ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀଙ୍କ ସମାଗମ

ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ମୁହାଣଠାରେ ଗତ କିଛିଦିନ ହେବ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି। ଭାରତ ମହାସାଗର ଦକ୍ଷିଣରେ ଅବସ୍ଥିତ ରିୟୁନିୟନ ଆୟର୍ଲାଣ୍ଡରେ ସାଟେଲାଇଟ ଟ୍ୟାଗ୍‌ ଖଞ୍ଜା ଯାଇଥିବା ୱିମେଲ୍‌ ପକ୍ଷୀ ‘ମର୍ଲିନ୍‌’ ଓଡ଼ିଶାର ଋଷିକୁଲ୍ୟା ମୁହାଣରେ ଗୁରୁବାର ଠାବ କରାଯାଇଛି। ଏହି ପକ୍ଷୀ ଗଞ୍ଜାମ ସହରରେ ଥିବା ପୋତାଗଡ଼ ଦୁର୍ଗ ନିକଟ ଋଷିକୁଲ୍ୟା ନଦୀ ପୀଠରେ ଦଳ ଦଳ ହୋଇ ରହୁଥିବା ଦେଖିବାକୁ ମିଳିଛି। ବିଶେଷକରି ଶୀତଦିନେ ପ୍ରବଳ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ବରଫାଚ୍ଛନ୍ନ ଅଞ୍ଚଳଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ହ୍ରଦ ଓ ନଦୀଗୁଡ଼ିକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ପରେ ଫେବୃଆରୀରେ ଉତ୍ତାପ ବୃଦ୍ଧି ପାଇଲା ପରେ ସେହି ପକ୍ଷୀମାନେ ପୁଣି ଫେରି ଯାଇଥାନ୍ତି ବୋଲି ପରିବେଶବିତମାନେ ମତ ଦେଇଛନ୍ତି। ସେହି ପକ୍ଷୀମାନଙ୍କ ପରିବେଶ ଏବଂ ସଂରକ୍ଷଣ ଉପରେ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଫେସର ଏଲ୍‌ଆଇଏମ୍‌ଆଇଓ ପ୍ରୋଜେକ୍ଟ କାର୍ଯ୍ୟ କରିଆସୁଛି।

ରିୟୁନିୟନ ଆଇଲାଣ୍ଡରେ ମର୍ଲିନଙ୍କ ଶୀତକାଳୀନ ଅବସ୍ଥାନ ସମୟରେ ଉକ୍ତ ପକ୍ଷୀର ଶରୀରରେ ଗତ ମାର୍ଚ୍ଚ ୭ ତାରିଖରେ ଜିପିଏସ୍‌ ଟ୍ୟାଗ୍‌ ଖଞ୍ଜାଯାଇଥିଲା। ସେଠାରୁ ସେ ମାର୍ଚ୍ଚ ୨୨ରେ ନିକଟସ୍ଥ ମରିସସ୍‌ ଯାଇ ଏପ୍ରିଲ୍‌ ୧୩ ପର୍ଯ୍ୟନ୍ତ ରହିଥିଲା। ପରେ ଉତ୍ତର ଦିଗକୁ ଗତି କରି ସୋକୋଟ୍ରାରେ ୩ ସପ୍ତାହ ପର୍ଯ୍ୟନ୍ତ ରହିଥିଲା। ସେଠାରୁ ପାକିସ୍ତାନର ଇଣ୍ଡସ୍‌ ନଦୀ ଉପତ୍ୟକାରେ ଦେଖାଯାଇଥିଲା। ଗତ ୧୭ ତାରିଖରେ ମର୍ଲିନକୁ ମଧ୍ୟପ୍ରଦେଶର ବାଲାଘାଟରେ ପ୍ରଥମେ ଦେଖିବାକୁ ମିଳିଥିଲା। ପରେ ମେ ୨୦ତାରିଖରେ ଛତିଶଗଡ଼ରେ ପକ୍ଷୀ ଅନୁସନ୍ଧାନକାରୀ ମର୍ଲିନକୁ ଠାବ କରିଥିଲେ। ୪୮ଡିଗ୍ରୀ ତାପମାତ୍ରାରେ ଉତ୍ତର ଜିଲାଇର ଏକ ଛୋଟ ପୋଖରୀ ନିକଟରେ ଦିନ ସମୟରେ ମର୍ଲିନକୁ ଦେଖିବାକୁ ମିଳିଥିଲା। ମେ’ ୨୨ରେ ସେହି ପକ୍ଷୀ ଓଡ଼ିଶାର ରୁଷିକୁଲ୍ୟା ମୁହାଣରେ ରହିଥିବା ସାଟେଲାଇଟ ଜରିଆରେ ଜଣାପଡ଼ିବା ପରେ ବାର୍ଡୱାଚର ପଞ୍ଚମୀମାନୁ ଇକିଲ୍‌ ସ୍ଥାନୀୟ ପରିବେଶ ସଂରକ୍ଷଣକାରୀ ରବୀନ୍ଦ୍ରନାଥ ସାହୁଙ୍କୁ ଯୋଗାଯୋଗ କରିଥିଲେ। ଗୁରୁବାର ଋଷିକୁଲ୍ୟା ନଦୀ ମଧ୍ୟରେ ଉକ୍ତ ପକ୍ଷୀଟିକୁ ଠାବ କରାଯାଇଥିଲା। ତା’ର ଗୋଡ଼ରେ ୨ଟି ସାଟେଲାଇଟ ଟ୍ୟାଗ ଲାଗିଥିବା ବେଳେ ପିଠିରେ ସାଟେଲାଇଟ ଟ୍ରାନ୍ସମିଶନ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି। ଜୈବବିବିଧତା ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ଫ୍ରେଞ୍ଚର ମର୍ଲିନ ସ୍ଥାନାନ୍ତରଣ ଏନ୍‌ଆଇଏମ୍‌ଓଆଇଓ ଜରିଆରେ ମର୍ଲିନ ଉପରେ ବିଶେଷ ଅଧ୍ୟୟନ କରାଯାଇଛି। ଏହି ଆବିଷ୍କାର ହେଉଛି ଏକ ଅନ୍ତର୍ଜାତୀୟ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?