ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପ୍ରକାଶିତ ସୂଚୀ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ପ୍ରତିଦିନ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ତେବେ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେବଳ ଗଣିତ ବିଷୟ ପାଇଁ ୧୫ ମିନିଟ୍ ଅତିରିକ୍ତ ସମୟ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଷୟୱାରୀ ପରୀକ୍ଷା କାର୍ଯ୍ୟସୂଚୀ:

  • ମାର୍ଚ୍ଚ ୧୨: ପ୍ରଥମ ଭାଷା (ଓଡ଼ିଆ/ଅନ୍ୟାନ୍ୟ)

  • ମାର୍ଚ୍ଚ ୧୫: ବିଜ୍ଞାନ (Science)

  • ମାର୍ଚ୍ଚ ୧୭: ଗଣିତ (Mathematics) – ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ

  • ମାର୍ଚ୍ଚ ୧୮: ଭିଜୁଆଲ ଆର୍ଟ (Visual Art) ପ୍ରାକ୍ଟିକାଲ ପରୀକ୍ଷା

  • ମାର୍ଚ୍ଚ ୧୯: ସାମାଜିକ ବିଜ୍ଞାନ (Social Science)

  • ମାର୍ଚ୍ଚ ୨୪: ଦ୍ୱିତୀୟ ଭାଷା (ଇଂରାଜୀ)

  • ମାର୍ଚ୍ଚ ୨୫: ହିନ୍ଦୀ (Hindi)

  • ମାର୍ଚ୍ଚ ୨୭: ସଂସ୍କୃତ (Sanskrit)

ପରୀକ୍ଷାକୁ ଶୃଙ୍ଖଳିତ ଓ କପିମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

UPMP ପୋର୍ଟାଲର ଶୁଭାରମ୍ଭ, ୬୧ ନୂତନ ହିତାଧିକାରୀଙ୍କୁ ପେନସନ୍ ବଣ୍ଟନ

କେସିଙ୍ଗା, ୧୩।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ନୂତନ UPMP ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏହି ଅବସରରେ…

୧୮ ଘଣ୍ଟାର ବଡ଼ ଆଉଟେଜ୍‌ ପରେ ସ୍ବାଭାବିକ ହେଲା Microsoft ସେବା: କୋଟି କୋଟି ବ୍ୟବହାରକାରୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ,୧୩।୧୧: ବିଶ୍ବର କୋଟି କୋଟି ମାଇକ୍ରୋସଫ୍ଟ ୩୬୫ (Microsoft 365) ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?