Posted inଫୁରସତ

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି କରିଛି। ଆଧୁନିକତାର ବଶବର୍ତ୍ତୀ ହୋଇ କେତେକ ଦେଶ ନିଜନିଜ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଜାରି ରଖିଛନ୍ତି। ଅସ୍ତ୍ରଶସ୍ତ୍ର ନିର୍ମାଣ ତୁଳନାରେ ଏସବୁର ପରୀକ୍ଷଣ ପୃଥିବୀ ଲାଗି ମହାବିପଦ ସୃଷ୍ଟି କରୁଛି। ୧୯୪୫ ରୁ ୧୯୯୬ ମଧ୍ୟରେ ସମଗ୍ର ପୃଥିବୀରେ ୨ହଜାରରୁ ଉର୍ଦ୍ଧ୍ୱ ପରମାଣୁ ପରୀକ୍ଷଣ କରାଯାଇଛି। ପରମାଣୁ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ନେଇ ସ୍ବୀକୃତି ପରେ ଏଥିରେ ସୁଧାର ଆସିଛି।
ସଚେତନତା ସୃଷ୍ଟି ପାଇଁ ୧୯୯୧ ଅଗଷ୍ଟ ୨୯ରେ କାଜାଖସ୍ତାନର ସେମିପାଲାଟିନ୍ସ ଆଣବିକ ପରୀକ୍ଷଣ ସ୍ଥାନକୁ ବନ୍ଦ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୦୯ ଡିସେମ୍ବର ୨ରେ ଜାତିସଂଘ ସାଧାରଣ ସଭାର ୬୪ ତମ ଅଧିବେଶନରେ ଆଣବିକ ନିରସ୍ତ୍ରୀକରଣ ନିମନ୍ତେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ଏହା ଗ୍ରହଣ ହୋଇଥିଲା। ତେଣୁ ପ୍ରତିବର୍ଷ ଅଗଷ୍ଟ ୨୯କୁ ପରମାଣୁ ପରୀକ୍ଷଣ ନିରୋଧୀ ଦିବସ ଭାବେ ପାଳନ କରାଯାଉଛି। ଆଣବିକ ପରୀକ୍ଷଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ ପରେ ଅର୍ଥାତ ମେ ୨୦୧୦ ରେ ଆଣବିକ ଅସ୍ତ୍ର ନିର୍ମାଣ ନ କରିବା ଲାଗି ଉଦ୍ଦିଷ୍ଟ ଥିବା ଚୁକ୍ତିରେ ସମସ୍ତ ଦେଶ ଆଣବିକ ଅସ୍ତ୍ର ବିନା ବିଶ୍ୱର ଶାନ୍ତି ଏବଂ ନିରାପତ୍ତା ହାସଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିବର୍ଷ ଏହି ଦିବସ ପାଳନ ଅବସରରେ ଭବିଷ୍ୟତ ବଂଶଧରଙ୍କ ପାଇଁ କିଭଳି ପୃଥିବୀକୁ ଜୀବିତ ରଖିବା ଅପରିହାର୍ଯ୍ୟ ସେ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ଏହା ସହିତ ଅଦୂରଦର୍ଶୀ ମନୋଭାବକୁ ଦୂର କରାଯିବା ଲାଗି ଉଦ୍ୟମ ମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ ବସିଛି ଅଜବ ଜୀବ, ଯିଏ ଦେଖୁଛି ଉଡ଼ିଯାଉଛି ହୋସ୍‌

ଆଜିକାଲି ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି, ଯାହାକୁ ଦେଖି ଲୋକେ ଭୟଭୀତ ହୋଇପଡୁଛନ୍ତି।...

ବାପାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ସ୍ଥାନରେ ଜନ୍ମଦିନ ପାଳିଲେ କୁନି ଝିଅ, କାଟିଲେ କେକ୍‌; ଭିଡିଓ ଦେଖିଲେ…

ବାଙ୍ଗାଲୋର: ଅନେକ ଘର ଭାଙ୍ଗିଛି କରୋନା। କରୋନାର ଦ୍ୱିତୀୟ ଲହର ସମୟରେ ଅନେକ ଶିଶୁ ନିଜ ମା’ବାପାଙ୍କୁ ହରାଇଛନ୍ତି। କର୍ନାଟକର କୁପାଲ କୁସ୍ତାଗି ଅଞ୍ଚଳର ୮...

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ...

ଚକୋଲେଟ୍‌ରେ ସଜବାଜ

ସମସ୍ତେ ନିଜ ବାହାଘର ଦିନ ସୁନ୍ଦର ଓ ଖାସ୍‌ ଦେଖାଯିବାକୁ ଚାହାନ୍ତି। ସେଥିପାଇଁ କେହି କେହି ଅଜବ ଷ୍ଟାଇଲ୍‌ କରିବାକୁ ବି ପଛାନ୍ତି ନାହିଁ। ଯେମିତି...

ସୁସ୍ବାସ୍ଥ୍ୟ ପାଇଁ ପରିମଳ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା...

ଟ୍ରକ୍‌ରୁ ହେଲା ନୋଟ୍‌ ବର୍ଷା

କାଲିଫର୍ନିଆ,୨୧।୧୧:ଯଦି ରାସ୍ତାରେ ଦଶ ଟଙ୍କିଆ ନୋଟ ଖଣ୍ଡେ ମିଳିଯାଏ, ତେବେ ଖୁସିର ସୀମା ନ ଥାଏ। କିନ୍ତୁ ଆମେରିକାର କାଲିଫର୍ନିଆରେ ଡଲାର ବର୍ଷା ହୋଇଛି ଏବଂ...

ସଚେତନତା ହିଁ ନିଦାନ

କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏନେଇ ସଚେତନ ହେବା ହିଁ ପ୍ରକୃତ ନିଦାନ ବୋଲି କୁହାଯାଇଥାଏ। ସମ୍ପ୍ରତି ଦେଶରେ କର୍କଟ, ଏକ ମାରାତ୍ମକ...

ଭାରତର ସବୁଠାରୁ ଭୟଙ୍କର କିଲ୍ଲା

ଭାରତର ବିଭିନ୍ନ ସ୍ଥାନରେ କେତେ ଗୁଡିଏ କିଲ୍ଲା ରହିଛି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ହେଲେ ମହାରାଷ୍ଟ୍ରର ମାଥୋରାନ ଓ ପନଭେଲ ମଧ୍ୟରେ...

Advertisement
Archives

Model This Week