ଏଥିପାଇଁ ନେଟଫ୍ଲିକ୍ସ ସହ କଥା ହେବାକୁ ସେମାନେ ପ୍ରସ୍ତୁତ ହୋଇ ସାରିଲେଣି। ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ରାଜକୁମାରୀ ଡାଏନାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି କୁହାଯାଉଛି। ଏଥିପାଇଁ ନେଟଫ୍ଲିକ୍ସ ସହ ୧୧୨ ମିଲିୟନ ପାଉଣ୍ଡର ଏକ ଡିଲ୍‌ ହେବ ବୋଲି ଶୁଣିବାକୁ ମିଳିଛି। ଚଳିତ ସପ୍ତାହରେ ଡ୍ୟୁକ ଓ ଡଚେସ ଷ୍ଟ୍ରିମିଂର ବଡ କମ୍ପାନୀ ନେଟଫ୍ଲିକ୍ସ ସହ ଏହାକୁ ନେଇ ଏକ ଚୁକ୍ତି କରାଯିବା କଥା କହିଛନ୍ତି। ଏହି ଫିଲ୍ମ ନିର୍ମାଣ ପାଇଁ ସେମାନେ ନେଟଫ୍ଲିକ୍ସ ମଞ୍ଚକୁ ବ୍ୟବହାର କରିବାକୁ ଚାହିଁଥିବା ଦର୍ଶାଇଛନ୍ତି।

ପ୍ରିନ୍ସ ହ୍ୟାରି ଓ ତାଙ୍କ ସହଧର୍ମିଣୀ ମେଗନ ମାର୍କେଲ ରାଜ ପରିବାରରୁ ଅଲଗା ହେବା ପରେ ଚଳିତ ବର୍ଷ ଜାନୁୟାରୀରେ ଏମିତି ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବାକୁ ସ୍ଥିର କରିଥିବା କୁହାଯାଏ। ଏମାନେ ନିଜେ ଏକ ପ୍ରଡକ୍ସନ କମ୍ପାନୀ ଆରମ୍ଭ କରିଥିବା ବେଳେ ସେଥିରେ ଡକ୍ୟୁମେଣ୍ଟାରୀ, ଫିଚର ଫିଲ୍ମ ଓ ପିଲାଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମାତ୍ର ୩୬ ବର୍ଷ ବୟସରେ ୧୯୯୭ରେ ଏକ କାର୍‌ ଦୁର୍ଘଟଣାରେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ହୋଇଥିଲା। ଏହି ଡକ୍ୟୁମେଣ୍ଟାରୀରେ ଡାଏନାଙ୍କ ଜୀବନୀ ତାଙ୍କ ଦ୍ୱାରା କରାଯାଇଥିବା କାମକୁ ଦେଖାଯିବ ବୋଲି କୁହାଯାଉଛି। ଯେମିତିକି ଡାଏନା ଏଡ୍‌ସ ପୀଡିତଙ୍କ ପାଇଁ କାମ କରି ଆସିଥିଲେ ଚର୍ଚ୍ଚାକୁ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri