Posted inଫୁରସତ

ତରଭୁଜ ଖଣ୍ଡରେ ବାଦ୍ୟ ବଜାଇ ସଙ୍ଗୀତ ଶୁଣାଉଛନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ନ ହୋଇ ଦେଖନ୍ତୁ ଏହି ଭିଡିଓ

ଏ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସଙ୍ଗୀତ ଯାହା କାନରେ ବାଜେ ସେ କିଛି ସମୟ ପାଇଁ ଉତ୍‌ଫୁଲିତ ହୋଇଉଠେ। ସାଧାରଣତଃ ବାଦ୍ୟଯନ୍ତ୍ର ସାହାଯ୍ୟରେ ଗୀତର ସ୍ବର ପଡ଼ିଥାଏ। ମାତ୍ର ଫଳରୁ କେବେ ସଙ୍ଗୀତ ଶୁଣିଛନ୍ତି? ମନକୁ ପ୍ରଶ୍ନ ଆସିବ ଫଳରୁ କେମିତି ସଙ୍ଗୀତ ଶୁଣିହେବ। ମାତ୍ର ଏହା ସତ ଅଟେ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ତରଭୁଜ ଏବଂ କିୱି ବ୍ୟବହାର କରି ଇଲେକ୍ଟ୍ରୋନିକ ମ୍ୟୁଜିକ୍‌ ବଜାଉଛନ୍ତି।

ଏହି ଭିଡିଓଟି ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପଶନ୍‌ ସହିତ ଟୁଇଟ୍‌ କରି ଲେଖିଛନ୍ତି ‘ବାଃ! ତରଭୁଜରୁ ସଙ୍ଗୀତର ଧୂନ୍‌ ’।

ଗୋଟିଏ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି କିଛି ତରଭୁଜ ଖଣ୍ଡରୁ ଜଣେ ବ୍ୟକ୍ତି ବସି ମ୍ୟୁଜିକ୍‌ ବଜାଉଛନ୍ତି। ଏହାକୁ ଏକ ଟେବୁଲ ଉପରେ ରଖାଯାଇଛି। କେବଳ ତରଭୁଜ ନୁହେଁ, ଟେବୁଲ ଉପରେ ଦୁଇଟି କିୱି ମଧ୍ୟ ଅଛି। ଯଦି ଭିଡିଓଟିକୁ ଭଲ ଭାବରେ ଦେଖିବେ ତେବେ ଏହି ଫଳ ଖଣ୍ଡରେ ଅନେକ ତାର ଯୋଡ଼ା ଯାଇଥିବା ଦେଖିବାକୁ ପାଇବେ। ଯାହାକୁ ଏକ ଧାତୁ ବୋର୍ଡ ସହିତ ସଂଲଗ୍ନ ହୋଇଛ। ବୋର୍ଡରେ ଏକ ଲାପଟପ୍‌ ଯୋଡ଼ାଯାଇଛି। ପୂରା ସେଟିଂରେ ପ୍ୟାଡେଲ ସହିତ ଏକ ଡ୍ରମ ମଧ୍ୟ ଅଛି।

ବ୍ୟକ୍ତି ଜଣକ ଏକ ସିନ୍ଥେସାଇଜର ଚାବି ପରି ତରଭୁଜ ବଜାଇବା କ୍ଷଣିକେ ଏକ ଇଲେକ୍ଟ୍ରିକ୍‌ ଶବ୍ଦ ଉତ୍ପାଦନ ହୋଇଥାଏ। କିଛି ସେକେଣ୍ଡ ପରେ, ସେହି ସଙ୍ଗୀତରେ ଡ୍ରମ ବଜାଇଥାନ୍ତି। ପରେ କ୍ୱିଓ୍ବିକୁ ମଧ୍ୟ ସଙ୍ଗୀତ ଶୁଣାଇବା ସମୟରେ ଅଙ୍ଗୁଳି ବ୍ୟକ୍ତିଜଣକ ଦବାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଆଦୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ହଜାର ହଜାର ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଏହି ଭିଡିଓକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର ମଧ୍ୟ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ ପାଇଁ ୮ ଫୁଟ୍‌ ଲମ୍ବ, ୧୬୦ କେଜିର ଛେଳି

ରାୟପୁର, ୩୧।୭: ଛତିଶଗଡ଼ ଦୁର୍ଗ ଜିଲାର ଏକ ଛେଳି ଏହାର ଅନନ୍ୟ କାରଣ ଲାଗି ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଛେଳିର ବିଶେଷତା କାହାକୁ...

ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର

ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍‌ ବିଷୟରେ ମା’ ଉଚିତ୍‌ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥାଏ। ମାତ୍ର...

ବର୍ଷକୁ ଦୁଇଥର ବଦଳିଥାଏ ଏହି ଦ୍ୱୀପର ମାଲିକାନା

ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍‌ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି...

୪ ଶାବକ ଜନ୍ମଦେଲା ‘ଜୀବଦା’

ଜୟପୁର: ସାଧାରଣତଃ ଚିତାବାଘ ଥରକରେ ୨ରୁ ୩ଟି ଛୁଆ ଜନ୍ମ ଦେଇଥାଏ। ହେଲେ ରାଜସ୍ଥାନର ପାଲି ଜିଲା ଅଧୀନ ଜଓ୍ବାଇ ବନ୍ଧ ଲିଓପାର୍ଡ କଞ୍ଜର୍ଭେଶନ ରିଜର୍ଭରେ...

ଜାଣନ୍ତି କାହିଁକି ରଖାଯାଇଛି ଟ୍ରାଫିକ୍‌ ସିଗ୍‌ନାଲରେ ୩ଟି ରଙ୍ଗ

ପୂର୍ବରୁ ଲୋକେ ରାସ୍ତାରେ ଚଳପ୍ରଚଳ କରିବାରେ କୌଣସି କଟକଣା ବା ନୀତି ନିୟମ ନ ଥିଲା। ଯିଏ ଯେମିତି ପାରୁଥିଲା ଯାଉଥିଲା। ଦିନକୁ ଦିନ ଦୁର୍ଘଟଣା...

ଶୁଆ ଖୋଜି ଆଣିଲେ ମିଳିବ ୧ ହଜାର

ଭୋପାଳ: ଅନେକ ଲୋକ ଘରେ ଗୃହପାଳିତ ପ୍ରାଣୀ ରଖିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି। ଏହା ଭିତରେ ଗୃହପାଳିତ...

ଜଳରେ କୌଶଳ

ଶରୀରର ନାନା କାର୍ଯ୍ୟକଳାପ ମଧ୍ୟରେ ସାମଞ୍ଜସ୍ୟ ରଖିବା ପାଇଁ ଯୋଗ ଓ ପ୍ରାଣାୟାମ ଖୁବ୍‌ ଉପକାରୀ। ତେବେ ଯୋଗାସନରେ ଶରୀର ସୁସ୍ଥ ରହେ। ନୀରୋଗ ରହିବାର...

ଦେଖିବାକୁ ଏତେ ହ୍ୟାଣ୍ଡସମ୍‌ ଯେ ଡେଟ୍‌ କରିବାକୁ ମନା କରୁଛନ୍ତି ଝିଅ

ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍‌ ବୋଲି ତାଙ୍କୁ...

Advertisement
Archives

Model This Week