Posted inଭଦ୍ରକ

ପ୍ରତୀକ୍ଷାରେ କଟିଲାଣି ୪ ବର୍ଷ

ଆରଡ଼ି,୧୭।୧(ଡି.ଏନ.ଏ.)  ପ୍ରତି ଘରକୁ ବିନା ମୂଲ୍ୟରେ ପାନୀୟ ଜଳ ଯୋଗାଇ ଦିଆଯିବ। ଆଉ ଜଳକଷ୍ଟ ରହିବ ନାହିଁ। ଭୂତଳ ଜଳ ବି ଖର୍ଚ୍ଚ ହେବନି। ନଦୀ ପାଣିକୁ ବିଶୁଦ୍ଧ କରାଯାଇ ପାନୀୟ ଜଳରେ ପରିଣତ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୧୮ରେ ଭଦ୍ରକ ଜିଲା ଚାନ୍ଦବାଲିଠାରେ ଆରମ୍ଭ ହୋଇଥିଲା ମେଗା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। କେନ୍ଦ୍ରାପଡ଼ା ଜିଲା ରାଜକନିକା ନିକଟସ୍ଥ ଖରସ୍ରୋତା ନଦୀର ଜଳକୁ ଏହି ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ଯୋଗାଇବା ପାଇଁ ଭଦ୍ରକ ଜିଲା ଚାନ୍ଦବାଲି ସମେତ ତିହିଡ଼ି, ବାସୁଦେବପୁର ଓ ଧାମନଗର ବ୍ଲକ ଅଞ୍ଚଳରେ ପାଇପ୍‌ ବିଛାଯାଇଛି। ଠିକାଦାର ବଡ଼ରାସ୍ତା ସମେତ ଗଁା ରାସ୍ତାପାର୍ଶ୍ୱ ଖୋଳି ପାଇପ୍‌ ବିଛାଇଛନ୍ତି। କିଛି ସ୍ଥାନରେ ମଧ୍ୟ ଘରକୁ ପାଇପ୍‌ ସଂଯୋଗ କରାଯାଇଛି। ଠିକାଦାରମାନେ ଗଁା ଦାଣ୍ଡ ଖୋଳି ପରେ ମରାମତି କରୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ପାଇପ୍‌ ବିଛାଇବା ଲାଗି କଂକ୍ରିଟ ରାସ୍ତାକୁ ମଧ୍ୟ ଖୋଳି ଦିଆଯାଇଛି। ଏହାବ୍ୟତୀତ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ପାଣି ଟାଙ୍କି ନିର୍ମାଣ କରାଯାଉଛି। ମନ୍ଥର ଗତିରେ କାର୍ଯ୍ୟ ଚାଲୁଥିବାରୁ ଏହି ମେଗା ଜଳ ଯୋଗାଣ ପ୍ରକଳ୍ପ ବାଟବଣା ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ଲୋକେ ୪ ବର୍ଷ ହେଲା ଅପେକ୍ଷା କରି ରହିଛନ୍ତି। ତେବେ କୋଟି କୋଟି ଟଙ୍କା ବ୍ୟୟରେ ଏହି ମେଗା ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚାଲୁ ରହିଥିଲେ ବି ରାଜକନିକାବାସୀ ଅସନ୍ତୋଷ ବ୍ୟକ୍ତ କରି ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ବନ୍ଦ କରିବାକୁ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନେଇଛନ୍ତି।
ଏପଟେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେବାରୁ ଆରଡ଼ି ସମେତ ଆଖପାଖ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ମେଗା ପ୍ରକଳ୍ପ ନିର୍ମାଣ ଯୋଗୁ ଏସବୁ ଅଞ୍ଚଳରେ ଆଉ ନଳକୂପ ଖନନ ହେଉନାହିଁ। ଯେଉଁ ନଳକୂପ ପୂର୍ବରୁ ବସିଥିଲା, ଏବେ ଆଉ ସେଗୁଡ଼ିକ ମରାମତି ପାଇଁ ପଞ୍ଚାୟତ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଉ ନାହିଁ। ଏହା ସାଧାରଣରେ ଅସନ୍ତୋଷର କାରଣ ହୋଇଛି। ଆଉ କିଛିଦିନ ପରେ ଖରାଦିନ ଆସିବ। ନଳକୂପ ଉପରେ ନିର୍ଭର କରି ଚଳୁଥିବା ଗ୍ରାମବାସୀ ମେଗା ପ୍ରକଳ୍ପରୁ ପାଣି ପାଇବାର ଆଶା ରଖିଛନ୍ତି। ହେଲେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଚଳିତବର୍ଷ ପାନୀୟ ଜଳ ପାଇବା ଅସମ୍ଭବ ହୋଇପଡ଼ିଛି। ତେବେ ଆରଡ଼ି ଓ ଜିଲାର ଅନ୍ୟ ବ୍ଲକରେ ଜଳସଙ୍କଟ ଉତ୍କଟ ହେବାର ଆଶଙ୍କା ରହିଛି।
ସାମାଜିକ କର୍ମୀ ସୁରେଶ ସାହୁ କୁହନ୍ତି, ମେଗା ଜଳ ପ୍ରକଳ୍ପ ନିର୍ମାଣ ଶେଷ ହେବାକୁ ଆହୁରି ପ୍ରାୟ ଦୁଇବର୍ଷ ଲାଗିପାରେ। ସେପର୍ଯ୍ୟନ୍ତ ଜଳ ସଙ୍କଟକୁ ଉପଲବ୍ଧି କରି ନଳକୂପ ଖନନ କରାଯିବା ଆବଶ୍ୟକ। ଅନ୍ତତଃ ପକ୍ଷେ ନଳକୂପ ମରାମତି କାର୍ଯ୍ୟ ବନ୍ଦ କରିବା ଉଚିତ୍‌ ନୁହେଁ।
ଅର୍ଥ ମିଳିବାରେ ବିଳମ୍ବ ହେଉଥିବାରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନାହିଁ ବୋଲି ଠିକାଦାର ସୁଜିତ ନାୟକ କହିଛନ୍ତି। ଏ ସମ୍ପର୍କରେ ପ୍ରକଳ୍ପ ଯୋଜନା ଅଧିକାରୀ ସୁବାସ ସିଂଙ୍କୁ ପଚାରିବାରୁ ଯଥାସମ୍ଭବ ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯାଉଛି। ହେଲେ ଠିକାଦାରି ବ୍ୟବସ୍ଥାରେ ତ୍ରୁଟି ବିଳମ୍ବର କାରଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଦର୍ଶନପୁର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବାସୁଦେବପୁର,୧।୨: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁବନାନନ୍ଦ ମଲିକଙ୍କ ଶନିବାର ଭୋର ସମୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫...

ଜନ୍ମଦିନରେ ବାଣ୍ଟିଲେ ସାନିଟାଇଜର, ମାସ୍କ

ବନ୍ତ,୨ା୪(ଡି.ଏନ୍‌.ଏ.)-ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଆତଙ୍କିତ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଭଦ୍ରକ ଜିଲା ବନ୍ତ ବ୍ଲକ...

ବାଧୁଛି କଟ୍‌ନୀ ଛଟ୍‌ନୀ

ଭଦ୍ରକ ଅଫିସ,୨।୧- ଭଦ୍ରକ ଜିଲାରେ ଚଳିତବର୍ଷ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ଧାନ ଅମଳ ହୋଇଛି। ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବା ବେଳେ...

ବିନା ଟେଷ୍ଟରେ ଘରକୁ ଫେରିଲେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ

ଆରଡି,୨୬ା୫(ଡି.ଏନ.ଏ.)-ସଙ୍ଗରୋଧ ନିୟମ କୋହଳ ପରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥବା ଅନ୍ତେବାସୀ ବିନା କରୋନା ଟେଷ୍ଟରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲା ଆରଡି ଅଞ୍ଚଳରେ ଏହି ଘଟଣା...

ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି...

ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ...

ଯାଞ୍ଚ ହେବ ୧୧୦ ଦିବ୍ୟାଙ୍ଗଙ୍କ ପ୍ରମାଣପତ୍ର

ଭଦ୍ରକ ଅଫିସ, ୧୭।୧: ଭଦ୍ରକ ସ୍ବୟଂଶାସିତ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟରେ ପାଠପଢ଼ା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ...

ଭଦ୍ରକ ଜିଲାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା, କଟକଣା ଜାରିକଲା ପ୍ରଶାସନ

ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ପୁଣି ଥରେ ଗୋଟିଏ ଦିନରେ ୫ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍‌...

Advertisement
Archives

Model This Week