Posted inଫୁରସତ

ମୀନାକ୍ଷୀଙ୍କ ସୃଜନ ସମ୍ଭାର

ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ
ଡ. ମୀନାକ୍ଷୀ ଦାସ..

ପ୍ରାୟ ୬ଦଶନ୍ଧି ମଧ୍ୟରେ ତାଙ୍କ କଲମ ମୁନରେ ଫୁଟିଉଠିଛି ଅନେକ ଆଧ୍ୟାତ୍ମିକ, ଶିଶୁ ସାହିତ୍ୟ, ଗଳ୍ପ, ଉପନ୍ୟାସ, କାବ୍ୟ କବିତା, ଗୀତିକବିତା, ସମାଲୋଚନା ଓ ଅନୁବାଦ ସାହିତ୍ୟ। ଏହାଛଡ଼ା ପାଠ୍ୟପୁସ୍ତକ ସମ୍ପାଦନାରେ ରହିଛି ତାଙ୍କର ସ୍ବତନ୍ତ୍ର ପରିଚୟ। ତାଙ୍କ ଲେଖାର ଶବ୍ଦ ସଂଯୋଜନାରେ ବାରି ହୋଇପଡ଼େ ସ୍ବାଭିମାନୀ ମନର ଅଭିବ୍ୟକ୍ତି, ଆଧ୍ୟାତ୍ମିକ ଭାବର ସୁମାର୍ଗ, ଏକଲା ପଣିଆର ଅଙ୍ଗେନିଭା କଥା । ଏଥିପାଇଁ ଅନେକ ସୃଜନ ସମ୍ଭାରର ଭିଡ଼ଭିତରୁ ବାରିହୋଇ ପଡ଼ୁଥିବା ସେ ଜଣେ ଭିନ୍ନ ଲେଖିକା । ତାଙ୍କର ବହୁମୁଖୀ ପ୍ରତିଭାକୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ । ସେ ହେଲେ ଓଡ଼ିିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ଡ. ମୀନାକ୍ଷୀ ଦାସ। ଜନ୍ମ ୧୯୫୮ ମସିହା ଜୁଲାଇ ୩୧ରେ। ପିତା ବୃନ୍ଦାବନ ଚନ୍ଦ୍ର ଦାସ । ମାତା ପ୍ରଫୁଲ୍ଲବାଳା। ଘର କେନ୍ଦ୍ରାପଡ଼ା ଜିଲାର ଚାନ୍ଦୋଳ ନିକଟସ୍ଥ ନଛିପୁର ଗାଁରେ। ଏବେ ସେ ରହୁଛନ୍ତି ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ। ସେ କୁହନ୍ତି, ମୋ ବାପା ଥିଲେ ଓଡ଼ିଶା କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନର ଡ୍ରାପ୍ସ ମ୍ୟାନ। କିନ୍ତୁ ୧୯୬୩ରେ ବାପାଙ୍କର ଅଚାନକ ଦେହାନ୍ତ ହେଲା। ସେତେବେଳକୁ ମୁଁ ସାଢେ ଚାରିବର୍ଷର। ଆମେ ଭାଇ ଭଉଣୀ ତିନିଜଣଙ୍କ ମଧ୍ୟରେ ମୁଁ ବଡ଼। ବାପାଙ୍କୁ ହରାଇ ମାମୁଘରେ ରହିଲୁ। ମା’ଙ୍କ ଠାରୁ ପ୍ରାଥମିକ ଶିକ୍ଷା ପାଇଲି । ବହୁ ଅଭାବ ଭିତରେ ପିଲାଦିନ ଅତିବାହିତ ହେଲା। ୧୯୭୩ରେ ୧୦ମ ଶ୍ରେଣୀ ପାସ୍‌ ବେଳକୁ ମା’ ମୋତେ ବାହାକରାଇ ଦେଲେ। ଏହା ପରେ ଏକାଦଶ ପଢିଲି। ୧୯୭୫ବେଳକୁ ମୋର ଏକ ଝିଅ ଜନ୍ମ ହେଲା, ନାଁ ତା’ର ଏଲିନା। ତା’ପରେ ୧୯୭୭ରେ ଶିକ୍ଷକତା ଆରମ୍ଭ କଲି। ୧୯୭୮ରେ ମୋର ପୁଅ ଶିବଦତ୍ତ ଜନ୍ମ ହେଲା । ମୋ ମା’ ପାଖରେ ଆମେ ରହିଥାଉ। ପୁଣି ଘରୋଇ ଭାବେ ଆଇଏ ପାସ୍‌ କଲି। ତା’ପରେ ବିଏ ବିଏଡ, ଏମ୍‌ଏ (ଓଡ଼ିଆ) ସାରିଲିି। ଭୁବନେଶ୍ୱର ଗୌତମ ନଗର ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କଲି। ପରେ ଏମ୍‌ଏଡ୍‌, ଓଡ଼ିଆରେ ପିଏଚ୍‌ଡି,ଏଲ୍‌ଏଲ୍‌ବି, ସିଆଇସି ପ୍ରଭୃତି ଡିଗ୍ରୀ ହାସଲ କଲି। ୧୯୯୫ମସିହାରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ବୋର୍ଡରେ ଓଡ଼ିଆ ଭାଷା ବିଶେଷଜ୍ଞ ତଥା ଶୈକ୍ଷିକ ଅଧିକାରୀ ରୂପେ ଯୋଗଦେଲି। ତେବେ ଲେଖାଲେଖି ଓ ସାହିତ୍ୟ ପ୍ରତି ମୋର ରୁଚି ଆରମ୍ଭ ହୋଇଥିଲା ନବମଶ୍ରେଣୀରେ ପଢିଲା ସମୟରେ। ୧୯୮୨ରେ ଭୁବନେଶ୍ୱର ମ୍ୟୁନିସିପାଲିଟି ସ୍ମରଣିକାରେ ମୋର ଏକ କବିତା ପ୍ରକାଶ ପାଇଥିଲା। ଏହା ମତେ ବହୁତ ଉତ୍ସାହିତ କରିଥିଲା। ସମୟକ୍ରମେ କେତେକ ପତ୍ରପତ୍ରିକା ଓ ଖବରକାଗଜରେ ମୋର ବିଭିନ୍ନ ଗଳ୍ପ, କବିତା ପ୍ରକାଶିତ ହେଲା। ୧୯୮୯ରେ ମୋର ଦୁଇଟି ବହି ପ୍ରକାଶିତ ହେଲା। ଲେଖାଲେଖି ନିଶା ଜାରି ରହିଥାଏ ତା’ ସହିତ ପରିବାର ଚଳେଇବା ଓ ଚାକିରି ସବୁ ଠିକଠାକ ଚାଲିଲା। ଏସବୁରେ ମୋ’ ସ୍ବାମୀ ଭଗବାନ ନାୟକଙ୍କ ସହଯୋଗ ରହିଥାଏ। କିନ୍ତୁ ଅଫିସରେ ୬ଷ୍ଠ ଶ୍ରେଣୀଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସାହିତ୍ୟ ବହିର ସଂଯୋଜନା ଓ ସମ୍ପାଦନା କାର୍ଯ୍ୟ ଏବଂ ପରିଷଦ ମୁଖପତ୍ର ‘ଜର୍ନାଲ’ର ସମ୍ପାଦନା ଦାୟିତ୍ୱ ତୁଲାଇଲି। ୨୦୧୩-୧୪ ମସିହାରେ କିଛି ମାସ ପରୀକ୍ଷାନିୟନ୍ତ୍ରକ ରୂପେ କାର୍ଯ୍ୟକଲି। ସେତେବେଳେ ଓଡ଼ିଶାରେ ଓଏମଆର ପ୍ରଚଳନ ସମ୍ପର୍କିତ କର୍ମଶାଳା କରାଇଥିଲୁ। ଶିକ୍ଷକତାରେ ୧୬ବର୍ଷ ଓ ବିଶେଷଜ୍ଞ ଭାବେ ୨୩ବର୍ଷ ଧରି ବୋର୍ଡର ବିଷୟ ବିଶାରଦ (ଓଡ଼ିଆ) ପଦବୀରେ ୧୯୯୫ରୁ ମୁଁ ଅବସ୍ଥାପିତ। ଆକାଶବାଣୀ କାର୍ଯ୍ୟକ୍ରମରେ ଓଡ଼ିଆ ବିଷୟରେ ଶିକ୍ଷାଦାନ, ‘ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା’ର ଓଡ଼ିଆ ସିଲାବସ୍‌ କମିଟିର ପୂର୍ବତନ ସଂଯୋଜକ ଓ ସଦସ୍ୟା,ଏସ୍‌ସିଇଆର୍‌ଟି ଏସ୍‌ଆଇଇଟି ତରଫରୁ ପୁସ୍ତକ ଲିଖନ ସହିତ ସମ୍ପାଦନାରେ ମଧ୍ୟ ଅଭିଜ୍ଞତା ହାସଲ କରିପାରିଛି। ପରିଷଦର ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପୁସ୍ତକ ସମ୍ପାଦନା କରିବା ସହିତ ରଚନା କରିଥିବା ପୁସ୍ତକ ମଧ୍ୟରେ- ସୃଷ୍ଟିିର ଦୃଷ୍ଟି, ଦୃଷ୍ଟିରେ ସୃଷ୍ଟି, ଶ୍ରୀମଦ୍‌ ଭଗବଦଗୀତା ପଦ୍ୟାନୁବାଦ, ଅନ୍ନଦାଶଙ୍କରୀୟ ସୃଷ୍ଟିବିଭା, ତୁମରି ମାନଙ୍କ ପାଇଁ, ହସିଲେ ଲୁହ କାନ୍ଦିଲେ ଲହୁ, ଶିବ ପ୍ରଦୋଷ ବ୍ରତ କଥା, ଶିଶୁ ଆମ ସମ୍ବଳ, ଭଲପଣ ସିନା ବଡ଼ପଣ, ଗବେଷଣା ସନ୍ଦର୍ଭ ଭାବେ- ଓଡ଼ିଆ ରୀତି ସାହିତ୍ୟରେ ନାରୀ ଚରିତ୍ର, ଉପନ୍ୟାସ ଭାବେ ଶ୍ରୀଝରା, କ୍ଷୁଦ୍ରଗଳ୍ପ ଭାବେ କଳିଯୁଗର ଭାଗ୍ୟବାନ ମଣିଷ, ଆତ୍ମାର ଡାକ, ରାଣୀ ମୁଁ ସମ୍ପ୍ରତି, ଭଲପାଏ ବୋଲି ଆଦି ୫୫ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି। ଅବସରପରେ ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଅତିଥି ଅଧ୍ୟାପିକା ରୂପେ ଓଡ଼ିଆ ଶିକ୍ଷାଶାସ୍ତ୍ର ବିଏଡ ଛାତ୍ରୀଛାତ୍ରଙ୍କୁ ପଢାଉଛି। ପୁରସ୍କାର ଭାବେ ଚଲାପଥ କବି ସମ୍ମାନ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସମ୍ମାନ, ଚିଲିକା ଲୋକକଳା ଉତ୍ସବ ସାହିତ୍ୟ ସମ୍ମାନ-୨୦୦୬, ଭାଷାରତ୍ନ ସମ୍ମାନ, ପ୍ରାଣନାଥ ଶିକ୍ଷାବିତ୍‌ ସମ୍ମାନ, ଶିକ୍ଷା-ସାହିତ୍ୟ -ସଂସ୍କୃତି ସମ୍ମାନ ଆଦି ବହୁ ପୁରସ୍କାର ଓ ସମ୍ମାନ ମିଳିଛି। ମୋର ସଫଳତା ପଛରେ ସ୍ବାମୀଙ୍କ ସାହାଯ୍ୟ, ଶାଶୁଶ୍ୱଶୁରଙ୍କ ପ୍ରେରଣା , ମାତାପିତାଙ୍କ ଆଶୀର୍ବାଦ ଓ ଈଶ୍ୱରଙ୍କ କୃପା ରହିଛି। ଜୀବନର ସମସ୍ତ ପ୍ରତିକୂଳତାକୁ ମୁଁ ଅନୁକୂଳତାରେ ପରିବର୍ତ୍ତିତ କରି ଜୀବନ ଯାତ୍ରାରେ ଆଗେଇ ଚାଲିଛି। ସମସ୍ତଙ୍କ ପ୍ରତି ନିର୍ମଳ ଭାବ ଓ ଆନ୍ତରିକତା ମୋର ପୁଞ୍ଜି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?