ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ ଅବସ୍ଥିତ ରିୟୁନିୟନ ଆୟର୍ଲାଣ୍ଡରେ ସାଟେଲାଇଟ ଟ୍ୟାଗ୍‌ ଖଞ୍ଜା ଯାଇଥିବା ୱିମେଲ୍‌ ପକ୍ଷୀ ‘ମର୍ଲିନ୍‌’ ଓଡ଼ିଶାର ଋଷିକୁଲ୍ୟା ମୁହାଣରେ ଗୁରୁବାର ଠାବ କରାଯାଇଛି। ଏହି ପକ୍ଷୀ ଗଞ୍ଜାମ ସହରରେ ଥିବା ପୋତାଗଡ଼ ଦୁର୍ଗ ନିକଟ ଋଷିକୁଲ୍ୟା ନଦୀ ପୀଠରେ ଦଳ ଦଳ ହୋଇ ରହୁଥିବା ଦେଖିବାକୁ ମିଳିଛି। ବିଶେଷକରି ଶୀତଦିନେ ପ୍ରବଳ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ବରଫାଚ୍ଛନ୍ନ ଅଞ୍ଚଳଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ହ୍ରଦ ଓ ନଦୀଗୁଡ଼ିକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ପରେ ଫେବୃଆରୀରେ ଉତ୍ତାପ ବୃଦ୍ଧି ପାଇଲା ପରେ ସେହି ପକ୍ଷୀମାନେ ପୁଣି ଫେରି ଯାଇଥାନ୍ତି ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ସେହି ପକ୍ଷୀମାନଙ୍କ ପରିବେଶ ଏବଂ ସଂରକ୍ଷଣ ଉପରେ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଫେସର ଏଲ୍‌ଆଇଏମ୍‌ଆଇଓ ପ୍ରୋଜେକ୍ଟ କାର୍ଯ୍ୟ କରିଆସୁଛି।

ରିୟୁନିୟନ ଆଇଲାଣ୍ଡରେ ମର୍ଲିନଙ୍କ ଶୀତକାଳୀନ ଅବସ୍ଥାନ ସମୟରେ ଉକ୍ତ ପକ୍ଷୀର ଶରୀରରେ ଗତ ମାର୍ଚ୍ଚ ୭ ତାରିଖରେ ଜିପିଏସ୍‌ ଟ୍ୟାଗ୍‌ ଖଞ୍ଜାଯାଇଥିଲା। ସେଠାରୁ ସେ ମାର୍ଚ୍ଚ ୨୨ରେ ନିକଟସ୍ଥ ମରିସସ୍‌ ଯାଇ ଏପ୍ରିଲ୍‌ ୧୩ ପର୍ଯ୍ୟନ୍ତ ରହିଥିଲା। ପରେ ଉତ୍ତର ଦିଗକୁ ଗତି କରି ସୋକୋଟ୍ରାରେ ୩ ସପ୍ତାହ ପର୍ଯ୍ୟନ୍ତ ରହିଥିଲା। ସେଠାରୁ ପାକିସ୍ତାନର ଇଣ୍ଡସ୍‌ ନଦୀ ଉପତ୍ୟକାରେ ଦେଖାଯାଇଥିଲା। ଗତ ୧୭ ତାରିଖରେ ମର୍ଲିନକୁ ମଧ୍ୟପ୍ରଦେଶର ବାଲାଘାଟରେ ପ୍ରଥମେ ଦେଖିବାକୁ ମିଳିଥିଲା। ପରେ ମେ ୨୦ତାରିଖରେ ଛତିଶଗଡ଼ରେ ପକ୍ଷୀ ଅନୁସନ୍ଧାନକାରୀ ମର୍ଲିନକୁ ଠାବ କରିଥିଲେ। ୪୮ଡିଗ୍ରୀ ତାପମାତ୍ରାରେ ଉତ୍ତର ଜିଲାଇର ଏକ ଛୋଟ ପୋଖରୀ ନିକଟରେ ଦିନ ସମୟରେ ମର୍ଲିନକୁ ଦେଖିବାକୁ ମିଳିଥିଲା। ମେ’ ୨୨ରେ ସେହି ପକ୍ଷୀ ଓଡ଼ିଶାର ରୁଷିକୁଲ୍ୟା ମୁହାଣରେ ରହିଥିବା ସାଟେଲାଇଟ ଜରିଆରେ ଜଣାପଡ଼ିବା ପରେ ବାର୍ଡୱାଚର ପଞ୍ଚମୀମାନୁ ଇକିଲ୍‌ ସ୍ଥାନୀୟ ପରିବେଶ ସଂରକ୍ଷଣକାରୀ ରବୀନ୍ଦ୍ରନାଥ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଗୁରୁବାର ଋଷିକୁଲ୍ୟା ନଦୀ ମଧ୍ୟରେ ଉକ୍ତ ପକ୍ଷୀଟିକୁ ଠାବ କରାଯାଇଥିଲା। ତା’ର ଗୋଡ଼ରେ ୨ଟି ସାଟେଲାଇଟ ଟ୍ୟାଗ ଲାଗିଥିବା ବେଳେ ପିଠିରେ ସାଟେଲାଇଟ ଟ୍ରାନ୍ସମିଶନ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି। ଜୈବବିବିଧତା ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ଫ୍ରେଞ୍ଚର ମର୍ଲିନ ସ୍ଥାନାନ୍ତରଣ ଏନ୍‌ଆଇଏମ୍‌ଓଆଇଓ ଜରିଆରେ ମର୍ଲିନ ଉପରେ ବିଶେଷ ଅଧ୍ୟୟନ କରାଯାଇଛି। ଏହି ଆବିଷ୍କାର ହେଉଛି ଏକ ଅନ୍ତର୍ଜାତୀୟ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ: ‘କିଷାନ ସମ୍ମାନ ନିଧି ଯୋଜନା’ର କିସ୍ତି ଟଙ୍କା ବଣ୍ଟନ ଉତ୍ସବରେ ଦେବେ ଯୋଗ

ବରଗଡ଼,୧୭ା୬(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହେବ। ଏହି କ୍ରମରେ ବରଗଡ଼ରେ ହେବାକୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା...

ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ...

ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍‌

ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri