Posted inଜାତୀୟ

ଏମ୍‌ସିଡି ହାଉସ୍‌ ରଣକ୍ଷେତ୍ର

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍‌ସିଡି)ର ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନରେ ଭୋଟ ପୁନଃ ଗଣନାକୁ ଏଏପି କାଉନସିଲରମାନେ ବିରୋଧ କରିଥିଲେ। ଏମ୍‌ସିଡି ମେୟର ଶେଲି ଓବେରୟ ଶୁକ୍ରବାର ପୁନଃଗଣତିକୁ ବନ୍ଦ କରିବା ପରେ ଏହାକୁ ନେଇ ଗୃହରେ ତୁମୁଳ କାଣ୍ଡ ଘଟିଯାଇଛି। ଏଏପି ଏବଂ ଭାଜପା କାଉନସିଲରମାନେ ପରସ୍ପରକୁ ମୁଥ ଓ ଗୋଇଠା ମାରିବା ସହ ଚୁଟି ଘୋଷାଡ଼ୁଥିବା ଦେଖାଯାଇଥିଲା। କେତେଜଣଙ୍କ କୁର୍ତ୍ତା ଚିରିଯାଇଥିଲା। ସଂଘର୍ଷ ବେଳେ ଦୁଇଜଣ ସଦସ୍ୟ ତଳେ ପଡ଼ିଯାଇଥିଲେ। ଏଏପି କାଉନସିଲର ଅଶୋକ କୁମାର ମାନୁ ମୂର୍ଚ୍ଛା ଯାଇଥିଲେ। କାଉନସିଲରମାନେ ଏଭଳି ନିର୍ଲଜ ହୋଇଯାଇଥିଲେ ଯେ, ସେମାନେ ମହିଳା ସଦସ୍ୟମାନଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ମେୟର ଓବେରୟଙ୍କୁ ମଧ୍ୟ ଭାଜପା ଗୁଣ୍ଡାମାନେ ଆକ୍ରମଣ କରିଥିବା ଏଏପି ଅଭିଯୋଗ କରିଛି। ମହିଳା ସୁରକ୍ଷାକର୍ମୀମାନେ ତାଙ୍କୁ ଏସ୍‌କର୍ଟ କରି ନେଇଯାଇଥିଲେ।
ପୁନଃଗଣତି ପ୍ରକ୍ରିୟା ବନ୍ଦ ଲାଗି ମେୟରଙ୍କ ନିଷ୍ପତ୍ତି ବିରୋଧରେ ଭାଜପା କାଉନସିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାଇକ ଭାଙ୍ଗିବା ଏବଂ ବାଲଟ ପେପର ଚିରିବା ଆରମ୍ଭ କରିଦେଇଥିଲେ। ସେମାନେ ଗୃହରେ ସ୍ଲୋଗାନ ଦେବା ସହ ପୋଲିଂ ବୁଥ୍‌କୁ ଭାଙ୍ଗିଦେଇଥିଲେ। ପୁନଃଗଣତି ପାଇଁ ଗୋଟିଏ ଦଳ ଚାହୁଁଥିବାବେଳେ ଅନ୍ୟ ଦଳ ବିରୋଧ କରୁଥିବାରୁ ଏହାକୁ ସ୍ଥଗିତ ରଖାଗଲା ବୋଲି ମେୟର ଓବେରୟ କହିଥିଲେ। ପୂର୍ବରୁ ସବୁଠୁ ପ୍ରଭାବଶାଳୀ ଷ୍ଟାଣ୍ଡିଂ କମିଟି ସଦସ୍ୟ ନିର୍ବାଚନ ଲାଗି ଭୋଟଗ୍ରହଣ ପରେ ଗୋଟିଏ ଭୋଟକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ମେୟର ଉକ୍ତ ଭୋଟକୁ ଅବୈଧ ଘୋଷଣା କରିଥିଲେ।
ଭାଜପାର ଜଣେ କାଉନସିଲର କହିଛନ୍ତି, ଭୋଟ ବୈଧ ଥିଲା। ଏହାକୁ ଅବୈଧ ଘୋଷଣା କରାଯିବା ଦ୍ୱାରା ଏଏପି ପ୍ରାର୍ଥୀ ବିଜୟୀ ହୋଇଯିବେ। ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ଭୋଟ ଗଣନା ନିୟମାବଳୀକୁ ମେୟର ଉପେକ୍ଷା କରିଥିବା ଅନ୍ୟ ଜଣେ ଭାଜପା କାଉନସିଲର ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ମେୟର କହିଛନ୍ତି, ଭାଜପା ଏକ ଗୁଣ୍ଡା ଦଳ ବୋଲି ଏମ୍‌ସିଡି ହାଉସ୍‌ରେ ହଙ୍ଗାମା କରି ସାରା ଦେଶକୁ ଦେଖାଇ ଦେଇଛି। ସେମାନେ ଗୋଟିଏ ଭୋଟରେ ହାରିଯିବେ ଜାଣିବା ପରେ ଏଏପି ସଦସ୍ୟମାନଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଟେବୁଲ ଉପରେ ଚଢ଼ି ଧମକ ଦେଇଥିଲେ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?