ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଏଣିକି ବିନା ଅନୁମତିରେ ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ। କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ତାକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ ମଧ୍ୟ କରୁଛନ୍ତି। ଏହା ଗ୍ରହଣଯୋଗ୍ୟ ନୁହେଁ। ତେଣୁ ସ୍କୁଲ ଭିତରକୁ କୌଣସି ଗଣମାଧ୍ୟମ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଶିକ୍ଷା ବିଭାଗ। ବିଭିନ୍ନ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି କରାଯାଇଛି। ଅପରପକ୍ଷେ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିବା ସହ ୭ଦିନ ମଧ୍ୟରେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି।
ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲା କାମାକ୍ଷାନଗର କଙ୍କଡ଼ାହାଡ଼ ବ୍ଲକ ଶିକ୍ଷାଧିକାରୀ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ବିଦ୍ୟାଳୟରେ ବିନା ଅନୁମତିରେ ପ୍ରବେଶ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି, ସ୍କୁଲ ଭିତରେ କିଛି ଗଣମାଧ୍ୟମ ପ୍ରତିନିଧି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହା ଅବୈଧ। ତେଣୁ ଆଗକୁ ଯେଭଳି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏଭଳି ଅନଧିକୃତ ପ୍ରବେଶ କରନ୍ତି ତେବେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ସ୍କୁଲ ପ୍ରଧାନ ଶିକ୍ଷକ ନିକଟସ୍ଥ ଥାନାରେ ପୋଲିସକୁ ଜଣାଇବା ସହିତ ଏଫ୍‌ଆଇଆର୍‌ ଦାଖଲ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଯଦି କହି ବିଚ୍ୟୁତି କରନ୍ତି ତେବେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ କରାଯିବ ବୋଲି କୁହାଯାଇଛି। ଢେଙ୍କାନାଳ ଜିଲା ପ୍ରକଳ୍ପ କାର୍ଯ୍ୟାଳୟରୁ ମଧ୍ୟ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇ କଡ଼ା ନିର୍ଦ୍ଦେଶ ପାଳନ କରିବା ପାଇଁ କୁହାଯାଇଛି। ସେହିଭଳି କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀ ମଧ୍ୟ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବା ଉପରେ କଟକଣା ଲଗାଯିବା ଉଚିତ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷେ ଶିକ୍ଷା ବିଭାଗର ଏଭଳି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଲାଣି। ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସ୍କୁଲରେ ଶିକ୍ଷକ ଅଭାବ, ମଧ୍ୟାହ୍ନଭୋଜନ ସମସ୍ୟା, ଶିକ୍ଷାଦାନର ଗୁଣବତ୍ତା ସମ୍ପର୍କରେ ବାହାରକୁ କୌଣସି ଖବର ନ ଆସୁ ତାହା ରାଜ୍ୟ ସରକାର ଚାହୁଁଛନ୍ତି। ଯେଉଁ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି, ସେଠାରେ ତାଲା ପକାଇ ପ୍ରତିବାଦ କରିବା ପାଇଁ ପୂର୍ବରୁ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଫଳରେ ରାଜ୍ୟର ପ୍ରାୟ ୨୦୦ ସ୍କୁଲରେ ଏଭଳି ତାଲା ପକାଇ ଅଭିଭାବକମାନେ ପ୍ରତିବାଦ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ତେଣୁ ରାଜ୍ୟ ସରକାର ଭୟ କରି ଏଭଳି ପଦକ୍ଷେପ ନେବା ସହ ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁପ୍ରବେଶକୁ ରୋକ ଲଗାଇବା ବାକ୍‌ ଅଧିକାରକୁ କ୍ଷୁଣ୍ଣ କରିବା ସଦୃଶ। ମହାସଂଘ ଏହାକୁ ଦୃଢ଼ ବିରୋଧ କରୁଛି ଏବଂ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହର କରିବା ପାଇଁ ଦାବି କରୁଛି। ଆସନ୍ତା ୭ଦିନ ଭିତରେ ଯଦି ଶିକ୍ଷା ବିଭାଗ ଏହି ନିଷ୍ପତ୍ତିକୁ ପ୍ରତ୍ୟାହର ନ କରେ ତେବେ ମହାସଂଘ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଅବଗତ କରାଇବ। ଆବଶ୍ୟକ ପଡ଼ିଲେ ମହାସଂଘ କୋର୍ଟରେ ମାମଲା ରୁଜୁ କରିବ ବୋଲି ବାସୁଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri