Posted inଖେଳ

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌କୁ ଫ୍ୟାନ୍‌ମାନେ କୋଲକାତାର ମେଣ୍ଟର ଗୌତମ ଗମ୍ଭୀର ଓ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ମଧ୍ୟରେ ଲଢ଼େଇ ବୋଲି ବିବେଚନା କରିଛନ୍ତି। ଏହା ପୂର୍ବରୁ ପ୍ରଥମ କ୍ୱାଲିଫାୟରରେ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲରେ ଆଉ ଥରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ନିଜର ଦ୍ୱିତୀୟ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ଅଧୀନରେ ଖେଳିବ ସନରାଇଜର୍ସ । ସେହିପରି ଚେନ୍ନାଇର ଗ୍ରାଉଣ୍ଡ ଓ ପରିବେଶ ମଧ୍ୟ କୋଲକାତାକୁ ଅଧିକ ସୁହାଇବ। ଦଳ ନିକଟରେ କ୍ୱାଲିଟି ସ୍ପିନ ବୋଲର ରହିଥିବା ବେଳେ ଏହା ଦଳକୁ ଫାଇଦାରେ ରଖିବ।

ଉଭୟ ଦଳ ଚଳିତ ଟୁର୍ନାମେଣ୍ଟରେ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର କ୍ରିକେଟ ଖେଳିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଖାସ୍‌କରି ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି। ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଉଭୟ ଖେଳାଳି ଅଧିକାଂଶ ମ୍ୟାଚରେ ହାଇଦ୍ରାବାଦକୁ ଭଲ ଆରମ୍ଭ ଦେଇଛନ୍ତି। ଏହା ସହ ହେନ୍‌ରିଚ୍‌ କ୍ଲାସେନ୍‌ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ୩ ଖେଳାଳିଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ଖେଳାଳିଙ୍କ ନିକଟରୁ ଉପଯୋଗୀ ଅବଦାନ ମିଳି ପାରି ନାହିଁ। ବଡ ମ୍ୟାଚ୍‌ରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ରାହୁଲ ତ୍ରିପାଠୀ ଅନ୍ତିମ ଦୁଇ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି।

ଅନ୍ୟ ପକ୍ଷରେ କୋଲକାତା ନାଇଟ ରାଇଡର୍ସ ୪୩୫ ରନ୍‌ ସଂଗ୍ରହ କରିଥିବା ଫିଲ୍‌ ସଲ୍ଟଙ୍କ ଅଭାବ ଅନୁଭବ କରିବ। ଚେପକ୍‌ର ଧିମା ଟ୍ରାକ୍‌ରେ ସଲ୍ଟଙ୍କ ଉପସ୍ଥିତି ଦଳକୁ ଫାଇଦା ପ୍ରଦାନ କରିଥାଏ। ଦଳ ପକ୍ଷରୁ ସୁନୀଲ ନାରିନ୍‌(୪୬୧ ରନ୍‌) ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଆନ୍ଦ୍ରେ ରସେଲ୍‌ ଉପଯୋଗୀ ରନ୍‌ କରିଥିବା ବେଳେ ରିଙ୍କୁ ସିଂଙ୍କ ପାଇଁ ଚଳିତ ସିଜନ ସମ୍ପୂର୍ଣ୍ଣ ଅଫ୍‌ ରହିଛି। ଅଧିନାୟକ ଶ୍ରେୟସ୍‌ ଆୟର କ୍ୱାଲିଫାୟର-୧ରେ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଛନ୍ତି। ବୋଲିଂରେ ନାରିନଙ୍କ ସହ ବରୁନ୍‌ ଚକ୍ରବର୍ତ୍ତୀ, ବୈଭବ ଅରୋରା ଓ ଆନ୍ଦ୍ରେ ରସେଲ ରହିଛନ୍ତି। ଅନ୍ୟ ପକ୍ଷରେ ସନରାଇଜର୍ସ ନିକଟରେ ପ୍ରମୁଖ ସମସ୍ୟା ଏହାର ସ୍ପିନ୍‌ ବୋଲିଂ ରହିଛି।

ତେବେ କ୍ୱାଲିଫାୟର-୨ରେ ଶାହବାଜ ଅହମଦ ଓ ଅଭିଷେକ ଶର୍ମା ଯେଉଁଭଳି ଭାବରେ ବୋଲିଂ କଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଅନ୍ୟ ପକ୍ଷରେ କେକେଆର୍‌ ନିକଟରେ ରହିଥିବା ବୋଲିଂ ବିବିଧତା ଏହାକୁ ଫେଭରିଟ୍‌ କରିବ। ବରୁନ୍‌ ଚକ୍ରବର୍ତ୍ତୀ ୨୦ ଓ ସୁନୀଲ ନାରିନ୍‌ ୧୬ ଉଇକେଟ ନେଇଛନ୍ତି। ଯୁବ ଭାରତୀୟ ଅନକ୍ୟାପ୍‌ଡ ବୋଲର ହର୍ଷିତ ରାଣା ୧୭ ଉଇକେଟ ନେଇ ପ୍ରଭାବୀ ରହିଛନ୍ତି। ଚେପକ୍‌ରେ ୨୦୧୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ କୋଲକାତାକୁ ପ୍ରଥମ ଟାଇଟଲ୍‌ ଜିତାଇବାରେ ସାହାଯ୍ୟ କରିଥିଲେ ଗମ୍ଭୀର। ଏହା ଗମ୍ଭୀରଙ୍କ ନେତୃତ୍ୱ ନେବାର ଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ଦୌଡ଼ରେ ଆଗୁଆ ରହିଥିବା ଜଣାପଡିଛି। ଟାଇଟଲ ଜିତିବା ଦ୍ୱାରା ଭାରତୀୟ ଡ୍ରେସିଂ ରୁମ୍‌ରେ ଗମ୍ଭୀରଙ୍କ ଉପସ୍ଥିତି ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?