୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ। ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଗଣିତ ବିଷୟ ପରୀକ୍ଷା ଦିବସରେ ଅତିରିକ୍ତ ୧୫ମିନିଟ୍‌ ସମୟ ଦିଆଯିବ ଅର୍ଥାତ୍‌ ଉକ୍ତ ଦିନ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଏହି ପରୀକ୍ଷା ଯେତିକି ପାଖେଇ ଆସୁଛି, ପରୀକ୍ଷାର୍ଥୀମାନେ ଭଲ ପରୀକ୍ଷାଫଳ ପାଇଁ ପରୀକ୍ଷା ପୂର୍ବରୁ ପାଠପଢ଼ା ପ୍ରସ୍ତୁତି ଚଲାଛନ୍ତି। ଅନୁରୂପଭାବେ ବରଗଡ଼ ଜିଲା ଶିକ୍ଷା ବିଭାଗ ମଧ୍ୟ ଜିଲାରେ ରହିଥିବା ୩୧୯ ହାଇସ୍କୁଲର ମାଟ୍ରିକ ପରୀକ୍ଷାର୍ଥୀମାନେ ଯେଭଳି ଶୃଙ୍ଖଳିତ ଭାବେ ପରୀକ୍ଷା ଦେଇ ପାରିବେ, ସେଥିପାଇଁ ସବୁପ୍ରକାର ପଦକ୍ଷେପ ନେଉଛି। ଏହି କ୍ରମରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ପରିଚାଳନା ପ୍ରସ୍ତୁତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।
ତେବେ ଏଥର ଜିଲାରେ ମୋଟ୍‌ ୧୭ହଜାର ୯୬୭ ଏଚ୍‌ଏସ୍‌ସି ପରୀକ୍ଷାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୭ହଜାର ୫୯୬ଜଣ ରେଗୁଲାର ଏବଂ ୪୦ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ୮୭ଜଣ ମଧ୍ୟମା ପରୀକ୍ଷାର୍ଥୀ ହୋଇଥିବାବେଳେ ସେମାନେ ସମସ୍ତେ ରେଗୁଲାର ପରୀକ୍ଷାର୍ଥୀ ବୋଲି ସୂଚନା ମିଳିଛି। ଏହା ସହିତ ୨୪୪ଜଣ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍‌(ଏସଓଏସି) ପରୀକ୍ଷାର୍ଥୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୯ଜଣ ଫ୍ରେସ୍‌ ଓ ୬୫ଜଣ ବ୍ୟାକ୍ସ ପରୀକ୍ଷାର୍ଥୀ ଅଟନ୍ତି। ତେବେ ସମସ୍ତ ପରୀକ୍ଷାର୍ଥୀ ଯେଭଳି ଠିକ୍‌ଭାବେ ପରୀକ୍ଷା ଦେଇ ପାରିବେ, ସେଥିପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାର ୧୨ବ୍ଲକରେ ୧୨ନୋଡ଼ାଲ ହାଇସ୍କୁଲକୁ ପ୍ରଶ୍ନପତ୍ର ହବ୍ସ କରାଯାଇ ଥିବାବେଳେ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୨୭ଟିମ୍‌ ଗଠନ କରାଯାଇଛି।
ସେହିପରି ଜିଲାର ଅମ୍ବାଭୋନା ବ୍ଲକରେ ରହିଥିବା ୧୪ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ଉକ୍ତ ବ୍ଲକରେ ୪ଟି ପରୀକ୍ଷାକେନ୍ଦ୍ର କରାଯାଇଛି। ଅନୁରୂପଭାବେ ଅତାବିରା ବ୍ଲକର ୩୨ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୦, ବରଗଡ଼ ବ୍ଲକ/ପୌରାଞ୍ଚଳରେ ରହିଥିବା ୪୧ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୩, ବରପାଲି ବ୍ଲକ/ପୌରାଞ୍ଚଳର ୨୯ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୭, ବିଜେପୁର ବ୍ଲକ/ପୌରାଞ୍ଚଳର ୨୭ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୮ପରୀକ୍ଷା କେନ୍ଦ୍ର କରାଯାଇଛି। ଭଟଲି ବ୍ଲକରେ ରହିଥିବା ୩୨ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୬, ଭେଡ଼େନ ବ୍ଲକର ୧୯ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ , ଗାଇସିଲେଟ ବ୍ଲକର ୨୩ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୬, ଝାରବନ୍ଧ ବ୍ଲକର ୧୮ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୫, ପାଇକମାଳ ବ୍ଲକର ୨୬ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୦, ପଦ୍ମପୁର ବ୍ଲକ/ପୌରାଞ୍ଚଳର ୨୮ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୧୨ ଏବଂ ସୋହେଲା ବ୍ଲକର ୩୦ହାଇସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୯ପରୀକ୍ଷାକେନ୍ଦ୍ର କରାଯାଇଛି। ମାଟ୍ରିକ ପରୀକ୍ଷାର ସୁପରିଚଳନା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ଗତ ୧୦ତାରିଖ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଏବଂ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ରହିଥିବା ଅଧୀକ୍ଷକ, ପ୍ରଶ୍ନପତ୍ର ହବ୍ସର ଅଧିକାରୀ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?