ନିରାମୟ ଯୋଜନାରେ ମିଳୁନି ଔଷଧ

କେନ୍ଦ୍ରାପଡ଼ା,୨୯ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଉପରେ ରାଜନଗର, ଆଳି, ରାଜକନିକା ବ୍ଲକର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରିଦେଇଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ସରକାର କହୁଛନ୍ତି, ରାଜ୍ୟରେ ନିରାମୟ ଯୋଜନା ଶତ ପ୍ରତିଶତ ସଫଳ ହୋଇଛି। ସବୁ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଉଛି। ରୋଗୀ ଆଉ ବାହାରୁ ମେଡିସିନ୍‌ କିଣୁନାହାନ୍ତି। ହେଲେ ନିରାମୟ ଔଷଧ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାପରେ ମଧ୍ୟ ଆବଶ୍ୟକ ଓଷଧ ମିଳୁନାହିଁ। ଫଳରେ ରୋଗୀ ବାହାର ମେଡିସିନ ଦୋକାନରୁ କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ନିରାମୟ ଯୋଜନା ବାଟବଣା ହୋଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସାମାଜିକ କର୍ମୀ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା। ଏଥିରେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଗୋଟିଏ କାଉଣ୍ଟର ଖୋଲାଯାଇଛି। ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ହେବା ଯୋଗୁ ଏହି କେନ୍ଦ୍ର ଆଗରେ ଲମ୍ବାଧାଡ଼ି ଲାଗୁଛି। ଧାଡ଼ିରେ ଠିଆ ହୋଇଥିବା ରୋଗୀମାନଙ୍କୁ ଅନେକ ଔଷଧ ମିଳୁନି। ଡାକ୍ତର ଲେଖୁଥିବା ସମସ୍ତ ଔଷଧ ଏଠାରେ ମିଳିବା କଷ୍ଟକର ହୋଇପଡୁଛି। ଚିକିତ୍ସାଳୟରେ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବିଜୟ ନାୟକ କୁହନ୍ତି, ଔଷଧ ଚିଠା ଲେଖିବା ବେଳେ ଡାକ୍ତର ସାଦା କାଗଜରେ ବାହାର କମ୍ପାନୀ ଓଷଧ ଲେଖୁଛନ୍ତି। କହୁଛନ୍ତି ସବୁ ନିରାମୟରେ ମିଳୁନାହଁି। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି। ଡାକ୍ତରଙ୍କ ଡ୍ୟୁଟି ପରେ ଆଉ ଯେଉଁ ଡାକ୍ତର ଆସୁଛନ୍ତି ସେ ପୁଣି ଅଲଗା କମ୍ପାନୀର ଔଷଧ ଲେଖୁଛନ୍ତି। ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଅନ୍ୟପକ୍ଷେ ଡାକ୍ତରମାନେ ଔଷଧ କମ୍ପୋଜିଶନ୍‌ ଲେଖିବା ବଦଳରେ କମ୍ପାନୀର ନାମ ଲେଖୁଛନ୍ତି। ବଡ଼ ବଡ଼ କମ୍ପାନୀର ଔଷଧ ନିରାମୟ କେନ୍ଦ୍ରରେ ମିଳୁନାହିଁ। ନିରାମୟ ଔଷଧ ବଦଳରେ ବ୍ରାଣ୍ଡେଡ୍‌ ଔଷଧ ଲେଖାଯାଉଛିି। ଡାକ୍ତର ଏବଂ ଔଷଧ କମ୍ପାନୀ ମଧ୍ୟରେ ଭିତିରି ସଲାସୁତରାର ଶିକାର ହେଉଛନ୍ତି ଗରିବ ରୋଗୀ। ଏଣୁ ରାଜ୍ୟ ସରକାର ତୁରନ୍ତ ନିରାମୟ କେନ୍ଦ୍ରରେ କାଉଣ୍ଟର ବଢ଼ାଇବାର ସହିତ ସମସ୍ତ ଔଷଧ ରଖିବାର ଆବଶ୍ୟକତା ରହିଛି। ନିରାମୟ କେନ୍ଦ୍ରରେ ଅଧିକ ପ୍ରକାରର ଔଷଧ ଉପଲବ୍ଧ କରାଗଲେ, ରୋଗୀମାନେ ଔଷଧ କମ୍ପାନୀ ଓ ଡାକ୍ତରଙ୍କ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ସେହିଭଳି ରୋଗୀ ଅର୍ଚ୍ଚନା ପାତ୍ର କୁହନ୍ତି, ନିୟମ ରହିଛି, କେବଳ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ଡାକ୍ତର ଲେଖିବେ। ରୋଗୀଙ୍କୁ ବିନା ମୂଲ୍ୟରେ ସେହି ଔଷଧ ଯୋଗାଇ ଦିଆଯିବ। ହେଲେ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ସମୁଦ୍ରକୁ ଶଙ୍ଖେ। ଥଣ୍ଡା, ଜ୍ୱର, କାଶ ଭଳି ସାଧାରଣ ରୋଗକୁ ଛାଡ଼ି ଦେଲେ ଗୁରୁତର ରୋଗ ପାଇଁ ଏଠାରେ ଔଷଧ ନାହିଁ। ଆଉ, ଡାକ୍ତର ଲେଖୁଥିବା ଦାମୀ ମେଡିସିନ୍‌ ବାହାର ଔଷଧ ଦୋକାନରେ ମିଳୁଛି। ଏଭଳିସ୍ଥିତିରେ ରାଜ୍ୟ ସରକାର କହୁଛନ୍ତି, ନିରାମୟ ଯୋଜନାରେ ମାଗଣା ଔଷଧ ମିଳୁଛି। ଗରିବ ରୋଗୀ ଏହାର ଫାଇଦା ପାଉଛନ୍ତିି, ହେଲେ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ଏପରି ଘଟଣା ନିରାମୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନ ଉଠାଇଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଣୀ ଅନିତା ପଟ୍ଟନାୟକଙ୍କୁ ପଚାରିବାରେ ଏଭଳି ଘଟଣାର ଯଦି ସତ୍ୟାତା ଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri