କାହିଁକି  ଆଶାକର୍ମୀ ଡାଳିମ୍ବ  ହୋଇପାରିଲେ ନବରଙ୍ଗପୁରର ନାଇଟଆଞ୍ଜେଲ, ଜାଣନ୍ତୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ 

ନବରଙ୍ଗପୁର,୭।୧(ସଦାଶିବ ପ୍ରହରାଜ): ଭଲ ଚିକିତ୍ସା ନ ପାଇ ଅକାଳରେ ଗର୍ଭାବତୀଙ୍କ ଜୀବନ ଚାଲି ଯାଉଥିଲା। ଗ୍ରାମରେ  ବିଭିନ୍ନ ଦୁରାରୋଗରେ ପୀଡିତ ହୋଇ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିଲେ। ଯାହା ତାଙ୍କୁ ଖୁବ୍‌ ବ୍ୟଥିତ କରୁଥିଲା ଯେଉଁଥିପାଇଁ  ନିଜ କର୍ତ୍ତବ୍ୟ ସଠିକ ଢଙ୍ଗରେ ସମ୍ପାଦନ କରିବା ସହ ନିଜ ଅଞ୍ଚଳରେ ଚିକିତ୍ସା ଅବହେଳାରୁ ଯେପରି କିଏ ମୃତ୍ୟୁକୁ ବରଣ ନ କରୁ ସେଥିପାଇଁ ସେ ଅଣ୍ଟା ଭିଡ଼ିଥିଲେ। ଏହି  ପଣ ନେଇ ଗତ୧୯ ବର୍ଷ ଧରି ବିନା ବାଛବିଚାରରେ  ନିରବଛିନ୍ନ ଭାବେ ସେ ସେବା ଯୋଗାଇ  ସଫଳ ହୋଇଛନ୍ତି ।  ତାଙ୍କ ସଫଳ କର୍ତ୍ତବ୍ୟ ନିଷ୍ଠ ପାଇଁ  ତାଙ୍କୁ କୁହାଯାଉଛି ଉପାନ୍ତ ଅଞ୍ଚଳର ନାଇଟଆଞ୍ଜେଲ।
ସେ ହେଉଛନ୍ତି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଆଶା କର୍ମୀ ଡାଳିମ୍ବ ଭତ୍ରା ।ଜିଲାର ଉପାନ୍ତ ଅଞ୍ଚଳ ଝରିଗାଁ ବ୍ଲକର ବୁଟିସର୍ଗି ଗାଁର ଡାଲିମ୍ବ ଭତ୍ରା ୨୦୦୫ରେ ଆଶା କର୍ମୀଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଗାଁକୁ ବ୍ୟାଧି ମୁକ୍ତ କରିବା ସହ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନା କରିବାକୁ ପଣ କରିଥିଲେ । ଯେଉଁଥି ପାଇଁ ସେ ଅନେକ ତ୍ୟାଗ କରିଛନ୍ତି । ପରିବାର ପିଲା ଛୁଆକୁ ପଛକୁ ଠେଲି ଦେଇ ନିଜ କର୍ତ୍ତବ୍ୟକୁ ଆଗରେ ରଖି କାର୍ଯ୍ୟ କରିଛନ୍ତି । ଡାଲିମ୍ବ କାର୍ଯ୍ୟରେ ଯୋଗଦେବା ସମୟରେ ଗ୍ରାମରେ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା।  ଲୋକେ ଡାକ୍ତରୀ ଚିକିତ୍ସା ଉପରୁ ଆସ୍ଥା ତୁଟାଇଦେଇଥିଲେ। ଗାଁ ର ଗର୍ଭବତୀ ମହିଳା ଘରେ ରହି ଚିକିତ୍ସା ହେବା ସହ ସନ୍ତାନ ପ୍ରସବ କରୁଥିଲେ । ଯେଉଁଥିରେ   ଅନେକ  ମହିଳା ମୃତ୍ୟୁବରଣ କରିଥିଲେ । ଏହାସହ ଗାଁର ଅନେକ ଲୋକେ ମାରାତ୍ମକ ମ୍ୟାଲେରିଆ ସହ ଯକ୍ଷ୍ମା, ରୋଗରେ ପୀଡିତ ହୋଇ ଦେଶୀ ଚିକିତ୍ସା ଉପରେ ଆସ୍ଥା ପ୍ରକଟ କରିଥିଲେ । ତେବେ ସମସ୍ତ ରୋଗୀଙ୍କୁ ମେଡିକାଲ ନେଇ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଡାଲିମ୍ବ ଆରମ୍ଭ କରିଥିଲେ ପ୍ରୟାସ । ତାଙ୍କୁ ଏଥିପାଇଁ ଅନେକ ପ୍ରତିବନ୍ଧକ  ଘାତ ପ୍ରତିଘାତର ସାମ୍ମା କରିବାକୁ ପଡିଛି । କିନ୍ତୁ ସମସ୍ତ ପ୍ରତିକୂଳ ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଇଁ ଆଗକୁ ବଢି ଚାଲିଥିଲେ ।
ଡାକ୍ତରୀ ଚିକିତ୍ସା ଉପରେ ଭରସା ତୁଟାଇ ଥିବା ଲୋକଙ୍କ ପାଇଁ ପୁଣି ଆଶା ଭରସା ଯୋଗାଇବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେଣୁ ସେଦିନ ରାତି ଏକ କରିଦେଇ ସମସ୍ତ ରୋଗୀଙ୍କ ଘରକୁ ଘର ବୁଲି ବ୍ୟକ୍ତିଗତ ଭାବେ ତାଙ୍କ ଚିକିତ୍ସାରେ ସହାୟତା ଯୋଗାଇଦେଇଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତରେ ଗର୍ଭବତୀଙ୍କ ଯତ୍ନ ନେବା ନିୟମିତ ମେଡିକାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଘରେ ପ୍ରସବ ନ କରିବାକୁ ପ୍ରବର୍ତ୍ତାଇ ସୁରକ୍ଷିତ ମାତୃତ୍ୱର ପ୍ରତଶ୍ରୁତି ଦେଇ   ମେଡ଼ିକାକୁ ନେଇ ପ୍ରସବ କରୁଛନ୍ତି । ତାଙ୍କରଙ୍କ ଏହି ପ୍ରୟାସଯୋଗୁ ଗତ ୧୯ ବର୍ଷ ଧରି ଗାଁର ଗର୍ଭବତୀ ମହିଳା ମୃତ୍ୟୁବରଣ କରି ନ ଥିବା ବେଳେ ଦୁରାରୋଗରେ ପୀଡିତ ରୋଗୀ ସୁସ୍ଥ ହୋଇପାରିଛନ୍ତି । ଡାଲିମ୍ବଙ୍କ ଏହି ଉଦ୍ୟମକୁ ସମ୍ମାନ ଜଣାଇ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଡାଲିମ୍ବ । ଗ୍ରାମବାସୀ କମଳା ମାଳି ଓ ତମ୍ବୁ ଦାସ ପନକା ଡାଳିମ୍ବଙ୍କ ସେବା ମନୋଭାବକୁ ପ୍ରଶଂସା କରିଛନ୍ତି। କମଳାଙ୍କ ଏହି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ଥିବା ବେଳେ ନିଜ କର୍ତ୍ତ୍ୟବ୍ୟ ନିଷ୍ଠ ମନୋଭାବ ପାଇଁ ପ୍ରଶଂସା ସାଉଁଟୁଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri