Posted inଫୁରସତ

ତରଭୁଜ ଖଣ୍ଡରେ ବାଦ୍ୟ ବଜାଇ ସଙ୍ଗୀତ ଶୁଣାଉଛନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ନ ହୋଇ ଦେଖନ୍ତୁ ଏହି ଭିଡିଓ

ଏ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସଙ୍ଗୀତ ଯାହା କାନରେ ବାଜେ ସେ କିଛି ସମୟ ପାଇଁ ଉତ୍‌ଫୁଲିତ ହୋଇଉଠେ। ସାଧାରଣତଃ ବାଦ୍ୟଯନ୍ତ୍ର ସାହାଯ୍ୟରେ ଗୀତର ସ୍ବର ପଡ଼ିଥାଏ। ମାତ୍ର ଫଳରୁ କେବେ ସଙ୍ଗୀତ ଶୁଣିଛନ୍ତି? ମନକୁ ପ୍ରଶ୍ନ ଆସିବ ଫଳରୁ କେମିତି ସଙ୍ଗୀତ ଶୁଣିହେବ। ମାତ୍ର ଏହା ସତ ଅଟେ। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ତରଭୁଜ ଏବଂ କିୱି ବ୍ୟବହାର କରି ଇଲେକ୍ଟ୍ରୋନିକ ମ୍ୟୁଜିକ୍‌ ବଜାଉଛନ୍ତି।

ଏହି ଭିଡିଓଟି ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପଶନ୍‌ ସହିତ ଟୁଇଟ୍‌ କରି ଲେଖିଛନ୍ତି ‘ବାଃ! ତରଭୁଜରୁ ସଙ୍ଗୀତର ଧୂନ୍‌ ’।

ଗୋଟିଏ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି କିଛି ତରଭୁଜ ଖଣ୍ଡରୁ ଜଣେ ବ୍ୟକ୍ତି ବସି ମ୍ୟୁଜିକ୍‌ ବଜାଉଛନ୍ତି। ଏହାକୁ ଏକ ଟେବୁଲ ଉପରେ ରଖାଯାଇଛି। କେବଳ ତରଭୁଜ ନୁହେଁ, ଟେବୁଲ ଉପରେ ଦୁଇଟି କିୱି ମଧ୍ୟ ଅଛି। ଯଦି ଭିଡିଓଟିକୁ ଭଲ ଭାବରେ ଦେଖିବେ ତେବେ ଏହି ଫଳ ଖଣ୍ଡରେ ଅନେକ ତାର ଯୋଡ଼ା ଯାଇଥିବା ଦେଖିବାକୁ ପାଇବେ। ଯାହାକୁ ଏକ ଧାତୁ ବୋର୍ଡ ସହିତ ସଂଲଗ୍ନ ହୋଇଛ। ବୋର୍ଡରେ ଏକ ଲାପଟପ୍‌ ଯୋଡ଼ାଯାଇଛି। ପୂରା ସେଟିଂରେ ପ୍ୟାଡେଲ ସହିତ ଏକ ଡ୍ରମ ମଧ୍ୟ ଅଛି।

ବ୍ୟକ୍ତି ଜଣକ ଏକ ସିନ୍ଥେସାଇଜର ଚାବି ପରି ତରଭୁଜ ବଜାଇବା କ୍ଷଣିକେ ଏକ ଇଲେକ୍ଟ୍ରିକ୍‌ ଶବ୍ଦ ଉତ୍ପାଦନ ହୋଇଥାଏ। କିଛି ସେକେଣ୍ଡ ପରେ, ସେହି ସଙ୍ଗୀତରେ ଡ୍ରମ ବଜାଇଥାନ୍ତି। ପରେ କ୍ୱିଓ୍ବିକୁ ମଧ୍ୟ ସଙ୍ଗୀତ ଶୁଣାଇବା ସମୟରେ ଅଙ୍ଗୁଳି ବ୍ୟକ୍ତିଜଣକ ଦବାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଆଦୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ହଜାର ହଜାର ପ୍ରତିକ୍ରିୟା ମିଳିଛି। ଅନେକ ଲୋକ ଏହି ଭିଡିଓକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର ମଧ୍ୟ କରିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri