ପ୍ରସନ୍ନଙ୍କ ଘରେ ବିଜେଡି ନେତାଙ୍କ ବୈଠକ: ବିଜେଡିରେ ବଡ଼ ହଲଚଲ

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକକୁ ନେଇ ରାଜନୀତି ଜୋର୍‌ ଧରିଛି। ପୂର୍ବତନ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂହ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ବୈଠକରେ ସାମିଲ ଥିଲେ। ତେବେ ବରିଷ୍ଠ ନେତାମାନଙ୍କ ଏହି ମେଳିକୁ ନେଇ ବିଜେଡି ଭିତରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭୂପିନ୍ଦର ସିଂହ କହିଛନ୍ତି, ପ୍ରସନ୍ନ ଆଚାର୍ଯ୍ୟଙ୍କ ଦେହ ଖରାପ ଥିବା ଖବର ପାଇଥିଲେ। ପ୍ରସନ୍ନଙ୍କ ନିର୍ବାଚନମଣ୍ଡଳୀରୁ ମଧ୍ୟ ସେହି ଖବର ଆସିଥିଲା। ତେଣୁ ଏକ ସୌଜନ୍ୟମୂଳକ ସାକ୍ଷାତ ଲାଗି ଚାଲି ଆସିଥିଲେ। ଏହା କିଛି ରୁଦ୍ଧଦ୍ୱାର ବୈଠକ ନୁହେଁ। ଯେତେବେଳେ ଯେଉଁଠାରେ ବସିଲେ ବି ସଙ୍ଗଠନ ସମ୍ପର୍କରେ ହିଁ ଆଲୋଚନା କରିବେ। ଏହାଛଡ଼ା କିଛି ଅନ୍ୟ କାମ ସେମାନଙ୍କର କ’ଣ ରହିଛି। ନିଜ ଅନୁଷ୍ଠାନକୁ ମଜଭୁତ କରିବା ଏବଂ କେଉଁଠି ତ୍ରୁଟି ସବୁ ରହିଯାଇଛି ତାକୁ ସୁଧାରି ଆଗକୁ ବଢ଼ିବା ଲାଗି ଏକାଠି ହେଉଛନ୍ତି। ହେଲେ ଆଜିର ବୈଠକ କେବଳ ସୌଜନ୍ୟମୂଳକ ଥିଲା, ଏଥିରେ ଆଉ କିଛି ନ ଥିଲା। ଏବେ ଧୈର୍ଯ୍ୟ ରଖିବାର ଆବଶ୍ୟକତା ଅଛି। ବରିଷ୍ଠମାନେ ଚିନ୍ତା କରୁଛୁ କନିଷ୍ଠମାନଙ୍କ ମଧ୍ୟରେ ଏକ ଭଲ ଟିମ୍‌ ତିଆରି ହେଉ ବୋଲି ଭୂପିନ୍ଦର କହିଛନ୍ତି।
ହେଲେ ଏହି ବୈଠକ ନେଇ ଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ମଧ୍ୟ କାର୍ତ୍ତିକ ପାଣ୍ଡିଆନ୍‌ଙ୍କୁ ପାଖରେ ରଖିବା,  ନବୀନ ନିବାସରେ ରହି ପାଣ୍ଡିଆନ୍‌ ସବୁ କଥା କରାଇବା ବିଷୟକୁ ବିରୋଧକରି ଏହି ବୈଠକ ବସିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେହିପରି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଏହି ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିବା ବିଷୟ ମଧ୍ୟ ଶୁଣିବାକୁ ମିଳିଛି। ଯଦିଓ ପ୍ରସନ୍ନଙ୍କ ଅସୁସ୍ଥତା ଖବର ପାଇ ଏହି ସମସ୍ତ ନେତା ତାଙ୍କ ଘରକୁ ଆସିଥିବା କଥା କହିଛନ୍ତି, ଅନ୍ୟପଟେ ରାଜନୀତି ଉପରେ ଏବଂ ସଙ୍ଗଠନ ମଜଭୁତ ବିଷୟରେ ଆଲୋଚନା ବିଷୟକୁ ମଧ୍ୟ ଅସ୍ବୀକାର କରିନାହାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?