Advertisement

ଦିନକରେ ସର୍ବାଧିକ ୭ ଲକ୍ଷ ପରୀକ୍ଷା

ନୂଆଦିଲ୍ଲୀ, ୧୦।୮(ପି.ଟି.): ଭାରତରେ ଗୋଟିଏ ଦିନରେ ରେକର୍ଡ ୭ ଲକ୍ଷରୁ ଅଧିକ କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ନମୁନା ପରୀକ୍ଷା ସଂଖ୍ୟା ୨,୪୧,୦୬,୫୩୫ରେ ପହଞ୍ଚତ୍ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୩,୮୭୯ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୪,୮୦,୮୮୪ରେ ପହଞ୍ଚତ୍ବା ସହ ଦେଶରେ ଆରୋଗ୍ୟ ହାର ୬୮.୭୮%କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ମୃତ୍ୟୁହାର ମଧ୍ୟ ୨.୦୧ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ମୋଟ ୭,୧୯,୩୬୪ ନମୁନା ପରୀକ୍ଷା ହୋଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଭାରତରେ ୫୦୦ ସରକାରୀ ଓ ଘରୋଇ ଲାବରେଟୋରୀରେ କୋଭିଡ୍‌ ପରୀକ୍ଷା କରାଯାଉଛି। କିଛିଦିନ ହେଲା ଦୈନିକ ୬ ଲକ୍ଷ ନମୁନା ପରୀକ୍ଷା ହେଉଥିଲା।
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪,୩୯୯ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ରବିବାର ୨୧ ଲକ୍ଷ ଅତିକ୍ରମ କରିଛି। ଗୋଟିଏ ଦିନରେ ୮୬୧ ଜଣଙ୍କ ମୃତ୍ୟୁ ହେବା ସହ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪୩,୩୭୯ରେ ପହଞ୍ଚତ୍ଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୫୩,୦୧୦ରେ ପହଞ୍ଚତ୍ଥିବାବେଳେ ଏବେ ଆକ୍ଟିଭ୍‌ ମାମଲା ୬,୨୮,୭୪୭ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା

ଗୁଆହାଟୀ,୪।୬: ଆସାମରେ କୋଭିଡ୍‌ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...

ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ...

ଅର୍ପିତାଙ୍କ ଘରୁ ମିଳିଲାଣି ୫୧ କୋଟି, ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ଭାବନା

କୋଲକାତା,୨୮ ।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ପର୍ଯ୍ୟନ୍ତ ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଘରୁ ପ୍ରାୟ ୩୦ କୋଟି ଟଙ୍କା ସହ ୫ କିଲୋ ସୁନା ଜବତ...

ବିଭୀଷଣଙ୍କୁ ଦେଖିଲେ କଂଗ୍ରେସ ସଦସ୍ୟଙ୍କୁ ମନେପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା...

ତାଲିବାନ୍‌କୁ ପ୍ରଶଂସା କରି ଫସିଲେ ଏମ୍‌ପି

ଲକ୍ଷ୍ନୌ,୧୮।୮: ତାଲିବାନର ଆଫଗାନିସ୍ତାନ ଦଖଲକୁ ଭାରତର ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଥିବା ସମାଜବାଦୀ ପାର୍ଟି ଏମ୍‌ପି ଶଫିକୁର ରହମାନ ବାର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା...

୩୦ କୋଟି ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟିକା: ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୭।୧୦: ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଳୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ୩୦...

ବିପତ୍ତି ବେଳେ ବଦାନ୍ୟତା

କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି...

ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା...

Advertisement
Archives

Model This Week