Posted inଜାତୀୟ

ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ, ଦେଶର ପ୍ରଥମ ରାଜ୍ୟ ହେଲା ମଧ୍ୟପ୍ରଦେଶ…

ଭୋପାଳ,୧୫।୧୦ : ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ତିନୋଟି ଏମବିବିଏସ ବିଷୟ ଆନାଟୋମି, ଫିଜିଓଲୋଜି ଏବଂ ବାୟୋକେମିଷ୍ଟ୍ରି ଏବେ ହିନ୍ଦୀରେ ମଧ୍ୟପ୍ରଦେଶର ସମସ୍ତ ୧୩ ଟି ସରକାରୀ ମେଡିକାଲ କଲେଜରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଶିକ୍ଷା ଦିଆଯିବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୧୬ ଅକ୍ଟୋବର ରବିବାର ଭୋପାଳରେ ପ୍ରଥମ ବର୍ଷର ଏମବିବିଏସର ଅନୁବାଦିତ ପୁସ୍ତକ ପ୍ରକାଶ କରି ରାଜ୍ୟରେ ହିନ୍ଦୀରେ ଡାକ୍ତରୀ ଶିକ୍ଷା ଆରମ୍ଭ କରିବେ।

ଚଳିତ ବର୍ଷ ଫେବୃଆରୀରେ ଭୋପାଳର ଗାନ୍ଧୀ ମେଡିକାଲ କଲେଜରେ ହିନ୍ଦୀ ସେଲ ମନ୍ଦର ଦ୍ୱାରା ପୁସ୍ତକଗୁଡ଼ିକର ହିନ୍ଦୀ ଅନୁବାଦ ପାଇଁ ଏକ ବ୍ୟବସ୍ଥିତ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଟାସ୍କଫୋର୍ସରେ ଡାକ୍ତରୀ କ୍ଷେତ୍ରର ବିଶେଷଜ୍ଞମାନେ ଅଛନ୍ତି। ୯୭ଟି ମେଡିକାଲ କଲେଜର ଶିକ୍ଷକ ଏବଂ ବିଶେଷଜ୍ଞମାନେ ୫,୫୬୮ ଘଣ୍ଟାରୁ ଅଧିକ ସମୟ ଧରି ଏନେଇ ପରିଶ୍ରମ କରିଛନ୍ତି।

ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି ଯେ ଇଂରାଜୀ ସହିତ ହିନ୍ଦୀ ପୁସ୍ତକ ଉପଲବ୍ଧ ହେବ, କିନ୍ତୁ ଟେକ୍ନିକାଲ ଶବ୍ଦ ଇଂରାଜୀରେ ରହିବ।

ସେ କହିଛନ୍ତି, ହିନ୍ଦୀରେ ଡାକ୍ତରୀ ଶିକ୍ଷା ଆରମ୍ଭ କରିଥିବା ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବ। ହିନ୍ଦୀରେ ଏମବିବିଏସ ପାଠ୍ୟକ୍ରମର ପାଇଲଟ ପ୍ରୋଜେକ୍ଟ ଗାନ୍ଧୀ ମେଡିକାଲ କଲେଜରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟକୁ ଅଧିସୂଚିତ ସ୍ବାସ୍ଥ୍ୟଗତ ସମସ୍ୟା ଘୋଷଣା କରାଯାଉ, ସଂସଦୀୟ କମିଟିର ସୁପାରିଶ…

ନୂଆଦିଲ୍ଲୀ, ୧୩।୯ : କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟି ସୁପାରିଶ କରିଛି ଯେ ଦେଶରେ କର୍କଟକୁ ଏକ ଅଧିସୂଚିତ...

ବେଗୁସରାଇ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କଲା ପୋଲିସ

ପାଟନା,୧୬ ।୯: ବିହାର ବେଗୁସରାଇରେ ଆଖିବୁଜା ଗୁଳିଚାଳନା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନାମ କେଶବ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୬: ନିଜ କାର୍ଯ୍ୟରୁ ବାଦ୍‌ ଆସୁନି ପାକିସ୍ତାନ। ଗୋଟିଏ ପଟେ ପାକିସ୍ତାନ ସରକାର ଭାରତ ସହ ଆଲୋଚନା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ସୀମାରେ...

ସାମ୍ବାଦିକଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ,୧୩।୧୦: ମନିଲଣ୍ଡରିଂ ମାମଲାରେ ସାମ୍ବାଦିକ ରାଣା ଆୟୁବଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗାଜିଆବାଦର ଏକ ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ‘କେଟ୍ଟୋ’ ଅନ୍‌ଲାଇନ...

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର...

ପିଏମ୍‌ କେୟାର୍ସ ଫଣ୍ଡ ନେଇ ଏକ ପୃଷ୍ଠାର ସତ୍ୟପାଠ ଦାଖଲ, ତାଗିଦ୍‌ କଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୨।୭ : ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଭାରତର ସମ୍ବିଧାନର ଧାରା ୧୨ ଅନୁଯାୟୀ ପିଏମ୍‌ କେୟାର୍ସ ଫଣ୍ଡକୁ ଦ ଷ୍ଟେଟ୍‌ ଘୋଷଣା କରିବାକୁ ଏକ...

ଶୌଚାଳୟରେ ରୋଷେଇ ଘର: ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ବାଟବଣା

ଲକ୍ଷ୍ନୌ,୧୮।୧: ସ୍ବଚ୍ଛ ଭାରତ ମିଶନ ନେଇ କେନ୍ଦ୍ର ସରକାର ନାନା ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ ଉତ୍ତରପ୍ରଦେଶ ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ...

ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…

ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍‌ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ...

Advertisement
Archives

Model This Week