Posted inଖେଳ

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଲାଗିପାରେ ବଡ଼ ଝଟ୍‌କା, ତାହେଲେ ଭାରତ ବିଜେତା ହେବା…

ନୂଆଦିଲ୍ଲୀ,୬।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଖବରଟି ନ୍ୟୁଜିଲ୍ୟାଣ୍ଡର ଜଣେ ଷ୍ଟାର ଖେଳାଳିଙ୍କ ସହ ଜଡିତ। କିୱି ଦଳର ଦ୍ରୁତ ବୋଲର ମ୍ୟାଟ ହେନରୀ ଆଘାତ ଯୋଗୁ ଫାଇନାଲ ମ୍ୟାଚ୍‌ରୁ ବାଦ ପଡ଼ିପାରନ୍ତି ବୋଲି କୁହାଯାଉଛି। ଯଦି ଏହା ହୁଏ ତେବେ ଏହା ନ୍ୟୁଜିଲ୍ୟାଣ୍ଡ ପାଇଁ ଏକ ବଡ଼ ଝଟ୍‌କା ହେବ। ସେହିଭଳି ଟିମ୍‌ ଇଣ୍ଡିଆ ଲାଗି ଆଶ୍ୱସ୍ତିର ବିଷୟ ହେବ। କାରଣ ହେନରୀ କେବଳ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର ନୁହନ୍ତି ଟିମ ଇଣ୍ଡିଆ ବିପକ୍ଷରେ ତାଙ୍କର ରେକର୍ଡ ମଧ୍ୟ ସମାନ। ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଏହାର ଟ୍ରେଲର ମଧ୍ୟ ଦେଖାଇଛନ୍ତି।

ମ୍ୟାଟ ହେନରୀଙ୍କ କାନ୍ଧରେ ଆଘାତ ଲାଗିଛି। ଲାହୋରରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ସେ ଏହି ଆଘାତର ଶିକାର ହୋଇଥିଲେ। ହେନରୀ ଏକ କ୍ୟାଚ୍‌ ନେବା ସମୟରେ ଆହତ ହୋଇଥିଲେ, ଯାହା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଥିଲା। ଏଯାବତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପେଇ ଅପ୍‌ଡେଟ୍‌ ଆସିନାହିଁ। ମ୍ୟାଚ ଶେଷ ହେବା ପରେ ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ ଅପଡେଟ ଦେଇଥିଲେ ଯେ ସେ ଗମ୍ଭୀର ହୋଇପାରନ୍ତି।

କାରଣ ତାଙ୍କ କାନ୍ଧରେ ଫୁଲା ରହିଛି। ହେଲେ ଆମେ ଆଗାମୀ ଦୁଇ ଦିନ ଅପେକ୍ଷା କରିବା ପରେ ହିଁ ଏକ ନିଷ୍ପତ୍ତିରେ ପହଞ୍ଚିବୁ।
ଯଦି ମ୍ୟାଟ ହେନରୀ ବାଦ୍‌ ପଡ଼ନ୍ତି, ତେବେ ଏହା ଫାଇନାଲରେ ଟିମ ଇଣ୍ଡିଆକୁ ଆଶ୍ୱସ୍ତି ଦେଇପାରେ। ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ସଫଳ ବୋଲର। ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ୧୦ ଉଇକେଟ ନେଇଛନ୍ତି। ଏହି ୧୦ ଉଇକେଟ ମଧ୍ୟରୁ ସେ ଗ୍ରୁପ ପର୍ଯ୍ୟାୟରେ ଭାରତ ବିପକ୍ଷରେ ୫ଟି ଉଇକେଟ ନେଇଥିଲେ, ୮ ଓଭରରେ ୪୨ ରନ ଦେଇଥିଲେ।

ଆମେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ରେ ହେନରୀଙ୍କ ପ୍ରଦର୍ଶନ ଦେଖିଲେ, ସେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ଟି ମ୍ୟାଚ୍‌ରେ ୨୧ ଉଇକେଟ ନେଇଛନ୍ତି। ମ୍ୟାଟ ହେନରୀ ୪.୪୮ ଇକୋନୋମି ଏବଂ ୨୧ ଆଭରେଜରେ ଏହି ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ବୋଲିଂ ଷ୍ଟ୍ରାଇକ ରେଟ ୨୮ ରୁ କମ ରହିଛି।

୨୦୨୫ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ତୃତୀୟ ଥର ହେବ ଯେତେବେଳେ ଉଭୟ ଦଳ ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବେ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଉଭୟ ଥର ଫାଇନାଲରେ ବିଜୟୀ ହୋଇଥିଲା। ଯଦିଓ ପରିସଂଖ୍ୟାନ କିୱିଙ୍କ ପାଖରେ ଅଛି, ଭାରତୀୟ ଦଳ ଏହାକୁ ବଦଳାଇବା ବିଷୟରେ ଚିନ୍ତା କରିବ। ଯଦି ମ୍ୟାଟ ହେନରୀ ଫାଇନାଲରୁ ବାହାର ହୋଇଯାଆନ୍ତି ତେବେ ଟିମ ଇଣ୍ଡିଆ ବିଜେତା ହେବା ସହଜ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?