Posted inଖେଳ

ଆଇପିଏଲ୍‌ ୨୦୨୪: ଆଜି କୋଲକାତା-ସନରାଇଜର୍ସ ଫାଇନାଲ

ଚେନ୍ନାଇ,୨୫ା୫(ପି.ଟି): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ ତମ ସଂସ୍କରଣର ଫାଇନାଲ ରବିବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌କୁ ଫ୍ୟାନ୍‌ମାନେ କୋଲକାତାର ମେଣ୍ଟର ଗୌତମ ଗମ୍ଭୀର ଓ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ମଧ୍ୟରେ ଲଢ଼େଇ ବୋଲି ବିବେଚନା କରିଛନ୍ତି। ଏହା ପୂର୍ବରୁ ପ୍ରଥମ କ୍ୱାଲିଫାୟରରେ କୋଲକାତା ବିଜୟୀ ହୋଇଥିବା ବେଳେ ଫାଇନାଲରେ ଆଉ ଥରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ନିଜର ଦ୍ୱିତୀୟ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟୀ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ଅଧୀନରେ ଖେଳିବ ସନରାଇଜର୍ସ । ସେହିପରି ଚେନ୍ନାଇର ଗ୍ରାଉଣ୍ଡ ଓ ପରିବେଶ ମଧ୍ୟ କୋଲକାତାକୁ ଅଧିକ ସୁହାଇବ। ଦଳ ନିକଟରେ କ୍ୱାଲିଟି ସ୍ପିନ ବୋଲର ରହିଥିବା ବେଳେ ଏହା ଦଳକୁ ଫାଇଦାରେ ରଖିବ।

ଉଭୟ ଦଳ ଚଳିତ ଟୁର୍ନାମେଣ୍ଟରେ ଆକ୍ରମଣାତ୍ମକ ବ୍ରାଣ୍ଡ୍‌ର କ୍ରିକେଟ ଖେଳିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଖାସ୍‌କରି ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂଆ ଟ୍ରେଣ୍ଡ୍‌ ସେଟ୍‌ କରିଛି। ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ୍‌ ହେଡ୍‌ ଚମତ୍କାର ଫର୍ମରେ ରହିଛନ୍ତି। ଉଭୟ ଖେଳାଳି ଅଧିକାଂଶ ମ୍ୟାଚରେ ହାଇଦ୍ରାବାଦକୁ ଭଲ ଆରମ୍ଭ ଦେଇଛନ୍ତି। ଏହା ସହ ହେନ୍‌ରିଚ୍‌ କ୍ଲାସେନ୍‌ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ୩ ଖେଳାଳିଙ୍କୁ ବାଦ୍‌ଦେଲେ ଅନ୍ୟ କୌଣସି ଖେଳାଳିଙ୍କ ନିକଟରୁ ଉପଯୋଗୀ ଅବଦାନ ମିଳି ପାରି ନାହିଁ। ବଡ ମ୍ୟାଚ୍‌ରେ ଏହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ତେବେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିବା ରାହୁଲ ତ୍ରିପାଠୀ ଅନ୍ତିମ ଦୁଇ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି।

ଅନ୍ୟ ପକ୍ଷରେ କୋଲକାତା ନାଇଟ ରାଇଡର୍ସ ୪୩୫ ରନ୍‌ ସଂଗ୍ରହ କରିଥିବା ଫିଲ୍‌ ସଲ୍ଟଙ୍କ ଅଭାବ ଅନୁଭବ କରିବ। ଚେପକ୍‌ର ଧିମା ଟ୍ରାକ୍‌ରେ ସଲ୍ଟଙ୍କ ଉପସ୍ଥିତି ଦଳକୁ ଫାଇଦା ପ୍ରଦାନ କରିଥାଏ। ଦଳ ପକ୍ଷରୁ ସୁନୀଲ ନାରିନ୍‌(୪୬୧ ରନ୍‌) ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଆନ୍ଦ୍ରେ ରସେଲ୍‌ ଉପଯୋଗୀ ରନ୍‌ କରିଥିବା ବେଳେ ରିଙ୍କୁ ସିଂଙ୍କ ପାଇଁ ଚଳିତ ସିଜନ ସମ୍ପୂର୍ଣ୍ଣ ଅଫ୍‌ ରହିଛି। ଅଧିନାୟକ ଶ୍ରେୟସ୍‌ ଆୟର କ୍ୱାଲିଫାୟର-୧ରେ ଅର୍ଦ୍ଧଶତକ ସହ ଫର୍ମକୁ ଫେରିଛନ୍ତି। ବୋଲିଂରେ ନାରିନଙ୍କ ସହ ବରୁନ୍‌ ଚକ୍ରବର୍ତ୍ତୀ, ବୈଭବ ଅରୋରା ଓ ଆନ୍ଦ୍ରେ ରସେଲ ରହିଛନ୍ତି। ଅନ୍ୟ ପକ୍ଷରେ ସନରାଇଜର୍ସ ନିକଟରେ ପ୍ରମୁଖ ସମସ୍ୟା ଏହାର ସ୍ପିନ୍‌ ବୋଲିଂ ରହିଛି।

ତେବେ କ୍ୱାଲିଫାୟର-୨ରେ ଶାହବାଜ ଅହମଦ ଓ ଅଭିଷେକ ଶର୍ମା ଯେଉଁଭଳି ଭାବରେ ବୋଲିଂ କଲେ ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଅନ୍ୟ ପକ୍ଷରେ କେକେଆର୍‌ ନିକଟରେ ରହିଥିବା ବୋଲିଂ ବିବିଧତା ଏହାକୁ ଫେଭରିଟ୍‌ କରିବ। ବରୁନ୍‌ ଚକ୍ରବର୍ତ୍ତୀ ୨୦ ଓ ସୁନୀଲ ନାରିନ୍‌ ୧୬ ଉଇକେଟ ନେଇଛନ୍ତି। ଯୁବ ଭାରତୀୟ ଅନକ୍ୟାପ୍‌ଡ ବୋଲର ହର୍ଷିତ ରାଣା ୧୭ ଉଇକେଟ ନେଇ ପ୍ରଭାବୀ ରହିଛନ୍ତି। ଚେପକ୍‌ରେ ୨୦୧୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ କୋଲକାତାକୁ ପ୍ରଥମ ଟାଇଟଲ୍‌ ଜିତାଇବାରେ ସାହାଯ୍ୟ କରିଥିଲେ ଗମ୍ଭୀର। ଏହା ଗମ୍ଭୀରଙ୍କ ନେତୃତ୍ୱ ନେବାର ଦକ୍ଷତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେବା ଦୌଡ଼ରେ ଆଗୁଆ ରହିଥିବା ଜଣାପଡିଛି। ଟାଇଟଲ ଜିତିବା ଦ୍ୱାରା ଭାରତୀୟ ଡ୍ରେସିଂ ରୁମ୍‌ରେ ଗମ୍ଭୀରଙ୍କ ଉପସ୍ଥିତି ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫିରେ ପିସିବିର ୮୬୯ କୋଟି ଟଙ୍କା କ୍ଷତି, ଖେଳାଇଲଙ୍କ ପାଇଁ ୫ ଷ୍ଟାର ହୋଟେଲ ମନା: ରିପୋର୍ଟ

ନୂଆଦିଲ୍ଲୀ,୧୭।୩: ପାକିସ୍ତାନରେ କ୍ରିକେଟ୍ ପରିସ୍ଥିତି ପୂର୍ବରୁ ବିଶୃଙ୍ଖଳିତ ଥିଲା, ଯେତେବେଳେ କି ପୁରୁଷ ଜାତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ସକାରାତ୍ମକ ଫଳାଫଳ ପାଇବା ପାଇଁ ସଂଘର୍ଷ...

ସେମିଫାଇନାଲ୍‌ ହାରିବା ଦୁଃଖ ଭୁଲିପାରୁନାହାନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ: ଏହି କଥା ପାଇଁ ମୋଦିଙ୍କୁ ଦେଲେ ଧନ୍ୟବାଦ୍‌

ନୂଆଦିଲ୍ଲୀ,୧୭।୩:ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ରବିବାର ଦିନ ପାଞ୍ଚ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି...

Watch Video: ଛୁଟି ମନାଇ ଫେରୁଥିଲେ ରୋହିତ, ବିମାନବନ୍ଦରରେ ହଠାତ୍‌ ରାଗିଯାଇ କଲେ ଏମିତି… ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୭।୩: ଆଇପିଏଲ ୨୦୨୫ ଆରମ୍ଭ ହେବାର କିଛି ଦିନ ପୂର୍ବରୁ, ରୋହିତ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ପାପାରାଜିଙ୍କ ଉପରେ ରାଗିଥିବାର...

IPL 2025 ପୂର୍ବରୁ ବଦଳିଲା ଏହି ନିୟମ: ଜାଣନ୍ତୁ ଏହା ପୂର୍ବ ସିଜିନ୍‌ଠାରୁ କ’ଣ ଭିନ୍ନ

ଇଡେନ ଗାର୍ଡେନ,୧୭।୩: ଆଇପିଏଲ ୨୦୨୫ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ ଇଡେନ ଗାର୍ଡେନରେ କେକେଆର୍‌ ଓ ଆରସିବି ମଧ୍ୟରେ ଖେଳାଯିବ।...

IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ବଡ଼ ଗୁମର ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଏବଂ ସମ୍ପ୍ରତି ଚାମ୍ପିଅନ୍ସ ଟ୍ରଫି ବିଜେତା ହାର୍ଦ୍ଦିକ ପାଣ୍ଡ୍ୟା IPL ୨୦୨୫ରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ...

IPLରେ ଏହି ବୋଲରଙ୍କୁ ଅଧିକ ଡରନ୍ତି କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୭।୩: ବିରାଟ କୋହଲିଙ୍କ ନାମ କ୍ରିକେଟ ଜଗତର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ଆଗରେ ସର୍ବୋତ୍ତମ ବୋଲରମାନେ ମଧ୍ୟ ଫିକା ଦେଖାଯାଆନ୍ତି, କିନ୍ତୁ ଆଇପିଏଲ...

୬ ବର୍ଷ ପରେ ନିଜ ଭୁଲ୍‌ ମାନିଲେ ଧୋନୀ: କହିଲେ, ଏମିତି କରିବାର ନ ଥିଲା

ନୂଆଦିଲ୍ଲୀ,୧୭।୩: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆରେ ତାଙ୍କର ଶାନ୍ତ ସୱଭାବ ପାଇଁ ଜଣାଶୁଣା। ତାଙ୍କର ପ୍ରଶଂସକମାନେ ତାଙ୍କର ଏହି ଶୈଳୀକୁ ପସନ୍ଦ...

ହଠାତ୍‌ କ୍ରିକେଟ୍‌ ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର୍‌: ପାଗ ସାଜିଲା କାଳ

ଆଡିଲେଡ,୧୭।୩: ଦକ୍ଷିଣ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏକ କ୍ଲବ କ୍ରିକେଟ ମ୍ୟାଚ ସମୟରେ ଅତ୍ୟଧିକ ଗରମ ଯୋଗୁ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଜୁନୈଦ ଜାଫର ତଳେ ପଡ଼ିଯାଇଥିଲେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri